Indian armed force:ଶକ୍ତିଶାଳୀ ହେବ ଭାରତୀୟ ପ୍ରତିରକ୍ଷା,୮୫ ହଜାର କୋଟି ଟଙ୍କାର ସପିଂ ଲିଷ୍ଟ୍ ତୟାର
Advertisement

Indian armed force:ଶକ୍ତିଶାଳୀ ହେବ ଭାରତୀୟ ପ୍ରତିରକ୍ଷା,୮୫ ହଜାର କୋଟି ଟଙ୍କାର ସପିଂ ଲିଷ୍ଟ୍ ତୟାର

ତିନି ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଭାରତ ତା’ର ଉଦ୍ୟମ ଜାରି ରଖିଛି । ଚୀନ୍ ଓ ପାକିସ୍ତାନ ପଟୁ ଭାରତ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ଭାରତ ସରକାର ତିନି ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବାକୁ ଚାହୁଁଛନ୍ତି । ଏହି କ୍ରମରେସଶସ୍ତ୍ର ବାହିନୀ ବଳ ବଢାଇବା ପାଇଁ ମଲ୍ଟିମିଶନ ବିମାନ ସମେତ ୮୪ ହଜାକ ୫୬

SOCIAL MEDIA

Indian armed force:

ତିନି ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଭାରତ ତା’ର ଉଦ୍ୟମ ଜାରି ରଖିଛି । ଚୀନ୍ ଓ ପାକିସ୍ତାନ ପଟୁ ଭାରତ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ଭାରତ ସରକାର ତିନି ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବାକୁ ଚାହୁଁଛନ୍ତି । ଏହି କ୍ରମରେସଶସ୍ତ୍ର ବାହିନୀ ବଳ ବଢାଇବା ପାଇଁ ମଲ୍ଟିମିଶନ ବିମାନ ସମେତ ୮୪ ହଜାକ ୫୬୦ କୋଟି ଟଙ୍କାର ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଯାହାର ଅର୍ଥ ହେଉଛି ଭାରତ ବିଶ୍ୱ ବଜାରରୁ ନିଆଁ ଉଗାଳୁଥିବା ଅସ୍ତ୍ର କିଣିବ । ଆଉ ଏଥିପାଇଁ ଟଙ୍କା ପ୍ରତିବନ୍ଧକ ସାଜିବ ନାହିଁ । ଭାରତ ସରକାରଙ୍କ ଏହି ଡିପେନ୍ସ ସପିଂ ଲିଷ୍ଟ୍ ନିଶ୍ଚିତ ଭାବେ ଚୀନ  ଓ ପାକିସ୍ତାନର ହୃଦସ୍ପନ୍ଦନ ବଢାଇ ଦେଇଥିବ ଏଥିରେ ସନ୍ଦେହ ନାହିଁ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି। କ୍ରୟ ହେବାକୁ ଥିବା ସାମଗ୍ରୀ ମଧ୍ୟରେ ନୂଆ ପିଢ଼ିର ଟ୍ୟାଙ୍କ ବିଧ୍ୱଂସୀ ମାଇନ୍ସ, ଏୟାର ଡିଫେନ୍ସ ଟାକ୍ଟିକାଲ କଣ୍ଟ୍ରୋଲ ରାଡାର, ଓଜନଦାର ଟାର୍ପେଡୋସ୍, ମଧ୍ୟମ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲିଂ ଏବଂ ମଲ୍ଟିମିଶନ ବିମାନ, ଆକାଶମାର୍ଗରେ ଯୁଦ୍ଧବିମାନରେ ଇନ୍ଧନ ଭରିବା ପାଇଁ ବିମାନ ଏବଂ ସଫ୍ଟଓ୍ବେର ରହିଛି।

ତେବେ କ୍ରୟ ହେବାକୁ ଥିବା ୧୫ଟି C-295 ଯୁଦ୍ଧବିମାନ ମଧ୍ୟରୁ ୯ଟି ନୌସେନାକୁ ମିଳିବାକୁ ଥିବା ବେଳେ ବାକି ୬ଟି କୋର୍ଷ୍ଟଗାର୍ଡକୁ ଦିଆଯିବ । ପ୍ରଥମ ଦୁଇଟି ବିମାନକୁ ସ୍ପେନରେ ରୂପାନ୍ତରିତ କରାଯିବ । ଅବଶିଷ୍ଟ ୧୩ଟି ବିମାନକୁ ଭାରତରେ ୨୯ ହଜାର କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରାଯିବ ।  

ଭାରତ ବାୟୁସେନା ଚୀନ୍ ଏବଂ ପାକିସ୍ଥାନ ସୀମାରେ ଥିବା ବିମାନ ତଦାରଖ ପାଇଁ  ପ୍ରାୟ ୯ହଜାର କୋଟି ଟଙ୍କା ବ୍ୟୟରେ ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ ବିମାନ କିଣିବ। ଏଥିପାଇଁ ଡିଏସି ଦୁଇଟି ପ୍ରମୁଖ ସଂସ୍ଥା IAF-DRDOର ସାମୂହିକ ବିକାଶ ପାଇଁ AON କୁ ମଞ୍ଜୁରୀ ଦେଇଛି। ।ନେତ୍ର -୧ କୁ ଆକାଶର ଆଖି ମଧ୍ୟ କୁହାଯାଏ। ଏହାର କାର୍ଯ୍ୟ ହେଉଛି ବିମାନରେ ଥିବା ବିମାନ ଏବଂ ଅନ୍ୟ ଉଡ଼ୁଥିବା ବସ୍ତୁଗୁଡ଼ିକୁ ଚିହ୍ନଟ କରିବା। ନେତ୍ର ଏହା ସହିତ ଉଡ଼ୁଥିବା ଯୁଦ୍ଧ ବିମାନକୁ ଏହି ସୂଚନା ଦେଇଥାଏ, ଯାହାଦ୍ୱାରା ସେମାନେ ସମ୍ଭାବ୍ୟ ବିପଦକୁ ସାମ୍ନା କରିପାରିବେ। ନେତ୍ର -୧ ବାୟୁବାହୀ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଭାବରେ କାର୍ଯ୍ୟ କରେ।

ଭାରତୀୟ ବାୟୁସେନାର ପ୍ରାୟ ୨୦ ବର୍ଷର ଚାହିଦାକୁ AON ମିଳିଛି । ଏହାଦ୍ୱାରା ବିଦେଶରୁ ଇନ୍ଧନ ଭର୍ତ୍ତି ୬ଟି ବିମାନକୁ କ୍ରୟ କରାଯିବ। ଯାହା ଯୁଦ୍ଧ ବିମାନର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବ।