7th Pay Commission: ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ମୋଦି, ଆକାଉଣ୍ଟକୁ ପଠାଇବେ ଏତିକି ଟଙ୍କା
Advertisement

7th Pay Commission: ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ମୋଦି, ଆକାଉଣ୍ଟକୁ ପଠାଇବେ ଏତିକି ଟଙ୍କା

ମହଙ୍ଗା ଭତ୍ତାରେ ବୃଦ୍ଧି AICPIର ତଥ୍ୟ ଉପରେ ନିର୍ଭର କରେ। ଏପ୍ରିଲ୍ ଏବଂ ମେ ମାସରେ AICPI ସୂଚକାଙ୍କରେ ଏକ ଲମ୍ବ ଡିଆଁ ମାରିଥିଲା​। ଏହା ପରେ, ଜୁନ୍ ମାସରେ ମଧ୍ୟ AICPI ସୂଚକାଙ୍କରେ ବୃଦ୍ଧି ଦେଖାଯାଇଥିଲା। 

7th Pay Commission: ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ମୋଦି, ଆକାଉଣ୍ଟକୁ ପଠାଇବେ ଏତିକି ଟଙ୍କା

7th Pay Commission: ନୂଆଦିଲ୍ଲୀ: ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀମାନେ ଖୁବ୍ ଶୀଘ୍ର ବଡ଼ ଖବର ପାଇବାକୁ ଯାଉଛନ୍ତି। କର୍ମଚାରୀଙ୍କ ବକେୟା ଡିଏ ରାଶି ସମ୍ପର୍କରେ ପିଏମ ମୋଦି ଶୀଘ୍ର ଏକ ବଡ ନିଷ୍ପତ୍ତି ନେଇପାରିବେ। ଏହା ସହିତ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇପାରେ। ଏହା ବ୍ୟତୀତ ପିଏଫ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ସମ୍ପର୍କରେ ମଧ୍ୟ ଖବର ସଦେବେ ମୋଦି ସରକାର। 

ମହଙ୍ଗା ଭତ୍ତାରେ ବୃଦ୍ଧି AICPIର ତଥ୍ୟ ଉପରେ ନିର୍ଭର କରେ। ଏପ୍ରିଲ୍ ଏବଂ ମେ ମାସରେ AICPI ସୂଚକାଙ୍କରେ ଏକ ଲମ୍ବ ଡିଆଁ ମାରିଥିଲା​। ଏହା ପରେ, ଜୁନ୍ ମାସରେ ମଧ୍ୟ AICPI ସୂଚକାଙ୍କରେ ବୃଦ୍ଧି ଦେଖାଯାଇଥିଲା। ପରେ ଏହା ବୃଦ୍ଧି ପାଇଁ ୧୨୯.୨ ପଏଣ୍ଟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ, ଆଗାମୀ ସମୟରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇପାରିବ ବୋଲି ଆଶା କରାଯାଉଛି।

ବିଗତ ୧୮ ମାସ ମଧ୍ୟରେ କେନ୍ଦ୍ର ସରକାରୀ କର୍ମଚାରୀ ଡିଏ ଏରିଅର ଅଟକି ରହିଛି। ବର୍ତ୍ତମାନ ଏହି ମାମଲା ଉଚ୍ଚ ସ୍ତରୀୟ କମିଟି ପାଖରେ ତର୍ଜମା ପାଇଁ ପଡ଼ି ରହିଛି। ଯେଉଁ କାରଣରୁ ଅନୁମାନ କରାଯାଉଛି କି ଖୁବଶୀଘ୍ର ମହଙ୍ଗା ଭତ୍ତା ଏରିଅର ସହିତ କର୍ମଚାରୀଙ୍କ ଖାତାକୁ ଆସିବ। 

ସୂଚନାଯୋଗ୍ୟ କୋରୋନା ସମୟରେ ମହଙ୍ଗା ଭତ୍ତା ବୃଦ୍ଧିରେ ଅର୍ଥ ମନ୍ତ୍ରଣାଳୟ ରୋକ ଲଗାଇଥିଲା। ୨୦୨୦ ମସିହାରେ ଜୁନ ୩୦ ୨୦୨୧ ପର୍ଯ୍ୟନ୍ତ ସରକାର ରୋକ ଲଗାଇଥିଲେ। ତେବେ ବର୍ତ୍ତମାନ ଆଶା କରାଯାଉଛି କି ଏହି ମହଙ୍ଗା ଭତ୍ତା ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ଖାତାକୁ ଖୁବ ଶୀଘ୍ର ଆସିବ। ସେପଟେ କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ୭ କୋଟି ସରକାରୀ କର୍ମଚାରୀଙ୍କ ପିଏଫ ସୁଧ ଉପରେ ଖୁସି ଖବର ଦେଇପାରେ। ବକେୟା ରହିଥିବା ପିଏଫ ସୁଧ ରାଶିକୁ ମଧ୍ୟ ଖୁବଶୀଘ୍ର କର୍ମଚାରୀଙ୍କୁ ପ୍ରଦାନ କରାଯାଇପାରେ। ଗଣମାଧ୍ୟମର ରିପୋର୍ଟ ମୁତାବକ ଅଗଷ୍ଟ ମାସରେ ଏହି ରାଶି କର୍ମଚାରୀଙ୍କ ଆକାଉଣ୍ଟକୁ ଆସିପାରେ।