Indian Army:ଭାରତ-ପାକିସ୍ତାନ ବିଭାଜନ ସମୟରେ କାହାକୁ କେତେ ସୈନିକ ମିଳିଥିଲେ ?
Advertisement
Article Detail0/zeeodisha/odisha2142601

Indian Army:ଭାରତ-ପାକିସ୍ତାନ ବିଭାଜନ ସମୟରେ କାହାକୁ କେତେ ସୈନିକ ମିଳିଥିଲେ ?

୧୯୪୭ ରେ ଯେତେବେଳେ ଭାରତ ବିଭାଜିତ ହେଲା, ସେତେବେଳେ ସେନା ମଧ୍ୟ ବିଭାଜିତ ହୋଇଥିଲା। ତେବେ ତତ୍କାଳୀନ ଭାଇସରଏ ଲର୍ଡ ମାଉଣ୍ଟବ୍ୟାଟେନ୍ ସେନା ବିଭାଜନ ବିରୁଦ୍ଧରେ ଥିଲେ। ସେ ଜିନ୍ନାଙ୍କୁ ପରାମର୍ଶ ଦେଇଥିଲେ ଯେ ଭାରତୀୟ ସେନା ବ୍ରିଟିଶ କମାଣ୍ଡରଙ୍କ ଅଧୀନରେ ରହିବା ଉଚିତ୍ (ଯିଏ ସେନା ମୁଖ୍ୟ ହେବେ) । 

SOCIAL MEDIA

Indian Army: ୧୯୪୭ ରେ ଯେତେବେଳେ ଭାରତ ବିଭାଜିତ ହେଲା, ସେତେବେଳେ ସେନା ମଧ୍ୟ ବିଭାଜିତ ହୋଇଥିଲା। ତେବେ ତତ୍କାଳୀନ ଭାଇସରଏ ଲର୍ଡ ମାଉଣ୍ଟବ୍ୟାଟେନ୍ ସେନା ବିଭାଜନ ବିରୁଦ୍ଧରେ ଥିଲେ। ସେ ଜିନ୍ନାଙ୍କୁ ପରାମର୍ଶ ଦେଇଥିଲେ ଯେ ଭାରତୀୟ ସେନା ବ୍ରିଟିଶ କମାଣ୍ଡରଙ୍କ ଅଧୀନରେ ରହିବା ଉଚିତ୍ (ଯିଏ ସେନା ମୁଖ୍ୟ ହେବେ) । ଏହି ବ୍ରିଟିଶ ଅଧିକାରୀ ଉଭୟ ଭାରତ ଏବଂ ପାକିସ୍ଥାନ ପାଇଁ ଦାୟୀ ରହିବେ ଏବଂ ସୁରକ୍ଷା ଦାୟିତ୍। ଗ୍ରହଣ କରିବେ କିନ୍ତୁ ଜିନ୍ନା ତୁରନ୍ତ ଏହି ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ସେନା ବିଭାଜନ ପାଇଁ ଜିଦ୍ ଧରିଥିଲେ।

ଐତିହାସିକ ଡୋମିନିକ୍ ଲାପିଅର୍ ଏବଂ ଲ୍ୟାରି କଲିନ୍ସ ସେମାନଙ୍କ ପୁସ୍ତକ “ଫ୍ରିଡମ୍ ଆଟ୍ ମିଡନାଇଟ୍” ରେ ଲେଖିଛନ୍ତି ଯେ ଜିନ୍ନା ମାଉଣ୍ଟବ୍ୟାଟେନଙ୍କ ପରାମର୍ଶକୁ ତୁରନ୍ତ ଜବାବ ଦେଇ କହିଥିଲେ ଯେ, “ଆମେ ଏହାକୁ ଆଦୌ ଗ୍ରହଣ କରୁନାହୁଁ… ସେନା କୌଣସି ଦେଶର ସାର୍ବଭୌମତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଆମେ ଚାହୁଁ ଯେ ଅଗଷ୍ଟ ୧୫ ପୂର୍ବରୁ ପାକିସ୍ତାନ ସୀମା ମଧ୍ୟରେ ପାକିସ୍ତାନୀ ସେନା ଗଠନ କରାଯାଉ। ” ଜିନ୍ନାଙ୍କ ଜିଦ୍‌ ପରେ ସ୍ଥିର ହେଲା ଯେ ଭାରତୀୟ ସେନାର ଦୁଇ ତୃତୀୟାଂଶ ସୈନିକ ଭାରତ ଏବଂ ଏକ ତୃତୀୟାଂଶ ପାକିସ୍ତାନକୁ ମିଳିବ ।

କେମିତି ବଣ୍ଟା ହେଲା ସେନା ?

୧୯୪୫ ମସିହାରେ ଭାରତୀୟ ସେନାରେ ୨୫ ଲକ୍ଷ ସୈନିକ ଥିଲେ ଏବଂ ଏହି  ସେନା ଇଟାଲୀରୁ ବର୍ମା ପର୍ଯ୍ୟନ୍ତ ବ୍ରିଟିଶ ଶାସନ ପାଇଁ ସାହସର ସହିତ ଲଢିଥିଲେ। ଡୋମିନିକ୍ ଲାପିଅର୍ ଏବଂ ଲ୍ୟାରି କଲିନ୍ସ ଲେଖିଛନ୍ତି ଯେ ଭାରତୀୟ ସେନା ଏଥିପାଇଁ ଗର୍ବିତ ଥିଲା ଯେ ଏହାକୁ ସାମ୍ପ୍ରଦାୟିକତା ସ୍ପର୍ଶ କରି ନାହିଁ, କିନ୍ତୁ ଦୁର୍ଭାଗ୍ୟବଶତ,ସେହି ସେନା ସାମ୍ପ୍ରଦାୟିକ ଭିତ୍ତିରେ ବିଭାଜିତ ହେବାକୁ ଯାଉଥିଲା । ଜୁଲାଇ ଆରମ୍ଭରେ ଭାରତୀୟ ସେନାର ପ୍ରତ୍ୟେକ ଅଧିକାରୀଙ୍କୁ ଏକ ଫର୍ମ ଦିଆଯାଇଥିଲା। ଏଥିରେ ପ୍ରତ୍ୟେକ ଅଧିକାରୀଙ୍କୁ ସେମାନଙ୍କ ପସନ୍ଦର ଦେଶ ବାଛିବାକୁ କୁହାଯାଇଥିଲା ।

ଭାରତୀୟ ସେନାର ହିନ୍ଦୁ ଏବଂ ଶିଖ ଅଧିକାରୀଙ୍କ ପାଇଁ କୌଣସି ଅସୁବିଧା ନଥିଲା କାରଣ ଜିନ୍ନା ସେମାନଙ୍କୁ ନିଜ ସେନାରେ ରଖିବାକୁ ଚାହୁଁନଥିଲେ। ଏଭଳି ପରିସ୍ଥିତିରେ ହିନ୍ଦୁ ଓ ଶିଖ ସୈନିକ ଭାରତୀୟ ସେନାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମୁସଲମାନ ଅଧିକାରୀମାନେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲେ। କାରଣ ସେନାର ଅନେକ ଅଧିକାରୀ ଭାରତର ପ୍ରତିଷ୍ଠିତ ମୁସଲମାନ ପରିବାରର ଥିଲେ ଏବଂ ବିଭାଜନ ପରେ ହଠାତ୍ ସେମାନଙ୍କର ଭବିଷ୍ୟତ ଅନ୍ଧକାର ହୋଇଥିଲା । ଭାରତରେ ସବୁକିଛି ଛାଡି ପାକିସ୍ତାନ ଯିବେ ନା ଭାରତରେ ରହିବେ ତାହା ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ଅଧିକାଂଶ ମୁସଲିମ୍ ଅଧିକାରୀ ପାକିସ୍ତାନୀ ସେନାକୁ ବାଛିଥିଲେ । କିନ୍ତୁ କିଛି ମୁସଲିମ୍ ଅଧିକାରୀ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଚେୟାର, ଟେବୁଲ୍ ଏବଂ କମୋଡ୍ ବଣ୍ଟନ

ବିଭାଜନ ସମୟରେ ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତର ବିଶାଳ ପ୍ରଶାସନିକ ବ୍ୟବସ୍ଥାର ଚଳ  ସମ୍ପତ୍ତିର ୮୦ ପ୍ରତିଶତ ନୂଆ ଭାରତ ଏବଂ ୨୦ ପ୍ରତିଶତ ପାକିସ୍ତାନ ପାଇବ। ଏହା ପରେ, ଭାରତର ପ୍ରତ୍ୟେକ ଭାଗରେ ସରକାରୀ କାର୍ଯ୍ୟାଳୟରେ ଟେବୁଲ୍, ଚେୟାର, ଏବଂ ଟାଇପ୍ ରାଇଟର୍ ଗଣତି ହୋଇଥିଲା ।  କଲିନ୍ସ ଏବଂ ଲାପିଅର୍ ଲେଖିଛନ୍ତି ଯେ ଏହି ଗଣତି କାଳରେ ଏପରି ରି ଅନେକ ଜିନିଷ ସାମ୍ନାକୁ ଆସିଥିଲା ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଚୌକି,ଟେବୁଲ ପାଇଁ ଦୁଇ ପକ୍ଷ ମଧ୍ୟରେ ଛକାପଞ୍ଝା ଚାଲିଥିଲା ।

ଚେୟାର ଏବଂ ଟେବୁଲ୍ ପାଇଁ ଲଢ଼େଇ

ଏହି ସାମଗ୍ରୀ ବଣ୍ଟନ ସମୟରେ ଅନେକ ଯୁଦ୍ଧ ମଧ୍ୟ ହୋଇଥିଲା । ବିଭାଗର ବରିଷ୍ଠ ଅଧିକାରୀମାନେ ସେମାନଙ୍କର ସର୍ବୋତ୍ତମ ଟାଇପ୍ ରାଇଟର୍ ଲୁଚାଇବାକୁ କିମ୍ବା  ଅନ୍ୟ ପକ୍ଷକୁ ପୁରୁଣା ଏବଂ ଭଙ୍ଗା ଡେସ୍କ ଏବଂ ଚେୟାର ଦେବା ପାଇଁ ପୁରା ଦମରେ ଉଦ୍ୟମରେ କରିଥିଲେ । ଏମିତି କେତେକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ କମୋଡୋ,ଜଗ୍ ଭଳି ଜିନିଶର ଅଦଳବଦଳରେ ବ୍ୟସ୍ତ ଥିଲେ । ସରକାରୀ ଗେଷ୍ଟ ହାଉସରେ କାନ୍ଥରେ ଲାଗିଥିବା ଚିତ୍ର ଓ  ଖାଇବା ବାସନ, ଛୁରୀ ବଣ୍ଟନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।