Budh Uday 2024: ଆଜିଠୁ ବଦଳିବ ଏହିସବୁ ରାଶିମାନଙ୍କ ଭାଗ୍ୟ, ଚାକିରୀ-ବ୍ୟବସାୟରେ ମିଳିବ ଅନେକ ଲାଭ !
Advertisement

Budh Uday 2024: ଆଜିଠୁ ବଦଳିବ ଏହିସବୁ ରାଶିମାନଙ୍କ ଭାଗ୍ୟ, ଚାକିରୀ-ବ୍ୟବସାୟରେ ମିଳିବ ଅନେକ ଲାଭ !


Budh Uday 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ କନ୍ୟା ରାଶି ଛାଡି ମୀନ ରାଶିରେ ଆଜି ସକାଳ ୫ଟା ୪୫ ମିନିଟ୍ ସମୟରେ ଉଦୟ (Budh Uday 2024)ହୋଇଛନ୍ତି।  ତେବେ, ବୁଧଙ୍କ ଏହି ଉଦୟ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବାକୁ ଥିବା ବେଳେ ଆଉ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ବୁଧଙ୍କ ଏହି ଉଦୟ କେଉଁ ରାଶିକୁ ମାଲେମାଲ୍ କରିବ ଆସନ୍ତୁ ଜାଣିବା।

Budh Uday 2024: ଆଜିଠୁ ବଦଳିବ ଏହିସବୁ ରାଶିମାନଙ୍କ ଭାଗ୍ୟ, ଚାକିରୀ-ବ୍ୟବସାୟରେ ମିଳିବ ଅନେକ ଲାଭ !

Budh Uday 2024: ଜ୍ୟୋତିଷ ଶାସ୍ତ୍ରରେ, ବୁଧଙ୍କର ବିଶେଷ ଗୁରୁତ୍ବ ରହିଛି ।  ବୁଧ ଗ୍ରହକୁ ଏକ ଶୁଭ ଗ୍ରହ ଭାବରେ ବିବେଚନା କରାଯାଏ । ବୁଧଙ୍କୁ ବୁଦ୍ଧି, ଅର୍ଥ, ବ୍ୟବସାୟ, ଯୋଗାଯୋଗ, ବକ୍ତବ୍ୟ ଏବଂ ବୃତ୍ତିର କାରକ ବୋଲି ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, ବୁଧ କନ୍ୟା ରାଶି ଛାଡି ମୀନ ରାଶିରେ ଆଜି ସକାଳ ୫ଟା ୪୫ ମିନିଟ୍ ସମୟରେ ଉଦୟ (Budh Uday 2024)ହୋଇଛନ୍ତି।  ତେବେ, ବୁଧଙ୍କ ଏହି ଉଦୟ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବାକୁ ଥିବା ବେଳେ ଆଉ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ବୁଧଙ୍କ ଏହି ଉଦୟ କେଉଁ ରାଶିକୁ ମାଲେମାଲ୍ କରିବ ଆସନ୍ତୁ ଜାଣିବା...

ALSO READ: Today Horoscope: ବୃଷ ସହ ସାବଧାନ୍ ରୁହନ୍ତୁ ଏହି ୪ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

କେଉଁ ୪ ରାଶିକୁ (zodiac sign)ହେବେ ଧନବାନ୍, ଜାଣନ୍ତୁ :

ମୀନ ରାଶି : ମୀନ ରାଶିରେ ବୁଧଙ୍କ ଉଦୟ ହେବା ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। କାହିଁକିନା ଏହି ରାଶିରେ ଚତୁର୍ଥ ଘରେ ବୁଧ ବିରାଜ ମାନ ଥିବାରୁ, ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହ ଆୟର ନୂତନ ଉତ୍ସ ସୃଷ୍ଟି ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଏହି ସମୟରେ ବ୍ୟବସାୟରେ ଲାଭବାନ୍ ହେବେ। ନୂତନ ଡିଲ୍ ଫାଇନାଲ୍ ହେବାର ସମ୍ଭାବନା ରହିଛି। ବିଶେଷ କରି ଅଟକି ରହିଥିବା କାର୍ଯ୍ୟ ଏହି ମାସରେ ପୂରା ହେବ। 

ବୃଷ ରାଶି: ବୁଧଙ୍କ ଉଦୟ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ। କଠିନ ପରିଶ୍ରମ ଜାରି ରଖନ୍ତୁ ସଫଳତା ନିଶ୍ଚୟ ପାଇବେ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି । କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ନିଜ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ। 

ମିଥୁନ ରାଶି:  ଏହି ରାଶିର ଲୋକଙ୍କର ଭାଗ୍ୟ ଆଜି ସୂର୍ଯ୍ୟଙ୍କ ପରି ଚମକିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ଦେଖାଦେଇଥିବା ମନୋମାଳିନ୍ୟ ଦୂର ହେବ। କାର୍ଯ୍ୟାଳୟରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଆଶାୟୀମାନେ ଚାକିରି ପାଇବେ। ଦୂରଯାତ୍ରା କରିପାରନ୍ତି।

ସିଂହ ରାଶି: ବୁଧଙ୍କ ଆର୍ଶିବାଦ ମଧ୍ୟ ଏହି ରାଶି ଉପରେ ରହିବ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ନୂଆ ସମ୍ପତ୍ତି କିମ୍ୱା ନୂଆ ଯାନ କିଣିପାରନ୍ତି । ଚାକିରି କିମ୍ବା ବ୍ୟବସାୟରେ ମଧ୍ୟ ଶୁଭଫଳ ମିଳିବ । ଆୟ ବୃଦ୍ଧି ପାଇପାରେ । କାର୍ଯ୍ୟରତ ଲୋକଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି । ଚାକିରିରେ ପ୍ରମୋସନ ସହିତ ସ୍ଥାନାନ୍ତର ସୁଯୋଗ ପାଇପାରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)