Rahat Fateh Ali Khan:ଶିଶ୍ୟଙ୍କୁ ମାଡ଼ ମାରି ବ୍ରିଟିଶ୍ ଏସୀୟାନ ଟ୍ରଷ୍ଟ ଆମ୍ବାସଡାର ପଦରୁ ବିଦା ହେଲେ ରାହତ ଫତେ ଅଲ୍ଲୀଖାନ
Advertisement
Article Detail0/zeeodisha/odisha2088113

Rahat Fateh Ali Khan:ଶିଶ୍ୟଙ୍କୁ ମାଡ଼ ମାରି ବ୍ରିଟିଶ୍ ଏସୀୟାନ ଟ୍ରଷ୍ଟ ଆମ୍ବାସଡାର ପଦରୁ ବିଦା ହେଲେ ରାହତ ଫତେ ଅଲ୍ଲୀଖାନ

ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ତାଙ୍କ ଶିଷ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି । ଘରୋଇ ସହାୟକ ତଥା ଶିଶ୍ୟଙ୍କୁ ମାଡ଼ ମାରିବା କାରଣରୁ ତାଙ୍କୁ ଇଂଲଣ୍ଡ ରାଜା ଚାର୍ଲ୍ସଙ୍କ ବ୍ରିଟିଶ ଏସୀୟ ଟ୍ରଷ୍ଟର ଆମ୍ବାସଡାର ପଦରୁ ହଟାଇ ଦିଆଯାଇଛି। ନିକଟରେ ରାହତ ଫତେହ ଅଲି ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଜଣେ

SOCIAL MEDIA

viral assault video:

ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ତାଙ୍କ ଶିଷ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି । ଘରୋଇ ସହାୟକ ତଥା ଶିଶ୍ୟଙ୍କୁ ମାଡ଼ ମାରିବା କାରଣରୁ ତାଙ୍କୁ ଇଂଲଣ୍ଡ ରାଜା ଚାର୍ଲ୍ସଙ୍କ ବ୍ରିଟିଶ ଏସୀୟ ଟ୍ରଷ୍ଟର ଆମ୍ବାସଡାର ପଦରୁ ହଟାଇ ଦିଆଯାଇଛି। ନିକଟରେ ରାହତ ଫତେହ ଅଲି ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ ଖରାପ ଭାଷାରେ ଗାଳି କରିବା ସହିତ ମାଡ ମାରୁଥିଲେ । ଭିଡିଓଟି ତାଙ୍କ ଘରେ ସୁଟ୍ ହୋଇଥିଲା ଓ ଏଥିରେ ମାଡ଼ ଖାଉଥିବା ବ୍ୟକ୍ତି ଚିତ୍କାର କରୁଥିବାର ନଜର ଆସିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବ୍ରିଟିଶ ଏସୀୟ ଟ୍ରଷ୍ଟର ରାଷ୍ଟ୍ରଦୂତ ପଦ ହରାଇବାକୁ ପଡିଛି ।

ରାହତ ଫତେହ ଅଲି ଖାନଙ୍କ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ବହୁତ ଆକ୍ରୋଶ ଦେଖିବାକୁ ମିଳିଥିଲା । ସେ ଟ୍ରୋଲ୍ ହୋଇଥିଲା । ଭିଡିଓରେ ରାହତଙ୍କୁ  ଜୋତାରେ ଜଣେ ଯୁବକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ରାହତ ଫତେହ ଅଲି ଖାନଙ୍କ ସହ ଚୁକ୍ତିନାମା ବାତିଲ କରିବା ପରେ ଟ୍ରଷ୍ଟ ନିଜ ବିବୃତ୍ତିରେ କହିଛି ଯେ ଆମେ ସବୁ ପ୍ରକାରର ହିଂସାକୁ ବିରୋଧ କରୁଛୁ। ଟ୍ରଷ୍ଟ ଜିଓ ନ୍ୟୁଜକୁ କହିଛି ଯେ ହିଂସା ମାମଲାରେ ସେମାନଙ୍କ ନୀତି ଅତ୍ୟନ୍ତ କଠୋର।

କେବେ ହୋଇଥିଲେ ବ୍ରାଣ୍ଡ୍ ଆମ୍ବାସଡ଼ାର ?

2017 ରେ ବ୍ରିଟିଶ ଏସୀୟ ଟ୍ରଷ୍ଟ ଦ୍ୱାରା ରାହତ ଫତେହ ଅଲି ଖାନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ପ୍ରିନ୍ସ ଚାର୍ଲ୍ସ ନିଜେ ତାଙ୍କ ନାମ ଘୋଷଣା କରିଥିଲେ। ରାହତ ଫତେହି ଅଲି ଖାନ ପାକିସ୍ତାନର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଭାରତରେ ମଧ୍ୟ ଅନେକ ଗୀତ ଗାଇଛନ୍ତି, ଯାହା ଭାରତୀୟଙ୍କ ମଧ୍ୟରେ ବେସ ଲୋକପ୍ରୀୟ ।

ରାହତ ଦେଇଥିଲେ ସ୍ପଷ୍ଟୀକରଣ

ଭିଡିଓ ଭାଇରାଲ ହେବା ପରେ ବିବାଦ ବଢୁଥିବା ଦେଖି ରାହତ ଫତେହ ଅଲି ଖାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ଜାରି କରି ନିଜ ପକ୍ଷ ରଖିଥିଲେ । ସ୍ପଷ୍ଟୀକରଣରେ ସେ ଘଟଣା ଗୁରୁଶିଶ୍ୟ ମଧ୍ୟର ଘଟଣା ବୋଲି କହିଥିଲେ ।  ଭିଡିଓରେ ସେହି ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଯାହାକୁ ରାହତ ମାଡ଼ ମାରିଥିଲେ । ସେହି ଯୁବକ ନିଜକୁ ରାହତ ଫତେହ ଅଲି ଖାନଙ୍କ ଶିଷ୍ୟ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ବ୍ୟତୀତ ଭିଡିଓରେ ପୀଡିତଙ୍କ ପିତା ମଧ୍ୟ ନଜର ଆସିଥିଲେ। ଭିଡିଓରେ ରାହତ ଫତେହ ଅଲି ଖାନ କହିଥିଲେ  ଯେ ସେ ଯେଉଁ ବୋତଲ ବାବଦରେ ଭିଡିଓରେ କହୁଥିଲେ ସେହି ବୋତଲରେ ମଦ ନଥିଲା ସେଥିରେ ଜଣେ ମୌଲାନଙ୍କ ଦ୍ୱାରା ପ୍ରଦତ୍ତ ପବିତ୍ର ଜଳ ଥିଲା । ଏଥିସହ ମାଡ ମାରିବା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାବେଳେ ସେ କହିଥିଲେ ଯେ ଏହା ଭୁଲ ପାଇଁ ଦଣ୍ଡ ଥିଲା ଏବଂ ଏହି କଥା ଜଣେ ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ଥିଲା।