Smart Bandage: ଡାଇବେଟିସ ରୋଗୀଙ୍କ ପାଇଁ ଭଲ ଖବର,ଏହି ବେଣ୍ଡେଜ୍ ଶୀଘ୍ର ଭଲ କରିବ ଘା’
Advertisement
Article Detail0/zeeodisha/odisha2001029

Smart Bandage: ଡାଇବେଟିସ ରୋଗୀଙ୍କ ପାଇଁ ଭଲ ଖବର,ଏହି ବେଣ୍ଡେଜ୍ ଶୀଘ୍ର ଭଲ କରିବ ଘା’

  ମଧୁମେହ ରୋଗୀ ଟିକିଏ ଖଣ୍ଡିଆକୁ ନେଇ ଚିନ୍ତିତ କି ?

SOCIAL MEDIA

Smart Bandage: 

ମଧୁମେହ ରୋଗୀ ଟିକିଏ ଖଣ୍ଡିଆକୁ ନେଇ ଚିନ୍ତିତ କି ? ଅନେକ ଚିକିତ୍ସା ପରେ ଘାଆ ଶୁଖୁ ନାହିଁ । ତାହେଲେ ଏବେ ଚିନ୍ତା ଛାଡ଼ନ୍ତୁ । କାରଣ ଆପଣଙ୍କ ପାଇଁ ଖୁସି ଖବର । ଆସୁଛି ସ୍ମାର୍ଟ ବେଣ୍ଡେଜ୍ । ସାଧାରଣତଃ ଦେଖାଯାଏ ଯେ ଡ଼ାଇବେଟିସ ରୋଗୀ ମାନଙ୍କ ଠାରେ କୌଣସି ଜାଗାରେ ଘା’ ହେଲେ ତାହା ଭଲ ହେବା ପାଇଁ ବହୁ ସମୟ ଲାଗିଥାଏ । କିନ୍ତୁ ଏବେ ଆଉ ଏ ସମସ୍ୟା ରହିବ ନାହିଁ । କାନପୁରର ଗଣେଶ ଶଙ୍କର ବିଦ୍ୟାର୍ଥି ମେଡ଼ିକାଲ କଲେଜ ଡାଏବେଟିକ ରୋଗୀ ମାନଙ୍କ ଉପରେ ଏକ ପରୀକ୍ଷଣ କରିଛି। ଏଥିରେ ସେମାନଙ୍କ ଘା’ରେ ଏକ ସ୍ବତନ୍ତ୍ର ବେଣ୍ଡେଜ୍ ଲଗାଯାଇଛି । ଯାହାକୁ ଲଗାଇବା ପରେ ଖୁବ୍ କମ୍ ସମୟ ମଧ୍ୟରେ ଡାଇବେଟିକ୍ ରୋଗୀ ମାନଙ୍କ ଠାରେ ଘା’ ଶୁଖୁଛି ବୋଲି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି । ଏହି ମେଡ଼ିକାଲ କଲେଜରେ ୧୦ ମାସ ହେବ ଫୁଟ କେୟାର କ୍ଲିନିକ ଖୋଲାଯାଇଛି । ଏଠାରେ ଆହୁରି ଅନେକ ପରୀକ୍ଷଣ ମଧ୍ୟ କରାଯାଉଛି । କ୍ଲିନିକକୁ ଅନେକ ଡ଼ାଇବେଟିକ ରୋଗୀ ଆସୁଥିଲେ । ଯେଉଁମାନଙ୍କର ଘା’ ଶୁଖିବା ପାଇଁ ଅନେକ ଦିନ ଲାଗୁଥିଲା । କିନ୍ତୁ ଏହି ସ୍ବତନ୍ତ୍ର ବେଣ୍ଡେଜ୍ ବ୍ୟବହାର କରିବା ଦ୍ବାରା ଅଦ୍ଭୁତ ରେଜଲ୍ଟ ମିଳିଲା । ଏହି ବ୍ୟାଣ୍ଡେଜରେ କୋଲେଜନ ପ୍ରୋଟିନ ଓ ନାଇଟ୍ରେଡ଼ ଅକ୍ସାଇଡ଼ର ବ୍ୟବହାର କରାଯାଇଛି । ଏହି ବେଣ୍ଡେଜକୁ ଲଗାଇବା ଦ୍ବାରା ଡ଼ାଏବେଟିକ ରୋଗୀଙ୍କ ଘା’ ଖୁବ୍ କମ୍ ସମୟରେ ଠିକ୍ ହୋଇଯାଉଛି । ଏହାସହ ଘାଆ ଗୁଡ଼ିକ ପଚା ବା ବିଷାକ୍ତ ହେଉନାହିଁ ।

ଘା’ ଠିକ୍ ହେବାରେ ସାହାଯ୍ୟ କରିବ

ଅଧ୍ୟୟନ କରିଥିବା ଜିଏସବିଏମ ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲର ବିଶେଷଜ୍ଞ ଡ଼. ଶିବେନ୍ଦ୍ର ବର୍ମା କହିଛନ୍ତି ଯେ ଏକ ସ୍ବତନ୍ତ୍ର ବେଣ୍ଡେଜ୍ ହସ୍ପିଟାଲକୁ ପରୀକ୍ଷଣ ପାଇଁ ଅଣାଯାଇଥିଲା । ଏହାକୁ ଅନେକ ରୋଗୀଙ୍କ ଠାରେ ମଧ୍ୟ ପରୀକ୍ଷଣ କରାଯାଇଥିଲା ଯେଉଁମାନଙ୍କ ଠାରେ ଅଧିକ ଦିନର ଘା ଶୁଖୁନଥିଲା । ହେଲେ ଏହାକୁ ଲଗାଇବା ପରେ ସେମାନଙ୍କୁ ଅନେକ ଫାଇଦା ମିଳିଲା । ବେଣ୍ଡେଜ୍ ଲଗାଇବା ପରେ ଘାଆରେ ଥିବା ବ୍ୟାକ୍ଟେରିଆ ଶୀଘ୍ର ମରିବାକୁ ଲାଗିଲେ । ଏବଂ ଘାଆ ଶୁଖିବାକୁ ଲାଗିଲା ।

ସ୍ମାର୍ଟ ବେଣ୍ଡେଜ୍ ବିକଶିତ

ଡ଼.ଶିବେନ୍ଦ୍ର ବର୍ମାଙ୍କ ଅନୁଯାୟୀ ଏହି ବେଣ୍ଡେଜ୍ ଖୁବ୍ ମହଙ୍ଗା । ଏହାର ଦାମ ୫୦୦ରୁ ୧୦୦୦ ପର୍ଯ୍ୟନ୍ତ ରହିଛି । କିନ୍ତୁ ହସ୍ପିଟାଲକୁ ଏହା ଫ୍ରିରେ ଆସିଥିଲା ସେଥିପାଇଁ ରୋଗୀ ମାନଙ୍କ ଠାରେ ମଧ୍ୟ ବିନା ମୂଲ୍ୟରେ ଏହା ପରୀକ୍ଷଣ କରାଯାଇଛି । ଆଗକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ଉପଲବ୍ଧ କରାଯିବା ପାଇଁ ବିଚାର କରାଯାଉଛି । ଏହାସହ କୁହାଯାଉଛି ଯେ ଏହି ଅଧ୍ୟୟନକୁ ମଧ୍ୟ ଇଣ୍ଟରନେସନାଲ ମେଡ଼ିକାଲ ଜେନେରାଲରେ ପ୍ରକାଶିତ କରିବା ପାଇଁ ପଠାଯିବ ।