Kendujhar News: ପିଲାଙ୍କୁ ଅଧିକ ସ୍ବାସ୍ଥ୍ୟବାନ କରାଇବ ମାଣ୍ତିଆ ଲଡୁ, ଜାଣନ୍ତୁ କେମିତି ?
Advertisement
Article Detail0/zeeodisha/odisha1416929

Kendujhar News: ପିଲାଙ୍କୁ ଅଧିକ ସ୍ବାସ୍ଥ୍ୟବାନ କରାଇବ ମାଣ୍ତିଆ ଲଡୁ, ଜାଣନ୍ତୁ କେମିତି ?

Kendujhar News: ଆଦିବାସୀ ବହୁଳ ଜିଲ୍ଲା କେନ୍ଦୁଝର । ବଣ ପାହାଡ ଘେରା ଏହି ଜିଲ୍ଲାର କଳା ସଂସ୍କୃତି ବେଶ ନିଆରା । ରାଜ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲାର ୩୩୪ ଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ହଷ୍ଟେଲ୍ ପିଲାଙ୍କୁ ଖାଦ୍ୟରେ ମାଣ୍ଡିଆ ଲଡୁ ଦିଆଯାଇଛି ।

Kendujhar News: ପିଲାଙ୍କୁ ଅଧିକ ସ୍ବାସ୍ଥ୍ୟବାନ କରାଇବ ମାଣ୍ତିଆ ଲଡୁ, ଜାଣନ୍ତୁ କେମିତି ?

Kendujhar News: ଆଦିବାସୀ ବହୁଳ ଜିଲ୍ଲା କେନ୍ଦୁଝର । ବଣ ପାହାଡ ଘେରା ଏହି ଜିଲ୍ଲାର କଳା ସଂସ୍କୃତି ବେଶ ନିଆରା । ରାଜ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲାର ୩୩୪ ଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ହଷ୍ଟେଲ୍ ପିଲାଙ୍କୁ ଖାଦ୍ୟରେ ମାଣ୍ଡିଆ ଲଡୁ ଦିଆଯାଇଛି । କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ିଙ୍କ ଦ୍ଵାରା ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏଥିରେ ଉପକୃତ ହେବେ ଜିଲ୍ଲାର ୩୯ ହଜାର ଛାତ୍ରଛାତ୍ରୀ । ପୂର୍ବରୁ ଜିଲ୍ଲାର ଅଙ୍ଗନୱାଡ଼ି କେନ୍ଦ୍ରର ପିଲାମାନଙ୍କୁ ମାଣ୍ଡିଆ ଲଡ଼ୁ ଦିଆଯାଉଥିବା ବେଳେ,ଏବେ ପ୍ରଥମ ଥର ପାଇଁ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ୍ ପିଲାମାନଙ୍କୁ ମାଣ୍ଡିଆ ଲଡୁ ଦିଆଯିବା ରାଜ୍ୟରେ ସୃଷ୍ଟି କରିଛି ଉଦାହରଣ ।

କେନ୍ଦୁଝର ସଂସ୍କୃତି ଭବନ ହୋଇ ଉଠିଛି ଲୋକାରଣ୍ୟ । ଗୋଟିଏ ପଟେ ସ୍କୁଲ୍ ପିଲା, ଶିକ୍ଷକ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ମହିଳା ଚାଷୀ ଓ ଅନ୍ୟପଟେ ଜିଲ୍ଲାର ଓଏସ୍ ପାଇଥିବା କୃତି ଛାତ୍ର । ଜିଲ୍ଲାର ୩୩୪ଟି ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ୍ ରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ମାଣ୍ଡିଆ ଲଡ଼ୁ ଦିଆଯିବା ଉଦଘାଟନ କାର୍ଯ୍ୟକ୍ରମ ପରିପ୍ରେକ୍ଷରେ ସମସ୍ତେ ଏଠାରେ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ।

ଏହାବି ପଢନ୍ତୁ :Paddy Farmer: ମୟୂରଙ୍କ ପଦୃଭାବରେ ଅତିଷ୍ଟ ମଧୁପୁର ଗ୍ରାମବାସୀ, ବ୍ୟାପକ ଧାନ ଫସଲ ନଷ୍ଟ

ଏହାବି ପଢନ୍ତୁ :cyclone day: ରାଜ୍ୟ ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ: ଟାର୍ଗେଟରେ ଜିରୋ କାଜୁଆଲଟି

ଏହାବି ପଢନ୍ତୁ :ECଙ୍କ ଚେତାବନୀ, ପ୍ରମାଣ ମିଳିଲେ ୧୦୦ ମିନିଟ୍ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଏହାବି ପଢନ୍ତୁ :ବାଇକକୁ ପିଟି ଓଲଟିଲା ପିକ୍ଅପ୍; ବାପା-ଝିଅ ମୃତ, ଗାଡିରୁ କୋବି ଲୁଟିନେଲେ ଲୋକ

ପୂର୍ବରୁ ମିଲେଟ୍ ମିଶନ୍ ଅନ୍ତର୍ଗତ ଜିଲ୍ଲାର ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯାଉଛି । ଏହି ଯୋଜନାକୁ ନିତି ଆୟୋଗ ଦ୍ଵାରା ଉଚ୍ଚ ପ୍ରଶଂସା କରାଯାଇଛି । ମାଣ୍ଡିଆ ଖାଇବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶାରିରୀକ ଓ ବୌଦ୍ଧିକ ବିକାଶ ଘଟିବା ସହ , ଏହାଦ୍ଵାରା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମାଣ୍ଡିଆ ଚାଷ କରି ଲାଭାନ୍ବିତ ହୋଇ ପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଚାଷୀ ଓ ସ୍ୱୟଂ ସହାୟିକାଗୋଷ୍ଠୀର ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ, ଜିଲ୍ଲାର ଓଏଏସ୍ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ମାଣ୍ଡିଆ ଚାଷ କ୍ଷେତ୍ରରେ ଜିଲ୍ଲାର ବିକାଶ ଘଟିଛି । ଏଥିସହ , ଜିଲ୍ଲାର ଉଦ୍ୟାନ କୃଷି ବିଭାଗ ଦ୍ଵାରା ପରିଚାଳିତ ସାମୁହିକ ଚାଷ କାର୍ଯ୍ୟକ୍ରମ ସ୍କଚ୍ ପୁରସ୍କାର ପାଇ ସମଗ୍ର ଭାରତ ବର୍ଷରେ ୧ ନମ୍ବର ସ୍ଥାନ ହାସଲ କରିଥିବା କହିଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ।