Vastu Tips: ଏହି ସବୁ ଜିନିଷଙ୍କର ରହିଛି ଶନିଙ୍କ ସହିତ ସମ୍ପର୍କ, କେବେ କାହାଠାରୁ ଭୁଲରେ ମାଗଣାରେ ନିଅନ୍ତୁ ନାହିଁ
Advertisement
Article Detail0/zeeodisha/odisha1963179

Vastu Tips: ଏହି ସବୁ ଜିନିଷଙ୍କର ରହିଛି ଶନିଙ୍କ ସହିତ ସମ୍ପର୍କ, କେବେ କାହାଠାରୁ ଭୁଲରେ ମାଗଣାରେ ନିଅନ୍ତୁ ନାହିଁ

Vastu Tips: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି  କିଛି ଜିନିଷ ଅଛି ଯାହାକୁ କାହାଠାରୁ ମାଗଣାରେ ନିଆଯିବା ଉଚିତ ନୁହେଁ କାରଣ ଏହା ଜୀବନରେ ଦାରିଦ୍ର୍ୟର କାରଣ ହୋଇଥାଏ । ଆସନ୍ତୁ ଆଜି ଜାଣିବା ସେହି ସବୁ ଜିନିଷଗୁଡ଼ିକ କ’ଣ ଯାହାକୁ କାହାଠାରୁ ମଧ୍ଯ ମାଗଣାରେ ନେବା ଉଚିତ ନୁହେଁ ।  

Vastu Tips: ଏହି ସବୁ ଜିନିଷଙ୍କର ରହିଛି ଶନିଙ୍କ ସହିତ ସମ୍ପର୍କ, କେବେ କାହାଠାରୁ ଭୁଲରେ ମାଗଣାରେ ନିଅନ୍ତୁ ନାହିଁ

Vastu Tips: ବାସ୍ତୁ ଶାସ୍ତ୍ର ଶକ୍ତି ଉପରେ ଆଧାରିତ । ଆର୍ଥିକ ସ୍ଥିତି, ସୁଖ ଏବଂ ସମୃଦ୍ଧି ପାଇଁ ବାସ୍ତୁରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଉଲ୍ଲେଖ ରହିଛି । ବାସ୍ତୁ ନିୟମ ମାନିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ବାବଦରେ ଉଲ୍ଲେଖ କରାଯାଇଛି, ଯାହା ଅନୁସରଣ କରିବା ଅଗ୍ରଗତିର କାରଣ ହୋଇଥାଏ । କିନ୍ତୁ ଯଦି ସେହି ସବୁ ନିୟମକୁ ଅଣଦେଖା କରାଯାଏ ତେବେ ଜୀବନରେ ଆସିଥାଏ ଅନେକ ଘାତ ପ୍ରତିଘାତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି  କିଛି ଜିନିଷ ଅଛି ଯାହାକୁ କାହାଠାରୁ ମାଗଣାରେ ନିଆଯିବା ଉଚିତ ନୁହେଁ କାରଣ ଏହା ଜୀବନରେ ଦାରିଦ୍ର୍ୟର କାରଣ ହୋଇଥାଏ । ଆସନ୍ତୁ ଆଜି ଜାଣିବା ସେହି ସବୁ ଜିନିଷଗୁଡ଼ିକ କ’ଣ ଯାହାକୁ କାହାଠାରୁ ମଧ୍ଯ ମାଗଣାରେ ନେବା ଉଚିତ ନୁହେଁ ।

ଲୁଣ: ବାସ୍ତୁଶାସ୍ତ୍ର ଅନୁସାରେ ଲୁଣର ସମ୍ପର୍କ ଶନିଙ୍କ ସହିତ ଜଡିତ ରହିଛି । ଲୁଣ କେବେବି ମାଗଣାରେ ନିଆଯିବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ମାଗଣାରେ କାହାଠାରୁ ଲୁଣ ନେବା ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ଉପରେ କରଜ ଭାର ବଢିଥାଏ । ଅନ୍ୟ କାହାଠାରୁ ଲୁଣ ମାଗିକରି ବ୍ୟବହାର କରିଲେ ବ୍ୟକ୍ତି ଆର୍ଥିକ, ମାନସିକ ଏବଂ ଶାରୀରିକ ସ୍ତରରେ ଅସୁବିଧାରେ ପଡ଼ନ୍ତି । ମାଗଣା ଲୁଣ ବ୍ୟବହାର କରିବା ଦ୍ୱାରା ରୋଗ ଏବଂ ଋଣ ସମସ୍ୟା ବଢିଯାଏ ।

ରୁମାଲ : ମାଗଣାରେ କାହାଠାରୁ ରୁମାଲ ନେବା କିମ୍ବା ଏହାକୁ ବ୍ୟବହାର କରିବା ଆପଣଙ୍କୁ ଖର୍ଚ୍ଚାନ୍ତ କରିପାରେ । ଏଭଳି ବି ବିଶ୍ୱାସ ରହିଛି ଯେ, ଯେଉଁ ବ୍ୟକ୍ତିଠାରୁ ଆପଣ ରୁମାଲ ମାଗି ବ୍ୟବହାର କରିବେ ତାଙ୍କ ସହିତ ଆପଣଙ୍କ ସମ୍ପର୍କ ପୂର୍ବ ଭଳି ରହିବ ନାହିଁ । ଏମିତିକି ଉଭୟଙ୍କ ମଧ୍ଯରେ ଝଗଡା ମଧ୍ଯ ହୋଇପାରେ । ଏହା ସହିତ ମାଗଣାରେ ଦିଆଯାଇଥିବା ରୁମାଲ ବ୍ୟବହାର କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ, କାହାଠାରୁ ମାଗଣାରେ ରୁମାଲ ନେବା ଉଚିତ୍ ନୁହେଁ ।

ଲୁହା: ଲୁଣ ଭଳି ଲୁହାର ସମ୍ପର୍କ ମଧ୍ଯ ଶନିଙ୍କ ସହିତ ରହିଛି । ମାଗଣାରେ କାହାଠାରୁ ଲୁହା କିମ୍ବା ଲୁହାରେ ତିଆରି ଜିନିଷ ନେବା ଭଲ ବୋଲି ବିବେଚନା କରାଯାଏ ନାହିଁ । ବିଶ୍ୱାସ କରାଯାଏ ଯେ ଆଉ କାହାର ଲୁହା ମାଗିକରି ଘରକୁ ଆଣିବା କିମ୍ବା ଚୋରି କରି ଆଣିବା ଦ୍ୱାରା ଘରକୁ ଦାରିଦ୍ର୍ୟ ଆସିଥାଏ । ଏହା ପରିବାରର ଉନ୍ନତି ପଥରେ ପ୍ରତିବନ୍ଧକ ସୃଷ୍ଟି କରେ । ମାଗଣାରେ ଲୁହା ବ୍ୟବହାର କରିବା ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରେ ।

ଛୁଞ୍ଚି : କାହାଠାରୁ ମାଗଣାରେ ଛୁଞ୍ଚି ନେବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ମାଗଣାରେ ନିଆଯାଇଥିବା ଏହି ଜିନିଷଗୁଡ଼ିକ ସମ୍ପର୍କକୁ ନଷ୍ଟ କରିଦିଏ । ମାଗଣାରେ ନିଆଯାଇଥିବା ଛୁଞ୍ଚି ବ୍ୟବହାର କରିବା ଦ୍ୱାରା ବୈବାହିକ ଜୀବନ ଏବଂ ପ୍ରେମ ସମ୍ପର୍କର ସମସ୍ୟା ଆସିଥାଏ ।  ମାଗଣା ଛୁଞ୍ଚି ମଧ୍ୟ ଆର୍ଥିକ କ୍ଷତି ଘଟାଏ । ତେଣୁ, ସବୁବେଳେ ଛୁଞ୍ଚି କିଣିକରି ବ୍ୟବହାର କରନ୍ତୁ । ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ମାଗଣାରେ ଦିଆଯାଇଥିବା ଏକ ଛୁଞ୍ଚି ଜୀବନରେ ନକାରାତ୍ମକତା ଆଣିଥାଏ ।

ତେଲ : ବାସ୍ତୁଶାସ୍ତ୍ର ଅନୁଯାୟୀ, ମାଗଣାରେ କାହାଠାରୁ ତେଲ ନେବା ଉଚିତ୍ ନୁହେଁ। ମାଗଣାରେ ତେଲ ନେବା ଆପଣଙ୍କୁ ବଡ ଅସୁବିଧାରେ ପକାଇପାରେ । ମାଗଣା ତେଲ ଆପଣଙ୍କ ଆର୍ଥିକ କ୍ଷତି ଘଟାଇପାରେ । ମାଗଣାରେ ତେଲ ନେବା ଦ୍ୱାରା ଆପଣଙ୍କ ଆର୍ଥିକ ଅବସ୍ଥାରେ ଅବନତି ଘଟିଥାଏ । ଯେହେତୁ ତେଲର ସମ୍ପର୍କ ଶନିଦେବଙ୍କ ସହିତ ରହିଛି ତେଣୁ ତେଲେ କେବେ କାହାଠାରୁ ମାଗଣାରେ ନେବା ଠିକ ନୁହେଁ । ବିଶ୍ୱାସ କରାଯାଏ ଯେ ମାଗଣାରେ ତେଲ ବ୍ୟବହାର କରିବା ଦ୍ୱାରା ଜୀବନରେ ଦାରିଦ୍ର୍ୟତା ଆସିଥାଏ ।

Also Read- Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ

Also Read- ଶାଗ ଭିତରେ ରାଜା ଏହି ଶାଗ, ପାଳଙ୍ଗ ଓ ସୋରିଷ ଠାରୁ ବି ହଜାରେ ଗୁଣ ଅଧିକ ଶକ୍ତିଶାଳୀ