ପୁରୀରେ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥଯାତ୍ରା ସମୟରେ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ କିଭଳି ସମନ୍ବୟ ରଖି କାର୍ଯ୍ୟ କରାଯିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ।
Trending Photos
ପୁରୀ: ପୁରୀ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ମକଡ୍ରିଲ। କରାଯାଇଛି। ଆଜି ପୁରୀରେ ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫ୍ ପକ୍ଷରୁ ମକଡ୍ରିଲ କରାଯାଇଛି। କୌଣସି ପ୍ରକାରର ଅଘଟଣ ଘଟିଲେ ତାର କିପରି ମୁକାବିଲା କରାଯିବ ସେନେଇ ଅଭ୍ୟାସ କରାଯାଇଛି। ସେହିପରି ମହାପ୍ରଭୁଙ୍କ ଘୋଷଯାତ୍ର ପାଇଁ ଆଜି ଅପରାହ୍ନରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ପୁରୀରେ ସମୀକ୍ଷା ବୈଠକ କରିଛନ୍ତି। ପୌର ସଦନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶାନ୍ତିଶୃଙ୍ଖଳା ଓ କଡ଼ାସୁରକ୍ଷା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଚଳିତ ଥର ରଥଯାତ୍ରାରେ ୧୮୦ ପ୍ଲାଟୁନ ପୁଲିସ ମୁତୟନ ହେବେ। ସେହିପରି ରଥଯାତ୍ରା ଉପରେ ପ୍ରାୟ ୫୦୦ ପୁଲିସ ଅଧିକାରୀ ନଜର ରଖିବେ।
ରଥଯାତ୍ରା ସମୟରେ ବଡ଼ ଦାଣ୍ଡରେ ଯଦି କୌଣସି ଭକ୍ତ ଅସୁସ୍ଥ ହୋଇପଡନ୍ତି ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା। ଏବଂ ଗ୍ରିନ କରିଡର କରି କିଭଳି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପହଂଚାଇବା ତାକୁ ନେଇ ମକଡ୍ରିଲ କରାଯାଇଛି। ପୁରୀରେ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥଯାତ୍ରା ସମୟରେ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ କିଭଳି ସମନ୍ବୟ ରଖି କାର୍ଯ୍ୟ କରାଯିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଆଜି ବଡ଼ ଦାଣ୍ଡରେ ଅଗ୍ନିଶମ, ଏନଡିଆରଏଫ, ଓଡ୍ରାଫ୍, ମେଡିକାଲ, ପୁଲିସ, ପରିବହନ, ଆମ୍ବୁଲାନ୍ସ, ପୂର୍ତ୍ତ ବିଭାଗ, ପୌର ପ୍ରଶାସନ ଆଦି ବିଭାଗ ପକ୍ଷରୁ ସମ୍ମିଳିତ ମକଡ୍ରିଲ କରାଯାଇଛି। ଯାହାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ।