Palghar Accident: ବିଶିଷ୍ଟ ଶିଳ୍ପପତିଙ୍କୁ ହତ୍ୟା ଷଡ଼ଯନ୍ତ୍ର, ଚାଳକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ
Advertisement
Article Detail0/zeeodisha/odisha1426816

Palghar Accident: ବିଶିଷ୍ଟ ଶିଳ୍ପପତିଙ୍କୁ ହତ୍ୟା ଷଡ଼ଯନ୍ତ୍ର, ଚାଳକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ସାଇରସ ମିସ୍ତ୍ରୀଙ୍କର ଦୁଇ ମାସ ତଳେ ୪ ସେପ୍ଟେମ୍ବର ପାଲଘର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା। ଏହି ମାମଲାରେ ଅନାହିତା ଓ ତାଙ୍କ ସ୍ୱାମୀ ଡେରିୟସ ପଣ୍ଡୋଲଙ୍କ ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ କରିଛି ପୁଲିସ। 

Palghar Accident: ବିଶିଷ୍ଟ ଶିଳ୍ପପତିଙ୍କୁ ହତ୍ୟା ଷଡ଼ଯନ୍ତ୍ର, ଚାଳକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

Palghar Accident: ନୂଆଦିଲ୍ଲୀ: ପ୍ରତିଷ୍ଠିତ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ (Industrialist Cyrus Mistry) ଗତ ସେପ୍ଟେମ୍ବର ମାସରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି। ଏହି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ଏକ ମାମଲା ରୁଜୁ କରିଛି ପୋଲିସ। ଘଟଣାର ଦୁଇ ମାସ ପରେ ପାଲଘର ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଗାଡ଼ି ଚଳାଉଥିବା ସାଇରସଙ୍କ ବାନ୍ଧବୀ ଅନାହିତା ପଣ୍ଡୋଲଙ୍କ (Anahita Pandol) ନାଁରେ ଭାରତୀୟ ପିଙ୍ଗଳ କୋର୍ଡ ୩୦୪(କ) (ହତ୍ୟା ଉଦ୍ଦେଶ୍ୟ) ଅନୁଯାୟୀ ମାମଲା ରୁଜୁ କରିଛି। ପାଲଘର ପୁଲିସ କହିବା ମୁତାବକ ଏହି ଦୁର୍ଘଟଣାରେ ଅନାହିତାଙ୍କ (Anahita Pandol) ଅବସ୍ଥା ବେଶ ସଂକଟାପନ୍ନ ରହିଛି। ସେ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। 

ଏଠାରେ କହି ରଖୁ କି ସାଇରସ ମିସ୍ତ୍ରୀଙ୍କର ଦୁଇ ମାସ ତଳେ ୪ ସେପ୍ଟେମ୍ବର ପାଲଘର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା। ଏହି ମାମଲାରେ ଅନାହିତା ଓ ତାଙ୍କ ସ୍ୱାମୀ ଡେରିୟସ ପଣ୍ଡୋଲଙ୍କ ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ କରିଛି ପୁଲିସ। 

ପାଲଘର ଆରକ୍ଷୀ ଅଧିକ୍ଷକ ବାଲା ସାହେବ ପାଟିଲ ସୂଚନା ଦେଇ କହିଛନ୍ତି କି ୪ ସେପ୍ଟେମ୍ବରରେ କାସା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଏହାର ଯାଞ୍ଚ ବେଳେ ଯେଉଁ ସବୁ ପ୍ରମାଣ ସାମ୍ନାକୁ ଆସିଛି, ତାହାକୁ ଆଧାର କରି ଗାଡ଼ି ଚାଳକ ଡାକ୍ତର ଅନାହିତା ପଣ୍ଡୋଲ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ୩୦୪(କ), ୨୭୯, ୩୩୬, ୩୩୮ ଧାରାରେ ମାମଲା ରୁଜୁ କରିଛି।

ଏଠାରେ କହି ରଖୁ କି ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ୫୪ ବର୍ଷୀୟ ସାଇରସ ମିସ୍ତ୍ରୀ ଏବଂ ତାଙ୍କର ଜଣେ ବନ୍ଧୁ ଜାହାଙ୍ଗିର ପଣ୍ଡୋଲ ଓ ଅନ୍ୟ ଦୁଇ ଜଣଙ୍କ ସହିତ ଗୁଜରାଟର ଅହମ୍ମଦାବାଦରୁ ସଡ଼କ ପଥରେ ଫେରୁଥିଲେ। ମହାରାଷ୍ଟ୍ରର ପାଲଘର ନିକଟରେ ସୂର୍ଯ୍ୟ ନଦୀ ଉପରେ ନିର୍ମିତ ପୋଲ ଉପରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଘଟଣାସ୍ଥଳରେ ହିଁ ଗାଡ଼ିରେ କଣ ପଛରେ ବସିଥିବା ସାଇରସ ଓ ଜାହାଙ୍ଗିରଙ୍କର ମୃତ୍ୟୁ ହୋଇଥିଲା। 

ଏହି ସମୟରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନାହିତା ପଣ୍ଡୋଲ କାର ଚଳାଉଥିଲେ। ତାଙ୍କ ପତି ଡେରିୟସ ପଣ୍ଡୋଲ ଆଗରେ ବସିଥିଲେ। ଉଭୟେ ରକ୍ଷା ପାଇଯାଇଛନ୍ତି କିନ୍ତୁ ଗୁରୁତର ଥିବାରୁ ଚିକିତ୍ସାଧିନ ରହିଛନ୍ତି। ସେପଟେ ସାଇରସ ଓ ଜାହାଙ୍ଗୀରଙ୍କୁ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କର ଘଟଣାସ୍ଥଳରେ ମୃତୟୁ ହୋଇଯାଇଥିଲା। 

ଅଧିକ ପଢନ୍ତୁ: Elon Musk Twitter Account: ପୂର୍ବତନ ପ୍ରେମିକାଙ୍କ ଆକାଉଣ୍ଟ ଡିଲିଟ କରିବାର ଗୋଟିଏ ଦିନ ପରେ ଚୋରି ହୋଇଗଲା ଏଲୋନଙ୍କ ଟ୍ୱିଟର ଆକାଉଣ୍ଟ, ମସ୍କ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ

ଅଧିକ ପଢନ୍ତୁ: Virat Kohli Birthday: ମେଲବୋର୍ଣ୍ଣରେ ୧୩ ନଭେମ୍ବରରେ ପୁଣିଥରେ କେକ୍ କାଟିବାକୁ ଚାହୁଁଛନ୍ତି ବିରାଟ, ଜାଣନ୍ତୁ କାହିଁକି?

ଅଧିକ ପଢନ୍ତୁ: Health Tips: ଅପଣଙ୍କ ଜିଭର ରଙ୍ଗ କହିଥାଏ ଶରୀରରେ କେଉଁ ରୋଗ ବଢୁଛି, ସୁସ୍ଥ ରହିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ!