How to check AQI: ଆପଣଙ୍କ ଅଂଚଳରେ ବାୟୁର ଗୁଣବତ୍ତା କେତେ ? କେମିତି କରିବେ ଯାଞ୍ଚ
Advertisement
Article Detail0/zeeodisha/odisha1944831

How to check AQI: ଆପଣଙ୍କ ଅଂଚଳରେ ବାୟୁର ଗୁଣବତ୍ତା କେତେ ? କେମିତି କରିବେ ଯାଞ୍ଚ

  ଥଣ୍ଡା ପଡ଼ିବା ମାତ୍ରେ ହିଁ ଦିଲ୍ଲୀ NCR ପବନରେ ଜହର ଘୂରି ବୁଲେ । ଗତ କିଛି ଦିନ ହେବ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆପଣ ମଧ୍ୟ ଅତି ସହଜରେ ଆପଣଙ୍କ ଅଞ୍ଚଳର AQI ଯାଞ୍ଚ କରି ପାରିବେ । ଏଥିପାଇଁ ଆପଣଙ୍କୁ ସର୍ଚ୍ଚ ଇଂଜିନ କିମ୍ବା କୌଣସି ଆପର ସାହାଯ୍ୟ ନେବାକୁ ପଡ଼ିବ । ତାହେଲେ ଯାଇ ଆପଣ ଆପଣଙ୍କ ଘର ଏବଂ ରୁମର AQI ଯାଞ୍ଚ

SOCIAL MEDIA

How to check AQI: 

ଥଣ୍ଡା ପଡ଼ିବା ମାତ୍ରେ ହିଁ ଦିଲ୍ଲୀ NCR ପବନରେ ଜହର ଘୂରି ବୁଲେ । ଗତ କିଛି ଦିନ ହେବ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆପଣ ମଧ୍ୟ ଅତି ସହଜରେ ଆପଣଙ୍କ ଅଞ୍ଚଳର AQI ଯାଞ୍ଚ କରି ପାରିବେ । ଏଥିପାଇଁ ଆପଣଙ୍କୁ ସର୍ଚ୍ଚ ଇଂଜିନ କିମ୍ବା କୌଣସି ଆପର ସାହାଯ୍ୟ ନେବାକୁ ପଡ଼ିବ । ତାହେଲେ ଯାଇ ଆପଣ ଆପଣଙ୍କ ଘର ଏବଂ ରୁମର AQI ଯାଞ୍ଚ କରି ପାରିବେ । ଆସନ୍ତୁ ଜାଣିବା ଏହାର ଡ଼ିଟେଲ୍ସ ।

ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣ ଘାତକ ସାଜିଛି । ଅଞ୍ଚଳରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଦିଲ୍ଲୀ NCRକୁ କୁହୁଡ଼ିର ଆବରଣ ଘେରି ହୋଇ ରହିଛି । କେତେକ ସ୍ଥାନରେ AQI ସ୍ତର ୭୦୦ ଉପରେ ରହିଛି । ଏମିତିରେ ଆପଣଙ୍କ ଘର କିମ୍ବା ଘର ବାହାରେ କେତେ AQI ରହିଛି ତାହା ଖୁବ ସହଜରେ ଆପଣ ପରୀକ୍ଷା କରି ପାରିବେ ।

ଏଥିପାଇଁ ଆପଣଙ୍କୁ ଆପଣଙ୍କ ଫୋନ ବ୍ୟବହାର କରିବାକୁ ପଡ଼ିବ । ଆପଣ ଚାହିଁଲେ ଗୁଗୁଲ ମାଧ୍ୟମରେ ମଧ୍ୟ ଆପଣଙ୍କ ଘରର AQI ଜାଣି ପାରିବେ କିମ୍ବା କୌଣସି AQI ଯାଞ୍ଚ ଆପର ମଧ୍ୟ ସାହାରା ନେଇ ପାରିବେ । କିନ୍ତୁ ଏହା ମାଧ୍ୟମରେ ଆପଣ ଆପଣଙ୍କ ଘରର AQI ଯାଞ୍ଚ କରି ପାରିବେ ନାହିଁ ।

ଯଦି ଆପଣଙ୍କୁ ଆପଣଙ୍କ ଘର କିମ୍ବା କୋଠରୀର AQI ଯାଞ୍ଚ କରିବାର ଅଛି ତାହେଲେ ଆପଣଙ୍କୁ ଅନ୍ୟ ପ୍ରଡ଼କ୍ଟର ସାହାଯ୍ୟ ନେବାକୁ ପଡ଼ିବ । ଏହାର ଦୁଇଟି ମାଧ୍ୟମ ଅଛି । ହୁଏତ ଆପଣ AQI ଯାଞ୍ଚ କରିବା ପାଇଁ କୌଣସି ଡ଼ିଭାଇସ କିଣନ୍ତୁ ନଚେତ୍ ଏୟାର ୟୁରିଫାୟାର  । ଦିତ୍ବୀୟ ମାଧ୍ୟମ ସବୁଠୁ ଭଲ ଅପ୍ସନ ।

ପ୍ରଥମେ AQI ଯାଞ୍ଚ କରିବା ଡ଼ିଭାଇସ ବିଷୟରେ ଜାଣିବା । ଇ କମର୍ସ ପ୍ଲାଟଫର୍ମରେ ଆପଣଙ୍କୁ ଅନେକ ପ୍ରକାରର ଡିଭାଇସ ମିଳିଯିବ । ଯାହା ଆପଣଙ୍କ ଆଖପାକରେ ଥିବା ବାୟୁ ବିଷୟରେ ସୂଚନା ଦେବ । ଏହିଭଳି ପ୍ରଡ଼କ୍ଟ ପାଇଁ ଆପଣଙ୍କୁ ଅତି କମରେ ୫ ରୁ ୬ ହଜାର ଖର୍ଚ୍ଚ କରିବାକୁ ପଡ଼ିବ । ଏଥିରେ ଆପଣଙ୍କୁ PM 2.5 ପାର୍ଟିକଲ୍ସ ସହ ଟେମ୍ପରେଚର ଏବଂ ହ୍ୟୁମିଡ଼ିଟିର ମଧ୍ୟ ତଥ୍ୟ ମିଳିବ । ଏହି ଡ଼ିଭାଇସକୁ ଫୋନରେ କନେକ୍ଟ କରି ରୁମରେ ରଖିବାକୁ ପଡ଼ିବ । ଏହି ଡ଼ିଭାଇସ ଆପ ମାଧ୍ୟମରେ ଆପଣଙ୍କୁ ସୂଚନା ଦେବ । ଏବଂ Smart Home AQI Monitor ମାଧ୍ୟମରେ ମଧ୍ୟ ଆପଣଙ୍କୁ ସମସ୍ତ ତଥ୍ୟ ମିଳି ପାରିବ । ଏହାକୁ ଘର କିମ୍ବା ଓ୍ବାର୍କ ପ୍ଲେସରେ ମଧ୍ୟ ବ୍ୟବହାର କରି ପାରିବେ ।

ଏୟାର ୟୁରିଫାୟାରର ମଧ୍ୟ ସାହାଯ୍ୟ ନେଇ ପାରିବେ । ଆପଣଙ୍କୁ ଏହି ବଜେଟରେ ମଧ୍ୟ ଏୟାର ୟୁରିଫାୟାର ମଧ୍ୟ ମିଳିଯିବ । ଏୟାର ୟୁରିଫାୟାର ଦ୍ବାରା ବିଶୁଦ୍ଧ ପବନ ମିଳିବା ସହ ଘର ଏବଂ ଓ୍ବାର୍କ ପ୍ଲେସରେ AQI ମଧ୍ୟ ଯାଞ୍ଚ କରି ପାରିବେ ।