ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ: ୨ ଯବାନ ସହିଦ, ୪ ଆହତ
Advertisement
Article Detail0/zeeodisha/odisha2341343

ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ: ୨ ଯବାନ ସହିଦ, ୪ ଆହତ

ବର୍ତ୍ତମାନ ମଧ୍ୟ ସିଆରପିଏଫ, ଏଷ୍ଟିଏଫ ଓ ଡିଆରଜି ଯବାନମାନଙ୍କ ଦ୍ୱାରା ସେହି ଅଞ୍ଚଳରେ କୁମିଙ୍ଗ କରାଯାଉଥିବା ସୂଚନା ମିଳିଛି। 

ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ: ୨ ଯବାନ ସହିଦ, ୪ ଆହତ

ମାଲକାନଗିରି: ଛତିଶଗଡ଼ରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ତରେମ ଥାନାରେ ହୋଇଛି। ଜଙ୍ଗଲରେ ଯବାନମାନଙ୍କ ପକ୍ଷରୁ ମାଓ ବିରୋଧୀ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଲଗା ହୋଇଥିବା ଆଇଡି ବିସ୍ଫୋରଣ ହୋଇଛି। ଏଥିରେ ୬ଜଣ ଯବାନ ଗୁରୁତର ଆହତ ହୋଇଥିବା ବେଳେ ୨ଜଣ ସହୀଦ ହୋଇଛନ୍ତି। ତେବେ ୪ଜଣ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି କରଯାଇଛି। ଆହତ ଯବାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଛି। ବର୍ତ୍ତମାନ ମଧ୍ୟ ସିଆରପିଏଫ , ଏଷ୍ଟିଏଫ ଓ ଡିଆରଜି ଯବାନମାନଙ୍କ ଦ୍ୱାରା ସେହି ଅଞ୍ଚଳରେ କୁମିଙ୍ଗ କରାଯାଉଥିବା ସୂଚନା ମିଳିଛି। 

ସହିଦ ଯବାନ ହେଲେ ଏସଟିଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ,କୋମଳ ଯାଦବ,ସିୟାରମ ସୋରି ଓ ସଞ୍ଜୟ କୁମାର। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି।