Most commonly password: ଜାଣନ୍ତୁ ଦୁନିଆର ସବୁଠାରୁ ସହଜ ପାସୱାର୍ଡ ବାବଦରେ, ଯାହା ହ୍ୟାକରଙ୍କ ପ୍ରଥମ ପସନ୍ଦ
Advertisement
Article Detail0/zeeodisha/odisha1966655

Most commonly password: ଜାଣନ୍ତୁ ଦୁନିଆର ସବୁଠାରୁ ସହଜ ପାସୱାର୍ଡ ବାବଦରେ, ଯାହା ହ୍ୟାକରଙ୍କ ପ୍ରଥମ ପସନ୍ଦ

  ବର୍ତ୍ତମାନ ସମୟରେ ବିନା ଇଣ୍ଟରନେଟରେ କମ୍ପ୍ୟୁଟରର କଳ୍ପନା ନାହିଁ । କିନ୍ତୁ ଦିନକୁ ଦିନ ସାଇବର କ୍ରାଇମ ମଧ୍ୟ ବଢ଼ି ଚାଲିଛି । ହ୍ୟାକର ମାନେ ନିର୍ଭୟରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ଆଜିକାଲି ବହୁତ ଗୁଡ଼ିଏ କାମ ଅନଲାଇନରେ ହେଉଛି । ଆଉ ଏହି କାରଣରୁ କିଛି ସମ୍ବେଦନଶୀଳ ଓ୍ବେବସାଇଟରେ ଲୋକମାନଙ୍କ ପାସଓ

SOCIAL MEDIA

Most commonly password: 

ବର୍ତ୍ତମାନ ସମୟରେ ବିନା ଇଣ୍ଟରନେଟରେ କମ୍ପ୍ୟୁଟରର କଳ୍ପନା ନାହିଁ । କିନ୍ତୁ ଦିନକୁ ଦିନ ସାଇବର କ୍ରାଇମ ମଧ୍ୟ ବଢ଼ି ଚାଲିଛି । ହ୍ୟାକର ମାନେ ନିର୍ଭୟରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ଆଜିକାଲି ବହୁତ ଗୁଡ଼ିଏ କାମ ଅନଲାଇନରେ ହେଉଛି । ଆଉ ଏହି କାରଣରୁ କିଛି ସମ୍ବେଦନଶୀଳ ଓ୍ବେବସାଇଟରେ ଲୋକମାନଙ୍କ ପାସଓ୍ବାର୍ଡ ମଧ୍ୟ ରହିଯାଉଛି । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏତେ ସବୁ ଘଟଣା ପରେ ମଧ୍ୟ କିଛି ଲୋକ ବହୁତ ସରଳ ପାସଓ୍ବାର୍ଡ଼ ଦେଉଛନ୍ତି । ଏବଂ ସବୁଠୁ ଅଧିକ ବ୍ୟବହାର ହେଉଥିବା ପାସଓ୍ବାର୍ଡ଼ ଏବେବି ୧୨୩୪୫୬ ରହିଛି । ଆଉ ହ୍ୟାକର ମାନଙ୍କୁ ହ୍ୟାକ କରିବା ପାଇଁ ଅଧିକ ସହଜ ହେଉଛି ।

ଏବେ ବି ଲୋକ ସହଜ ପାସଓ୍ବାର୍ଡ଼ ଦଉଛନ୍ତି

ସାଧାରଣତଃ ଏହି ନମ୍ବର ଗୁଡ଼ିକ କୌଣସି ସଂସ୍ଥା ପାଇଁ ଅଧିକ ଗୁରୁତ୍ବ ରଖେ । କିନ୍ତୁ ଲୋକ ଏଥିପ୍ରତି ସାବଧାନ ନୁହଁନ୍ତି । ସେମାନେ ଜାଣିବା ଉଚିତ୍ ଯେ କମ୍ପ୍ୟୁଟର ସହ ଓ୍ବେବସାଇଟରେ ମଧ୍ୟ ସେମାନଙ୍କ ଆକାଉଣ୍ଟ ରହିଛି । ଆଉ ଆକାଉଣ୍ଟରେ ସରଳ ପାସଓ୍ବାର୍ଡ଼ ଦେବା ଦ୍ବାରା ତାହା ହ୍ୟାକର ମାନଙ୍କୁ ଡାଟା ଚୋରି କରିବାକୁ ସହଜ ହୋଇଥାଏ । ଏକ ପାସଓ୍ବାର୍ଡ଼ ମ୍ୟାନେଜମେଣ୍ଟ ସପ୍ଟଓ୍ବେୟାର କମ୍ପାନୀର ଅଧ୍ୟୟନରୁ ଜଣାପଡ଼ିଛି ଯେ ଲୋକମାନେ ବହୁତ ସହଜରେ ମନେ ରହୁଥିବା ପାସଓ୍ବାର୍ଡ଼ ରଖିବା ପାଇଁ ପସନ୍ଦ କରନ୍ତି ।

