Health Tips:ପ୍ରାତଃ ଭ୍ରମଣ ତୁଳନାରେ ରାତିରେ ଚାଲିବା ଅଧିକ ଭଲ କି ?
Advertisement

Health Tips:ପ୍ରାତଃ ଭ୍ରମଣ ତୁଳନାରେ ରାତିରେ ଚାଲିବା ଅଧିକ ଭଲ କି ?

ଚାଲିବାର ଫାଇଦା ସମସ୍ତେ ଜାଣନ୍ତି । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ହୃଦ୍‌ରୋଗ ପାଇଁ ବୁଷ୍ଟର ଭଳି କାମ କରେ, ରକ୍ତ ସଞ୍ଚାଳନ ବୃଦ୍ଧି କରେ, କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ ଏବଂ ସ୍ବାସ୍ଥ୍ୟ ଉପଯୋଗୀ ଫାଇଦା ମିଳେ । ସକାଳର ଚାଲିବା ଆପଣଙ୍କର ସ୍ବାସ୍ଥ୍ୟରେ ଏକ ପରିବର୍ତ୍ତନ ଆଣେ ।

SOCIAL MEDIA

Health Tips: ଚାଲିବାର ଫାଇଦା ସମସ୍ତେ ଜାଣନ୍ତି । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ହୃଦ୍‌ରୋଗ ପାଇଁ ବୁଷ୍ଟର ଭଳି କାମ କରେ, ରକ୍ତ ସଞ୍ଚାଳନ ବୃଦ୍ଧି କରେ, କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ ଏବଂ ସ୍ବାସ୍ଥ୍ୟ ଉପଯୋଗୀ ଫାଇଦା ମିଳେ । ସକାଳର ଚାଲିବା ଆପଣଙ୍କର ସ୍ବାସ୍ଥ୍ୟରେ ଏକ ପରିବର୍ତ୍ତନ ଆଣେ । କିନ୍ତୁ ଆପଣ ଜାଣିଛନ୍ତି କି ବିଶେଷଜ୍ଞଙ୍କ ମତରେ ରାତିରେ ଚାଲିବା ସକାଳର ଚାଲିବା ଅପେକ୍ଷା ଅଧିକ ଲାଭଦାୟକ ହୋଇପାରେ ।

ସକାଳର ଚାଲିବା ଅପେକ୍ଷା ରାତିରେ ଚାଲିବା କିପରି ଭଲ ?

ସକାଳେ କିମ୍ବା ରାତିରେ ନିୟମିତ ଚାଲିବା ଏକ ଭଲ ଏବଂ ସୁସ୍ଥ ଅଭ୍ୟାସ । ରାତ୍ରୀ ଭୋଜନ ପରେ ୧୫ ମିନିଟର ଚାଲିବା ମଧ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ପେଟର ଚର୍ବିକୁ ଫଳପ୍ରଦ ଭାବରେ ହ୍ରାସ କରିବାରେ ସାହାଯ୍ୟ କରିଥାଏ ବୋଲି ବିଶେଷଜ୍ଞଙ୍କ ମତ । ଏହାର କାରଣ ହେଉଛି ଭାରତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ୍ ଏବଂ ଚର୍ବି ଭରପୂର ମାତ୍ରାରେ ଥାଏ । ରାତ୍ରୀ ଭୋଜନ ପରେ ସାଙ୍ଗେ ସାଙ୍ଗେ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ । ବିଶେଷ ଭାବରେ ପେଟରେ ସମସ୍ୟା ଦେଖାଦିଏ । ପେଟର ଚର୍ବି ବୃଦ୍ଧି ଆପଣଙ୍କ ହୃଦ୍‌ରୋଗ, ମଧୁମେହ ର ଆଶଙ୍କା ବଢ଼ାଇବା ସହ ଦୈନନ୍ଦିନ ଜୀବନଶୈଳୀରେ ପ୍ରଭାବ ପକାଇଥାଏ ।

ରାତି ଚାଲିବା କିପରି ସାହାଯ୍ୟ କରେ?

  • ଏହା ହଜମ କରିବାରେ ସାହାଯ୍ୟ କରେ ଏବଂ ଅଧିକ କ୍ୟାଲୋରୀକୁ ନଷ୍ଟ କରିଥାଏ । ଫଳରେ ପେଟର ଚର୍ବିର ମାତ୍ରା କମିଥାଏ ।  
  • ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଭଲ କୋଲେଷ୍ଟ୍ରଲ କିମ୍ବା HDL କେବଳ ବ୍ୟାୟାମ ଏବଂ ଚାଲିବା ଦ୍ୱାରା ବୃଦ୍ଧି ପାଇଥାଏ । ବହୁତ କମ୍ ଖାଦ୍ୟ ପଦାର୍ଥ ଅଛି ଯାହା ଭଲ କୋଲେଷ୍ଟ୍ରଲ ସ୍ତର ବଢ଼ାଇବାରେ ସାହାଯ୍ୟ କରେ । ତେଣୁ ରାତ୍ରୀ ଭୋଜନ ପରେ ଚାଲିବା ଉଚିତ୍ । ବିଶେଷ ଭାବରେ ଯଦି ଆପଣ ସକାଳେ ପ୍ରାତଃ ଭ୍ରମଣ କରୁନାହାଁନ୍ତି ତଥାପି ଏହା ଆପଣଙ୍କ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।
  • ଏହା ପେଟର ଚର୍ବିକୁ ନିୟନ୍ତ୍ରଣ କରିଥାଏ ଏବଂ ପେଟ ଓ ଶରୀରର ଅନ୍ୟାନ୍ୟ ଅଂଶରେ କମ୍ ଚର୍ବି ଜମା କରିଥାଏ ।
  • ଏହା ହାଡର ମଜବୁତ୍ କରିବା ସହ ଏବଂ ମାଂସପେଶୀ ଶକ୍ତିରେ ବୃଦ୍ଧି କରେ ।
  • ଏହା ତଳ ପିଠି ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଡିପ୍ରେସନକୁ ନିୟନ୍ତ୍ରଣ କରିଥାଏ ।
  • ଏହା ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ ।
  • ଡାଇବେଟିସ୍, ଉଚ୍ଚ ରକ୍ତଚାପ, ମାଂସପେଶୀ ଥକ୍କା ଇତ୍ୟାଦି ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରେ ।

ସକାଳର ଚାଲିବା ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ୍ କି ?

ବିଲକକୁଲ୍ ନୁହେଁ । ସକାଳୁ ଚାଲିବାର ଉପକାରିତାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିହେବ ନାହିଁ । ଭିଟାମିନ୍ ଡି, ସତେଜ ପବନ ଏବଂ ସକାଳର ସୂର୍ଯ୍ୟ କିରଣର ଏକ ମାତ୍ରା ସ୍ବାସ୍ଥ୍ୟ ପାଇଁ ଭଲ । ଦିନରେ କେଉଁ ସମୟରେ ଆପଣ ବୁଲିବାକୁ ଚାହାଁନ୍ତି ତାହା ବ୍ୟକ୍ତିଗତ ପସନ୍ଦ । କିନ୍ତୁ ପ୍ରତିଦିନ ଅତି କମରେ ଏକ ଘଣ୍ଟା ଚାଲିବା ଅଭ୍ୟାସ କରନ୍ତୁ । ବୟସ୍କ ମାନେ ପ୍ରାତଃ ଭ୍ରମଣ କରିବାକୁ ଅଧିକ ପସନ୍ଦ କରନ୍ତି । ଯେଉଁମାନଙ୍କ ପାଇଁ ଏହାକୁ ଦିନର ଶେଷରେ କରିବା କଷ୍ଟକର ହୋଇପଡ଼େ । ଅନ୍ୟପଟେ ଯୁବପିଙୀଙ୍କ ପାଇଁ ସକାଳେ ଉଠିବା କଷ୍ଟକର ହୋଇ ପଡ଼ୁଥିବାରୁ ରାତିରେ ଚାଲିବା ସେମାନଙ୍କ ପାଇଁ ଆର୍ଶିବାଦ ପରି ମନେ ହୁଏ ।

ରାତି ଚାଲିବା ପାଇଁ କିପରି ପ୍ରସ୍ତୁତ ହେବେ ?

ରାତିରେ ଚାଲିବା ସମୟରେ ଏଠାରେ କିଛି ଜିନିଷ ଧ୍ୟାନରେ ରଖିବା ଆବଶ୍ୟକ

• ଠିକ୍ ରାତ୍ରୀ ଭୋଜନ ପରେ ପରେ ଚାଲିବା ଅନୁଚିତ୍ । ହଜମ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ ଅଧିକ ରକ୍ତର ଆବଶ୍ୟକତା ରହିଛି । ରାତ୍ରୀ ଭୋଜନ ପରେ ତୁରନ୍ତ ବାହାରକୁ ଯିବା ଦ୍ୱାରା ରକ୍ତ ଅନ୍ୟ ଅଙ୍ଗକୁ ଯିବ ଯାହା ଆପଣଙ୍କ ମୁଣ୍ଡ ଘୁରାଇ ପାରେ । ରାତ୍ରୀ ଭୋଜନ ପରେ ଅତି କମରେ 20 ମିନିଟ୍ ପରେ ବୁଲିବାକୁ ଯାଆନ୍ତୁ ବୋଲି ବିଶେଷଜ୍ଞଙ୍କ ମତ ।

• ଚାଲିବା ଜୋତା ପିନ୍ଧନ୍ତୁ । ସଠିକ୍ ଭାବରେ ଚାଲନ୍ତୁ । ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳିବ ।

• ଦ୍ରୁତ ଗତିରେ ଚାଲନ୍ତୁ । ରାତ୍ରି ଚାଲିବା ଅର୍ଥ ନୁହେଁ ଯେ ପାର୍କରେ ବୁଲିବା । ସକାଳେ ଚାଲିବା ସମୟରେ ଯେପରି କରିବେ, ସେହିଭଳି ଏହାକୁ ଗମ୍ଭୀର ଭାବେ ନିଅନ୍ତୁ ।

• ଆଇସକ୍ରିମ୍ ଖାଆନ୍ତୁ ନାହିଁ। କିମ୍ବା କୌଣସି ମିଠା ଖାଦ୍ୟ ଖାଆନ୍ତୁ ନାହିଁ ।

• ଏହାକୁ ନିୟମିତ କରନ୍ତୁ । ଆରମ୍ଭ କରିବା ସମୟରେ ସମୟ ସ୍ଥିର ରଖନ୍ତୁ । ପ୍ରଥମ ଦିନ ୧୫-୩୦ ମିନିଟ୍ ଚାଲନ୍ତୁ । ଏହାପରେ ଧୀରେ ଧୀରେ ସମୟ ବଢ଼ାନ୍ତୁ ।  

ଅନେକ ଲୋକ ଭାବନ୍ତି ଯେ ରାତିରେ ଚାଲିବା ଦ୍ବାରା ଶୋଇବାରେ ବାଧା ଆସିପାରେ । ଏଥିରେ କୌଣସି ସତ୍ୟତା ନାହିଁ । ଯଦି ସଠିକ୍ ଢ଼ଙ୍ଗରେ କରାଯାଏ ତେବେ ଏହା ନିଦକୁ ପ୍ରବର୍ତ୍ତାଇବାରେ ସାହାଯ୍ୟ କରିଥାଏ । ଯଦି ତଥାପି ଆପଣ ଭାବୁଛନ୍ତି ଯେ ରାତିରେ ଚାଲିବା ଆପଣଙ୍କ ଶୋଇବା ଚକ୍ରକୁ ବାଧା ଦେଉଛି, ତେବେ ଏହାକୁ କିଛି ସମୟ ପାଇଁ ବନ୍ଦ କରନ୍ତୁ ଏବଂ ଆପଣଙ୍କ ଶରୀର ଏବଂ ଜୀବନଶୈଳୀ ସହିତ ଅନ୍ୟାନ୍ୟ ବ୍ୟାୟାମକୁ ଆପଣାନ୍ତୁ ।