Kendujhar Accident: କାର ଉପରେ ଚଢିଗଲା ଟ୍ରକ, ଚାଲିଗଲା ୪ ଜୀବନ
Advertisement
Article Detail0/zeeodisha/odisha1423883

Kendujhar Accident: କାର ଉପରେ ଚଢିଗଲା ଟ୍ରକ, ଚାଲିଗଲା ୪ ଜୀବନ

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ପ୍ରତିକାତ୍ମକ ଫଟୋ

Kendujhar Accident: କେନ୍ଦୁଝର: ଅଧାରେ ରହିଗଲା ମା' କାଳୀଙ୍କ ଦର୍ଶନ। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝରର ବଡ଼ପଶିରୁ ଆସିଛି। ଘଟଗାଁରୁ ଯାତ୍ରା ଦେଖିବାକୁ ୫ ଜଣ ଯୁବକ ଏକ କାର ଯୋଗେ କେନ୍ଦୁଝର ଯାଉଥିବା ବେଳେ ବଡ଼ପଶି ନିକଟରେ ସେମାନଙ୍କର ଗାଡ଼ି ଦୁର୍ଘଟଣା ହୋଇଥିଲା। ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କ ଗାଡ଼ି ଉପରେ ଚଢି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ି ଅନ୍ୟତ୍ର ଛିଟିକି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।   

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ଣ ପ୍ରାୟ ସାଢେ ୪ଟା ସମୟରେ ଏକ ନାଲି ରଙ୍ଗର କାର ଯୋଗେ ଘଟଗାଁ ନିକଟସ୍ଥ ପିପିଆଳିରୁ କେନ୍ଦୁଝର ଅଭିମୁଖେ ବାହାରି ଥିଲେ। ପ୍ରାପ୍ତ ସୂଚନା ମୁତାବକ ଉକ୍ତ ୫ ଯୁବକ କେନ୍ଦୁଝରର ପ୍ରସିଦ୍ଧ କାଳୀ ପୂଜା ଦେଖିବାକୁ ଯାଉଥିଲେ। ତେବେ ତେବେ ଅଧାରେ ରହିଯାଇଛି ତାଙ୍କର କାଳୀଙ୍କ ଦର୍ଶନ। ବେସ ହସଖୁସିରେ ଯାଉଥିବା ଏହି ୫ ଜଣ ଯୁବକଙ୍କ ଗାଡ଼ି ବଡପଶିଙ୍କ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ସାମ୍ନାରୁ ଆସୁଥିବା ଏକ ଟ୍ରକ ସେମାନଙ୍କ ଗାଡ଼ି ଉପରେ ଚଢି ଯାଇଥିଲା। ଫଳରେ ୫ ଯୁବକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। 

ଖବର ପାଇ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଗାଡ଼ି ମଧ୍ୟରୁ ଉଦ୍ଧାର କରିଥିଲେ। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଅଗ୍ନିଶମ ବିଭାଗ ଗାଡ଼ି ଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତାହତଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।