Heart attack Risk:ଶିତ ଦିନେ ହୃଦଘାତର ଆଶଙ୍କା ଅଧିକ, ଏହି ଉପାୟରେ ରୁହନ୍ତୁ ସୁରକ୍ଷିତ
Advertisement

Heart attack Risk:ଶିତ ଦିନେ ହୃଦଘାତର ଆଶଙ୍କା ଅଧିକ, ଏହି ଉପାୟରେ ରୁହନ୍ତୁ ସୁରକ୍ଷିତ

  ହୃଦଘାତ ଜନୀତ କାରଣରୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । କୁହାଯାଏ ଯେ ଥଣ୍ଡା ସମୟରେ ଏହାର ଆଶଙ୍କା ଅଧିକ ଥାଏ । ସେଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଏହି ସମୟରେ ହୃଦୟ ସମ୍ବନ୍ଧୀୟ ଯତ୍ନ ନେବାକୁ ଅଧିକ ପରାମର୍ଶ ଦେଇଥାନ୍ତି । ଆସନ୍ତୁ ଜାଣିବା ଥଣ୍ଡା ସମୟରେ ହୃଦଘାତ କିଭଳି ଆସେ ଏବଂ ଏଥିରୁ କିଭଳି ସୁରକ୍ଷ

SOCIAL MEDIA

Heart attack Risk: 

ହୃଦଘାତ ଜନୀତ କାରଣରୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । କୁହାଯାଏ ଯେ ଥଣ୍ଡା ସମୟରେ ଏହାର ଆଶଙ୍କା ଅଧିକ ଥାଏ । ସେଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଏହି ସମୟରେ ହୃଦୟ ସମ୍ବନ୍ଧୀୟ ଯତ୍ନ ନେବାକୁ ଅଧିକ ପରାମର୍ଶ ଦେଇଥାନ୍ତି । ଆସନ୍ତୁ ଜାଣିବା ଥଣ୍ଡା ସମୟରେ ହୃଦଘାତ କିଭଳି ଆସେ ଏବଂ ଏଥିରୁ କିଭଳି ସୁରକ୍ଷିତ ରହି ପାରିବା । ଥଣ୍ଡା ଆରମ୍ଭ ହେବା ମାତ୍ରେ ହୃଦଘାତ ସମସ୍ୟା ବଢ଼ିଯାଏ । ବର୍ତ୍ତମାନ ସମୟରେ ଅଧିକ ହୃଦଘାତ ସମସ୍ୟା ଆସୁଥିବା କାରଣରୁ ଲୋକଙ୍କ ଚିନ୍ତା ବଢ଼ୁଛି । ଏହା କୌଣସି ଋତୁରେ ମଧ୍ୟ ଆସିପାରେ । କିନ୍ତୁ ଏହାର ବିପଦ ଥଣ୍ଡା ଋତୁରେ ଅଧିକ । ତେବେ ହୃଦଘାତ ସହ ଥଣ୍ଡାର ସମ୍ପର୍କ କଣ ? ବିଶେଷଜ୍ଞ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତନୁସାରେ ଥଣ୍ଡା ଦିନରେ ହୃଦଘାତର ଆଶଙ୍କା ଅଧିକ ଥାଏ । ଆଉ ଏହାର କାରଣ ହେଉଛି କମ୍ ତାପମାତ୍ରା । ଥଣ୍ଡା ଦିନରେ ତାପମାତ୍ରା କମ ହେବାରୁ ହୃତପିଣ୍ଡକୁ ରକ୍ତ ସଂଚାଳନ କରୁଥିବା ଧମନୀ ସଙ୍କୁଚ ହୋଇଯାଏ । ଏହାଦ୍ବାରା ହୃତପିଣ୍ଡକୁ ରକ୍ତ ଧିରେ ଧିରେ ପହଂଚେ । ଆଉ ଏହି କାରଣରୁ ଧମନୀରେ ଅନେକ ସମୟରେ ରକ୍ତ ମଧ୍ୟ ଜମାଟ ବାନ୍ଧି ଯାଏ । ଏହାଦ୍ବାରା ରକ୍ତ ସଂଚାଳନରେ ସମସ୍ୟା ହୁଏ ଏବଂ ହୃଦଘାତ ହୁଏ ।

ହୃତପିଣ୍ଡ ସମସ୍ୟା ଥିବା ଲୋକ ମାନେ ଥଣ୍ଡା ଦିନରେ ଅଧିକ ସାବଧାନ ରହିବା ଜରୁରୀ । ହୃଦଘାତରୁ ବଂଚିବା ପାଇଁ ଉପଯୁକ୍ତ ଗରମ ପୋଷାକ ପିନ୍ଧିବା ଜରୁରୀ । ସକାଳେ ଏବଂ ସଂନ୍ଧ୍ୟାରେ ଯେତେବେଳେ ତାପମାତ୍ରା କମ ହୁଏ ସେହି ସମୟରେ ବାହାରକୁ ଯିବା ଉଚିତ୍ ନୁହେଁ । ଆୁ ଯଦି ଯାଆନ୍ତି ତାହେଲେ ଗରମ ପୋଷାକ ପିନ୍ଧିବା ଜରୁରୀ । ଶରୀରକୁ ଗରମ ରକିବା ଜରୁରୀ ଏବଂ ହେଲଦି ଡ଼ାଏଟ୍ ରଖିବା ଉଚିତ୍ ।

ଡ଼ାକ୍ତରଙ୍କ ମତାନୁସାରେ ହୃତପିଣ୍ଡ ସୁସ୍ଥ ରଖିବାକୁ ହେଲେ ଶାରୀରିକ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ । ପ୍ରତ୍ୟେକ ଦିନ ୪୦ ମିନିଟରେ ୪ କିଲୋମିଟର ଚାଲିବା ଉଚିତ୍ । ତାହେଲେ ହୃଦଘାତର ଆଶଙ୍କା କମ୍ ହୋଇପାରେ । ଯଦି ବି ଆପଣଙ୍କର ହୃତପିଣ୍ଡ ଜନୀତ ସମସ୍ୟା ଥାଏ ତାହେଲେ ମଧ୍ୟ ଚାଲିବା ଦ୍ବାରା ଲାଭ ମିଳିଥାଏ । ଏବଂ ହୃଦଘାତ ସମସ୍ୟା ଥିବା ଲୋକ ଜିମ୍ ଯିବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।