Holi Celebration: ହୋଲିକା ଦହନ ପରେ ସମଗ୍ର ଦେଶରେ ପାଳିତ ହେଲା ରଙ୍ଗର ପର୍ବ ହୋଲି
Advertisement
Article Detail0/zeeodisha/odisha1601054

Holi Celebration: ହୋଲିକା ଦହନ ପରେ ସମଗ୍ର ଦେଶରେ ପାଳିତ ହେଲା ରଙ୍ଗର ପର୍ବ ହୋଲି

Festival of Colours: ହୋଲିକା ଦହନ ପରେ ସମଗ୍ର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ହୋଲି। 

Holi Celebration: ହୋଲିକା ଦହନ ପରେ ସମଗ୍ର ଦେଶରେ ପାଳିତ ହେଲା ରଙ୍ଗର ପର୍ବ ହୋଲି

Holi Celebration After Holika Dahan: ମାର୍ଚ୍ଚ ୮ ତାରିଖ ବୁଧବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ରଙ୍ଗର ପର୍ବ ହୋଲି। ହେଲେ ଏହା ପୂର୍ବରୁ ପରମ୍ପରା ଅନୁଯାୟୀ, ହୋଲି ପାଳନ ପୂର୍ବରୁ ହୋଇଥିଲା ହୋଲିକା ଦହନ। ଏଥର ହୋଲିକା ଦହନ ମାର୍ଚ୍ଚ ୬-୭ ତାରିଖ ଦୁଇ ଦିନ ଧରି ହୋଇଥିଲା। ପରମ୍ପରା ଅନୁଯାୟୀ ହୋଲି କେବଳ ହୋଲିକା ଡାହନ ପରେ ରଙ୍ଗ ଏବଂ ଅବିର ସହିତ ଖେଳାଯାଏ।

ପୌରାଣିକ ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ହୋଲି ପର୍ବ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ। କ୍ୟାଲେଣ୍ଡର ଅନୁଯାୟୀ ହୋଲିକା ଦହନ (Holika Dahan) ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ (Falgun Purnima) କରାଯାଇଥାଏ। ପରଦିନ ହୋଲି (Holi) ରଙ୍ଗ ଏବଂ ଅବିର (Colour and Gulal) ସହ ଖେଳାଯାଇଥାଏ। ରଙ୍ଗର ପର୍ବ ହୋଲିକୁ (Festival of Colours Holi) ଧୁଲେଣ୍ଡି କିମ୍ବା ଧୁଲି ଭଳି ନାମରେ ମଧ୍ୟ ଜଣାଯାଏ। ହୋଲି ପର୍ବ ପାଳନ କରିବା ପଛରେ ଅନେକ କାରଣ ଅଛି। ଏହି ପର୍ବ ଫସଲ ଅମଳ ସହ ଜଡ଼ିତ। କାରଣ ହୋଲିକା ଦହନ ସମୟରେ ଅଗ୍ନି ଦେବଙ୍କୁ ନୂତନ ଶସ୍ୟ ଯଥା ଚଣା ଏବଂ ଗହମ ଆଦି ପ୍ରଦାନ କରାଯାଏ। 

Also Read: Holi Festival: ଏପରି ଗାଁ, ଯେଉଁଠି ହୋଲିରେ ଜଳାଯାଏ ନଡ଼ିଆର ହୋଲି, ଜାଣନ୍ତୁ କ'ଣ ରହିଛି ଇତିହାସ

ଅନ୍ୟପକ୍ଷରେ ହୋଲି ପର୍ବ ଭକ୍ତ ପ୍ରହ୍ଲାଦ, ହୋଲିକା ଏବଂ ହିରନ୍ୟକଶ୍ୟପଙ୍କ ପୌରାଣିକ କାହାଣୀ ସହ ଡଡ଼ିତ। ହିନ୍ଦୁ ପୌରାଣିକ (Hindu Mythology) ମାନ୍ୟତା ଅନୁଯାୟୀ, ଅସୁରରାଜ ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହ୍ଲାଦ ସର୍ବଦା ଭଗବାନ ବିଷ୍ଣୁଙ୍କ ଭକ୍ତିରେ ଲୀନ ରହୁଥିଲେ। ନିଜ ପୁଅର ଏପରି ଆଚରଣରେ ଅସୁରରାଜ ବହୁତ କ୍ରୋଧିତ ହୋଇ ଉଠୁଥିଲେ। ଥରେ ସେ ତାଙ୍କ ଭଉଣୀ ହୋଲିକାଙ୍କୁ ପ୍ରହ୍ଲାଦଙ୍କ ସହ ନିଆଁରେ ବସିବାକୁ କହିଥିଲେ। ହୋଲିକାଙ୍କୁ ଏହି ବର ମିଳିଥିଲା ଯେ  ଯେ ନିଆଁ ତାଙ୍କୁ ଜାଳି ପାରିବ ନାହିଁ। ଯେତେବେଳେ ପିଉସୀ ହୋଲିକା ତାଙ୍କ ପୁତୁରା ପ୍ରହ୍ଲାଦଙ୍କ ସହିତ ନିଆଁରେ ବସିଥିଲେ, ସେତେବେଳେ ଭଗବାନ ବିଷ୍ଣୁ ତାଙ୍କ ଭକ୍ତଙ୍କୁ ସୁରକ୍ଷା ଦେଇଥିଲେ। ପବନ ଏପରି ଭାବରେ ପ୍ରବାହିତ ହେଲା ଯେ ହୋଲିକା ପୋଡ଼ି ପାଉଁଶ ହୋଇଯାଇଥିଲା ଏବଂ ପ୍ରହ୍ଲାଦ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲେ। ସେଥିପାଇଁ ଏହାକୁ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ସେହି ଦିନ ଠାରୁ ହୋଲିକା ଡହନ ପରମ୍ପରା ଆରମ୍ଭ ହୋଇଥିଲା।