କେତେ ଲୋକ କରନ୍ତି ଏହି ପାସଓ୍ବାର୍ଡ଼ର ବ୍ୟବହାର

କମ୍ପାନୀ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଆକାଉଣ୍ଟକୁ ନେଇ ସର୍ଭେ କରିଥିଲା । ଯେଉଁଥିରେ ପାଖାପାଖି ୪.୫ କୋଟି ଆକାଉଣ୍ଟରେ ସବୁଠାରୁ ସରଳ ପାସଓ୍ବାର୍ଡ଼ ୧୨୩୪୫୬ ଦିଆଯାଇଛି । ଯାହା ଅର୍ବାଧିକ । ଖାଲି ଏତିକି ନୁହେଁ ଆହୁରି ଅନେକ ସ୍ଥାନରେ admin ଏବଂ ୧୨୩୪୫୬୭୮ ପାସଓ୍ବାର୍ଡ଼ ଦିଆଯାଇଛି । admin ପାଖାପାଖି ୪ କୋଟି ଏବଂ ୧୨୩୪୫୬୭୮ ପାଖାପାଖି ୧.୨୭ କୋଟି ଆକାଉଣ୍ଟରେ ବ୍ୟବହାର କରାଯାଇଛି ।

ଭାରତର ସ୍ଥିତି କଣ

କମ୍ପାନୀ ଏହି ମାମଲାରେ ଭାରତର ସ୍ଥିତି ମଧ୍ୟ ସ୍ପଷ୍ଟ କରିଛି । ଭାରତରେ ମଧ୍ୟ ୧୨୩୪୫୬ ପାସଓ୍ବାର୍ଡ଼ ୩୬ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଏବଂ admin ୧୨ ଲ୪ ଲୋକ । ଏହି ଅଧ୍ୟୟନରେ କମ୍ପାନୀ ସ୍ବତନ୍ତ୍ର ସାଇବର ସିକ୍ୟୁରିଟି ଏକ୍ସପର୍ଟ ମାନଙ୍କର ମଧ୍ୟ ସହଯୋଗ ନେଇଥିଲା ।

ହ୍ୟାକ କରିବା ପାଇଁ କେତେ ସମୟ ଲାଗେ

ଅଧ୍ୟୟନରେ କୁହାଯାଇଛି ଯେ ଏହିଭଳି ପାସଓ୍ବାର୍ଡ଼ ଥିବା ଆକାଉଣ୍ଟକୁ ହ୍ୟାକର ମାନେ ଗୋଟିଏ ସେକେଣ୍ଡରୁ ମଧ୍ୟ କମ୍ ସମୟରେ ହ୍ୟାକ କରନ୍ତି । ଟିମ୍ ୬.୬ ଟେରାବାଇଟର ଡାଟାବେସର ବିଶ୍ଳେଷଣ କରିଛନ୍ତି । ଯେଉଁଥିରେ ଚୋରି ହୋଇଥିବା ପାସଓ୍ବାର୍ଡ଼ ରଖାଯାଇଥିଲା

ଆକାଉଣ୍ଟ ସୁରକ୍ଷା ପାଇଁ ବଡ଼ ବିପଦ

ଅଧ୍ୟୟନରେ ୧୨୩୪୫୬ ପାସଓ୍ବାର୍ଡ଼କୁ ସବୁଠୁ ଦୁର୍ବଳ ବୋଲି କୁହାଯାଇଛି । ଟେକ୍ନୋଲୋଜି ବକଶିତ ହେବା ଫଳରେ ହ୍ୟାକର ମାନଙ୍କ ପକ୍ଷେ ଆକାଉଣ୍ଟ ହା୍ୟକ କରିବା ସହଜ ହେଉନାହିଁ । କିନ୍ତୁ ଏହାସତ୍ତ୍ବ ମାଲଓ୍ବେୟର ଆକ୍ରମଣ ଆକାଉଣ୍ଟ ସୁରକ୍ଷା ପାଇଁ ବଡ଼ ସଙ୍କଟ ପାଲଟିଛି ।