How your child complete his homework: ଏହି ତିନି ଫର୍ମୁଲା କରନ୍ତୁ ପ୍ରୟୋଗ,ହୋମୱାର୍କ ନିଜେ କରିବେ ପିଲା
Advertisement
Article Detail0/zeeodisha/odisha1975376

How your child complete his homework: ଏହି ତିନି ଫର୍ମୁଲା କରନ୍ତୁ ପ୍ରୟୋଗ,ହୋମୱାର୍କ ନିଜେ କରିବେ ପିଲା

  ପିଲାମାନଙ୍କୁ ହୋମୱାର୍କ କରାଇବ ହେଉଛି ସବୁଠାରୁ କଷ୍ଟକର କାର୍ଯ୍ୟ । ହୋମୱାର୍କ ନକରିବା ପାଇଁ ପିଲାମାନେ  ଅନେକ ବାହାନା କରିଥାନ୍ତି । ନିଜ ପିଲାମାନଙ୍କର ଏହି ଅଭ୍ୟାସକୁ ବଦଳାଇବା ଲାଗି ପିତାମାତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ସମୟରେ ଦେଖାଯାଏ ଯେ ପିଲାମାନେ ବହୁତ ଚେଷ୍ଟ

SOCIAL MEDIA

How your child complete his homework: 

ପିଲାମାନଙ୍କୁ ହୋମୱାର୍କ କରାଇବ ହେଉଛି ସବୁଠାରୁ କଷ୍ଟକର କାର୍ଯ୍ୟ । ହୋମୱାର୍କ ନକରିବା ପାଇଁ ପିଲାମାନେ  ଅନେକ ବାହାନା କରିଥାନ୍ତି । ନିଜ ପିଲାମାନଙ୍କର ଏହି ଅଭ୍ୟାସକୁ ବଦଳାଇବା ଲାଗି ପିତାମାତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ସମୟରେ ଦେଖାଯାଏ ଯେ ପିଲାମାନେ ବହୁତ ଚେଷ୍ଟା ପରେ ମଧ୍ୟ ହୋମୱାର୍କ କରିନଥାନ୍ତି । ଯାହା ମାତାପିତାଙ୍କୁ ଚିନ୍ତିତ କରାଇଥାଏ । ଆଜି ଆମେ ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଏଭଳି ୩ ଟି ଟିପ୍ସ ଦେବୁ ଯାହା ଆପଣଙ୍କ ସମସ୍ୟାକୁ ଚୁଟକିରେ ଦୁର କରିବ ।

୧. ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରନ୍ତୁ

ଯଦି ଆପଣଙ୍କ ପିଲା ହୋମୱାର୍କ କରୁନାହିଁ  ଏବଂ ଆପଣ ତାକୁ ଗାଳି ଦେଇ କାମ ଆଦାୟ  କରିବାକୁ ଚାହୁଁଛନ୍ତି ତେବେ ଆପଣ ଭୁଲ୍ କରୁଛନ୍ତି । ଜାଣି ନିଅନ୍ତୁ ଯେ, ଆପଣଙ୍କର ଏହି ପ୍ରୟାସ କଦାପି ଭଲ ଫଳାଫଳ ଦେବ ନାହିଁ । ଏପରି ପରିସ୍ଥିତିରେ ଆପଣ ପିଲାମାନଙ୍କୁ ଧମକାଇବା ପରିବର୍ତ୍ତେ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରନ୍ତୁ । ଗାଳି ଅପେକ୍ଷା ବୁଝାଇସୁଝାଇ ଆପଣ କାମ ଆଦାୟ କରିପାରିବେ ।

୨. ବ୍ରେକ୍ ଜରୁରୀ

ଟିଭିରେ କମର୍ସିଆଲ ବ୍ରେକ୍ ଭଳି ହୋମୱାର୍କ ଟାଇମରେ ବ୍ରେକ୍ ବି ଜରୁରୀ । କିଛି ପିଲା ସ୍କୁଲରୁ ଫେରିବା ପରେ ତୁରନ୍ତ ହୋମୱାର୍କ ସମାପ୍ତ କରନ୍ତି କିଛି ବ୍ରେକ୍ ଚାହାନ୍ତି । ଯଦି ଆପଣଙ୍କ ପିଲା ବ୍ରେକ୍ ଚାହୁଁଛି ତେବେ ତାକୁ ବ୍ରେକ୍ ନେବାକୁ ଦିଅନ୍ତୁ । ଆପଣ ନିଜ ପିଲାକୁ ତାଙ୍କ ଅଭ୍ୟାସ ଅନୁଯାୟୀ କାମ କରିବାକୁ ସ୍ୱାଧୀନତା ଦେବା ଜରୁରୀ । ପିଲାଙ୍କୁ  ଅଧ୍ୟୟନ ମଧ୍ୟରେ କିଛି ସମୟର ବ୍ୟବଧାନ ମିଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନଙ୍କୁ ଲଗାତର ପଢିବାକୁ ବସିବା ପାଇଁ ବାଧ୍ଯ କରନ୍ତୁ ନାହିଁ ।

୩.ନିଜ କାମ ନିଜେ କରିବାକୁ ପ୍ରୋତ୍ସାହିତ କରନ୍ତୁ

ଯଦି ଆପଣଙ୍କ ପିଲା ହୋମୱାର୍କ କରୁନାହିଁ ତେବେ ତାଙ୍କୁ ଧିରେଧିରେ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ତା’ଉପରେ ଚାପ ପ୍ରୟୋଗ ବଦଳରେ ତାକୁ ଦାୟିତ୍ୱଜ୍ଞାନ ଦିଅନ୍ତୁ । ତା’ମନରେ ଆତ୍ମନିର୍ଭରତାର ଭାବ ଉତ୍ପନ କରନ୍ତୁ । ତେବେ ଯେତେବେଳେ ଆପଣଙ୍କୁ ଲାଗିବ ଯେ ଆପଣଙ୍କ ପିଲା ବାସ୍ତବରେ ଆପଣଙ୍କ ସାହାଯ୍ୟ ଆବଶ୍ୟକ କରୁଛି ତେବେ ତାକୁ ସାହାଯ୍ୟ କରନ୍ତୁ । ଚିଡି଼ଚିଡି ହୁଅନ୍ତୁ ନାହିଁ । ଭରସା ରଖନ୍ତୁ ଆପଣଙ୍କ ପିଲା ଧିରେ ଧିରେ ନିଜ କାମ ନିଜେ କରିବ ।

ଅଧିକ ବାଧା ଦିଅନ୍ତୁ ନାହିଁ

ଯଦି ଆପଣ ନିଜ  ପିଲାଙ୍କୁ ହୋମୱାର୍କ କରିବା ଶିଖାଉଛନ୍ତି ତେବେ ନିଜକୁ ମାଇକ୍ରୋମ୍ୟାନେଜ୍ ଠାରୁ ଦୂରେଇ ରଖନ୍ତୁ । ପିତାମାତାଙ୍କ କାର୍ଯ୍ୟରେ ଅତ୍ୟଧିକ ବାଧା ଦେବା ଅଭ୍ୟାସ ପିଲାଙ୍କ ମଧ୍ୟରେ ନିରାଶା ଏବଂ ବିରୋଧର କାରଣ ହୋଇପାରେ । ଯେଉଁଥିପାଇଁ ଆପଣ ଆପଣଙ୍କର ପ୍ରୟାସର ବିପରୀତ ଫଳାଫଳ ପାଇବେ । ତେଣୁ ଅଭିଭାବକ ପିଲାଙ୍କ କାମରେ ଅଧିକ ବାଧା ସୃଶ୍ଚି କରିବା  ପରିବର୍ତ୍ତେ ସ ପିଲାମାନଙ୍କୁ ମାର୍ଗଦର୍ଶନ ଏବଂ ସମର୍ଥନ କରିବା ଉଚିତ ।

homework: