Health tips:ଘରେ ଥିବା ଏହି ଗଛ ତ୍ୱଚା ଓ କେଶ ପାଇଁ ଲାଭଦାୟକ
Advertisement
Article Detail0/zeeodisha/odisha2129784

Health tips:ଘରେ ଥିବା ଏହି ଗଛ ତ୍ୱଚା ଓ କେଶ ପାଇଁ ଲାଭଦାୟକ

ଚର୍ମର ଯତ୍ନ ନେବାପାଇଁ ଲୋକମାନେ ଘରେ ଥିବା ଆଲୋଭେରା ବ୍ୟବହାର କରନ୍ତି । ଏହା ଉଭୟ ଚର୍ମ ଏବଂ କେଶ ପାଇଁ ଲାଭଦାୟକ ଅଟେ । କିନ୍ତୁ ଆଲୋଭେରା ବ୍ୟତୀତ ଘରେ ଅନେକ ଉଦ୍ଭିଦ ଅଛି ଯାହା ଚର୍ମ ଏବଂ କେଶ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ।

SOCIAL MEDIA

Health tips: ଚର୍ମର ଯତ୍ନ ନେବାପାଇଁ ଲୋକମାନେ ଘରେ ଥିବା ଆଲୋଭେରା ବ୍ୟବହାର କରନ୍ତି । ଏହା ଉଭୟ ଚର୍ମ ଏବଂ କେଶ ପାଇଁ ଲାଭଦାୟକ ଅଟେ । କିନ୍ତୁ ଆଲୋଭେରା ବ୍ୟତୀତ ଘରେ ଅନେକ ଉଦ୍ଭିଦ ଅଛି ଯାହା ଚର୍ମ ଏବଂ କେଶ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ।

ଲିମ୍ବ

ଅନେକ ଲୋକ ନିଜ ଘରେ ଲିମ୍ବ ଗଛ ଲଗାଇଥାନ୍ତି । ଏହା ଆମ ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି । ଫଳରେ ଲିମ୍ବ ଦ୍ବାରା ବ୍ରଣରୁ ମୁକ୍ତି ମିଳେ । ଏହା ସହିତ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ ।

ତୁଳସୀ

ତୁଳସୀରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଯାହା ଆମକୁ କଳାଦାଗ ଏବଂ ବ୍ରଣରୁ ରକ୍ଷା କରେ । ଏଥିପାଇଁ ତୁଳସୀ ପତ୍ରର ପେଷ୍ଟ ପ୍ରସ୍ତୁତ କରି ମୁହଁ ଧୋଇ ୧୦ରୁ ୧୫ ମିନିଟ୍ ଲଗାନ୍ତୁ । ଏବଂ ତା’ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଅତି କମରେ ଦୁଇଥର ଏହା କରନ୍ତୁ ।

ଗେଣ୍ଡୁ ଗଛ

ଅନେକ ଲୋକ ଗେଣ୍ଡୁ ଗଛ ଲଗାନ୍ତି । ଫୁଲ ପୂଜାରେ ଲାଗେ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଭଳି ଔଷଧୀୟ ଗୁଣ ଚର୍ମ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଯାହା ଆପଣଙ୍କ ତ୍ବଚାରେ ଉଜ୍ଜ୍ୱଳତା ବଢ଼ାଇବାରେ ସାହାଯ୍ୟ କରିଥାଏ ।

ମନ୍ଦାର ଫୁଲ

ମନ୍ଦାର ଫୁଲ ଆମ ଚର୍ମ ଏବଂ କେଶର ଯତ୍ନ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଏହି ଫୁଲର ପେଷ୍ଟ ତିଆରି କରି ତ୍ବଚାରେ ଲଗାନ୍ତୁ । ଏହାସହ କେଶ ଝଡ଼ିବା ସମସ୍ୟାକୁ ଏହା ହ୍ରାସ କରେ । ଏଥିପାଇଁ ମନ୍ଦାର ଫୁଲକୁ ଅନ୍ୟାନ୍ୟ ଉପାଦାନ ସହିତ ମିଶ୍ରଣ କରି ତେଲ କିମ୍ବା ହେୟାର ସ୍ପ୍ରେ ପ୍ରସ୍ତୁତ କରାଯାଇପାରେ ।