Odisha Flood Update Live: ରାଜ୍ୟରେ ଆସିପାରେ ଛୋଟ ଧରଣର ବନ୍ୟା! ଏଠାରେ ଜାଣନ୍ତୁ ପୂରା ଅପଡେଟ୍
Advertisement
Article Detail0/zeeodisha/odisha1300745

Odisha Flood Update Live: ରାଜ୍ୟରେ ଆସିପାରେ ଛୋଟ ଧରଣର ବନ୍ୟା! ଏଠାରେ ଜାଣନ୍ତୁ ପୂରା ଅପଡେଟ୍

Odisha Flood Update: ହୀରାକୁଦର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି । ଏହା ଯୋଗୁଁ ରାଜ୍ୟର ତଳ ମୁଣ୍ଡରେ ଏକ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି ।

ସାଙ୍କେତିକ ଫଟୋ
LIVE Blog

Odisha Flood Update Live: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପରେ ଏବେ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଧୀରେ ଧୀରେ ହୀରାକୁଦ ଡ୍ୟାମ୍‌ର ମଧ୍ୟ ଜଳସ୍ତର ବଢିଚାଲିଛି । ଫଳରେ ଗୋଟେ ପରେ ଗୋଟେ ଗେଟ୍ ଖୋଳାଯାଉଛି । ଏହା ଯୋଗୁଁ ରାଜ୍ୟର ତଳ ମୁଣ୍ଡରେ ଏକ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି ।

ହୀରାକୁଦର ୨୮ ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଥିଲା । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ ଖୋଲାଯାଇଛି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏହାକୁ ନେଇ ସୂଚନା ଦେଇଛନ୍ତି । ବାମ ପଟର ବାଇଶିଟି ଗେଟ ଓ ଡାହାଣ ପଟର ଆଠଟି ଗେଟ ଅର୍ଥାତ ସର୍ବମାଟ ୩୦ ଟି ଗେଟ ଦେଇ ବର୍ତ୍ତମାନ ଜଳ ନିଷ୍କାସନ କରାଯାଉଛି । ଆଜି ଦିନ ତିନିଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭.୦୮ ଫୁଟ ରହିଛି ।ବର୍ତ୍ତମାନ ତିରିଶଟି ଗେଟ ଦେଇ ହୀରାକୁଦ ନଦୀ ବନ୍ଧରୁ ଜଳ ନିଷ୍କାସନ କରାଯାଉଛି ।

ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼ ତଥା ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ନଦୀ ବନ୍ଧର ଜଳସ୍ତର ବୃଦ୍ଧି ପାଉଛି। ସେଥିପାଇଁ ମହାନଦୀ ଅବବହିକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ ଓ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଏବଂ ଓଡ୍ରାଫ ଟିମକୁ ଆଲର୍ଟ ଜାରି କରାଯାଇଛି। ଏବେ ଲଘୁଚାପ ଜନିତ ବର୍ଷା ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଛି। ତିନି ଦିନ ପାଇଁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛନ୍ତି ।

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତ କାଲି ରାତିରୁ ଲଗାଣ ବର୍ଷା ଲାଗି ରହିବା ଫଳରେ ତଲୀୟ ଅଞ୍ଚଳ ମାନଙ୍କରେ ପାଣି ଜମିବା ଆରମ୍ଭ କରିଛି । ଜିଲାର ବିଭିନ୍ନ ବିଦ୍ୟାଳୟରେ ପାଣି ପସିଥିବାର ଦେଖା ଯାଇଛି । ଆରପଟେ ଲଗାଣ ବର୍ଷା ଯୋଗୁଁ ଜିଲାର ମୁଖ୍ୟତଃ ଦେବୀ,ପାଇକା ଓ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ନଦୀ ନିକଟବର୍ତ୍ତୀ ଲୋକ ମାନେ ଭୟଭୀତ ହୋଇ ପଡିଛନ୍ତି । ବିଶେଷ କରି ଦେବୀ ନଦୀର ବାମ ପାର୍ଶ୍ଵ ଭଣ୍ଡିସାହି, ଦେବୀଦୋଳ, ତୁମ୍ବେଶ୍ୱର ଆଦି ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ନଦୀ ନିକଟବର୍ତ୍ତୀ ଗାଁର ଲୋକମାନେ ଭୟଭିତ ହୋଇ ପଡିଛନ୍ତି । ସେହିଭଳି ମହାନଦୀର ତଟବର୍ତୀ ଶଙ୍ଖେଶ୍ୱର, ତିର୍ତ୍ତୋଲ,ହରିପୁର, ମଣିଜଙ୍ଗା,କାଠକୋଟ, ହଂସୁରା ଓ ବାଲିକଣି ଅଂଚଳର ନଦୀ ପଠା ଭିତରେ ଥିବା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ପାଉ ଥିବାର ଦେଖାଯାଇଛି । ବର୍ଷା ଓ ବନ୍ୟାର ମୁକାବିଲା ନିମନ୍ତେ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏହା ସହିତ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଧାନ ଜମିରେ ପାଣି ଲହଡା ମାରୁଛି । ଜିଲ୍ଲାରେ ୯୦ ହଜାର ଜମିରେ ଧାନ ଚାଷ ହୋଇଥିବା ବେଳେ ଜମିରେ ପାଣି ଜମି ରହି ଥିବାରୁ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଥିବା ଚାଷୀ କହିଛନ୍ତି  ।

ଯାଜପୁର ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଯାଜପୁର, କୋରେଇ,ଦଶରଥପୁର ବ୍ଲକ ପ୍ରଭାବିତ ହେବା ର ଆଶଙ୍କା ରହିଛି । ଦଶରଥପୁର ବ୍ଲକରେ ବୈତରଣୀ ନଦୀ ଶାଖା କାଣୀ ନଦୀରେ ୪ଟି ସ୍ଥାନରେ ଅତଡ଼ା ଖସିଥିବା ଖବର ମିଳିଛି । ଦୁଦୁରାଅନ୍ତା ପଂଚାୟତ କଣ୍ଟାପଡା ଠାରେ ୪ଟି ସ୍ଥାନରେ ନଦୀ ବନ୍ଧ ଧସିଯାଇଛି, ୩ଟି ସ୍ଥାନ ମଲ୍ଲିକାପୁର ଗାଁ ପାର୍ଶ୍ୱରେ ଧସିଥିବା ବେଳେ ଗୋଟିଏ କଣ୍ଟାପଡା ଗାଁ ପାର୍ଶ୍ୱକୁ ଧସିଛି, ୪ଟି ସ୍ଥାନରେ ପ୍ରାୟ ୫୦୦ ମିଟରରୁ ଅଧିକ ଧସିଯାଇଛି, ଅନ୍ୟପକ୍ଷରେ ପୂର୍ବ ବର୍ଷ କଣ୍ଟାପଡା ଠାରେ ହୋଇଥିବା ଘାଇ ଖୋଲା ରହିଥିବାରୁ ସେହିବାଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି, ଫଳରେ ଚାଷଜମିରେ ପାଣି ମାଡିଯାଇଛି । ଏବେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ଦେଇ ମରାମତି କାମ ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ବରିଷ୍ଠ ଯନ୍ତ୍ରୀ ଇଂ ଧନେଶ୍ବର ସାମଲଙ୍କୁ ଦାୟିତ୍ବ ଦିଆଯାଇଛି ।

ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଟପିଛି ।  ଭଦ୍ରକ ଜିଲ୍ଲାର ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୧୭.୮୩ ବୋଉ ବିପଦ ସଙ୍କେତ ଥିବାବେଳେ ବର୍ତ୍ତମାନ ୧୮.୦୫ରେ ଜଳ ପ୍ରବାହିତ ହେଉଛି।