Grah Gochar 2023: ଆଜିଠାରୁ ବଦଳୁଛି ଗ୍ରହ ଚଳନ, ଏହି ସବୁ ରାଶି ଉପରେ ପଡ଼ିବ ବଡ଼ ପ୍ରଭାବ
Advertisement

Grah Gochar 2023: ଆଜିଠାରୁ ବଦଳୁଛି ଗ୍ରହ ଚଳନ, ଏହି ସବୁ ରାଶି ଉପରେ ପଡ଼ିବ ବଡ଼ ପ୍ରଭାବ

Grah Gochar 2023: ଶନିବାର ଦିନ ଅର୍ଥାତ୍ ଏପ୍ରିଲ ୧ ତାରିଖରୁ ଗ୍ରହ ଚାଳନା ବଦଳିବାକୁ ଯାଉଛି । ତେବେ ଗ୍ରହ ମାନଙ୍କର ଏହି ପରିବର୍ତ୍ତନ କେତେକ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନ କରିବା ସହ ଲାଭ ପ୍ରଦାନ କରିବ। ଆସନ୍ତୁ ଜାଣିବା ଏହି ଗ୍ରହ ପରିବର୍ତ୍ତନ କେଉଁ କେଉଁ ରାଶି ପାଇଁ ଲାଭଦାୟୀ ହେବ ।

ସୌ(ସୋସିଆଲ ମିଡିଆ)

Grah Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ମାନଙ୍କର ପରିବର୍ତ୍ତନ ବ୍ୟକ୍ତିଙ୍କ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଜୀବନରେ ଘଟୁଥିବା ଭଲ ମନ୍ଦ ଘଟଣା ଗ୍ରହମାନଙ୍କ ଚାଳନା ଉପରେ ନିର୍ଦ୍ଧାରିତ ଆଧାରିତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ଗ୍ରହ ଗୋଟେ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରିଥାଆନ୍ତି । ତେବେ ଏହି ରାଶି ପରିବର୍ତ୍ତନ ହେତୁ ଗ୍ରହମାନଙ୍କର ଶୁଭ ଓ ଅଶୁଭ ଫଳ ରାଶିରେ ଉପରେ ପଡ଼ିଥାଏ । ତେବେ ଶନିବାର ଦିନ ଅର୍ଥାତ୍ ଏପ୍ରିଲ ୧ ତାରିଖରୁ ଗ୍ରହ ଚାଳନା ବଦଳିବାକୁ ଯାଉଛି । ତେବେ ଗ୍ରହ ମାନଙ୍କର ଏହି ପରିବର୍ତ୍ତନ କେତେକ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନ କରିବା ସହ ଲାଭ ପ୍ରଦାନ କରିବ। ଆସନ୍ତୁ ଜାଣିବା ଏହି ଗ୍ରହ ପରିବର୍ତ୍ତନ କେଉଁ କେଉଁ ରାଶି ପାଇଁ ଲାଭଦାୟୀ ହେବ ।

ଗ୍ରହ ଓ ନକ୍ଷତ୍ରର ଚାଳନା ଦୃଷ୍ଟିରୁ ଏହି ମାସରେ କିଛି ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଏପ୍ରିଲ୍ ମାସ ଆରମ୍ଭରୁ ଶୁକ୍ର ବୃଷ ରାଶିକୁ ଗୋଚର କରିବାକୁ ଯାଉଛନ୍ତି । ୧୪ ଏପ୍ରିଲରେ ସୂର୍ଯ୍ୟ ମେଷ ରାଶିକୁ ଗୋଚର କରିବେ । ସେହିପରି ୨୧ ତାରିଖରେ ବୁଧ ମେଷ ରାଶି ଓ ୨୨ ଏପ୍ରିଲରେ ବୃହସ୍ପତି ମେଷ ରାଶିରେ ପ୍ରବେଶ କରିବେ ଫଳରେ ଗୁରୁ ଚଣ୍ତାଳ ଯୋଗ ସୃଷ୍ଟି ହେବ। ଜ୍ୟୋତିଷଙ୍କ ଅନୁଯାୟୀ, ଏପ୍ରିଲ ମାସରେ ପାଞ୍ଚଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଗ୍ରହମାନଙ୍କର ଏହି ଚାଳନା ଅତ୍ୟନ୍ତ ଲାଭଦାୟକ ଅଟେ।

ବୃଷ ରାଶି- ଶନିବାର ଦିନ ହେଉଥିବା ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ବୃଷ ରାଶି ପାଇଁ ବେଶ ଲାଭଦାୟୀ ହେବ । ଏହାର ପ୍ରଭାବରେ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଆତ୍ମବିଶ୍ବାସ ସହ ମନୋବଳ ଦୃଢ ହେବ । ସମସ୍ତ କାର୍ଯ୍ୟ ସିଦ୍ଧ ହେବ। କର୍ମ କ୍ଷେତ୍ରରେ ଉନ୍ନତି ଆସିବା ସହ ଆୟରେ ବୃଦ୍ଧି ଘଟିବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟୀ ହେବ । ନୂଆ ଜମି କିଣା ବିକା ନେଇ ଯୋଗ ସୃଷ୍ଟି ହେବ। ଦମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ ।

ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ । କର୍ମ କ୍ଷେତ୍ରରେ ମନ ଦେଇ କାମ କରିବା ଦ୍ବାରା ଲାଭ ମିଳିବ । ଆତ୍ମସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟୀରୁ ଲାଭାନ୍ନୋତ ହେବେ । ଏହି ସମୟରେ ଯାତ୍ରା କରିବା ଦ୍ବାରା ଶୁଭଫଳ ସହ ଲାଭ ମିଳିବ । ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ଅତ୍ୟନ୍ତ ଶୁଭ ଅଟେ ।

କୁମ୍ଭ ରାଶି – ଗ୍ରହ ମାନଙ୍କର ଏହି ରାଶି ପରିବର୍ତ୍ତନ ଫଳରେ କୁମ୍ଭ ରାଶି ବ୍ୟକ୍ତି ମାନଙ୍କୁ ବିଶେଷ ଲାଭ ମିଳିବ। ଏହି ସମୟରେ ବୃଷ ରାଶି ପାଇଁ ଅତ୍ୟନ୍ତ ଶୁଭ ସମୟ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଭାବିଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ।

କର୍କଟ ରାଶି- ଏହି ସମୟ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଭଲ ରହିବ । ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହେବା ସହ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆପଣ ଚାହୁଁଥିବା ଫଳାଫଳ ପାଇବାକୁ ସକ୍ଷମ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଉତ୍ତମ ଅଟେ । ଆର୍ଥିକ ସ୍ଥିତି ମଜଭୁତ ହେବ । ବୈବାହିକ ଜୀବନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ ।

ମୀନ ରାଶି-  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଶୁଭ ଫଳ ପ୍ରଦାନ କରିବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ଜମିବାଡ଼ି ମାମଲାରେ ଖୁସି ଖବର ମିଳିପାରେ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କର୍ମ କ୍ଷେତ୍ରରେ ବଡ଼ ଉନ୍ନତି ଆସିବା ସହ ପଦୋନ୍ନତି ଯୋଗ ରହିଛି ।  ଏହି ସମୟ ଅତ୍ୟନ୍ତ ଲାଭଦାୟୀ ରହିବ ।