Iron Deficiency Anemia in pregnant women: ଗର୍ଭବତୀ ଥିବାବେଳେ ମହିଳାଙ୍କ ଗୋଟିଏ ଭୁଲ ରକ୍ତକୁ କରିଦିଏ ପାଣି !
Advertisement

Iron Deficiency Anemia in pregnant women: ଗର୍ଭବତୀ ଥିବାବେଳେ ମହିଳାଙ୍କ ଗୋଟିଏ ଭୁଲ ରକ୍ତକୁ କରିଦିଏ ପାଣି !

   ଗର୍ଭବତୀ ସମୟରେ ପ୍ରତ୍ୟେକ ମହିଳାଙ୍କୁ ନିଜର ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । କାରଣ ସେହି ସମୟରେ ସେ ଖାଲି ନିଜର ନୁହେଁ ଗର୍ଭରେ ବଢ଼ୁଥିବା କୁନି ଶିଶୁର ମଧ୍ୟ ଯତ୍ନ ନେବାକୁ ପଡ଼େ । ସେଥିପାଇଁ ଗର୍ଭାବସ୍ଥା ଆରମ୍ଭରୁ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ସହ ଅଧିକ ତରଳ ପାନୀୟ ପିଇବାକୁ ଡ଼ାକ୍ତର ପରାମର

SOCIAL MEDIA

Iron Deficiency Anemia in pregnant women:  

ଗର୍ଭବତୀ ସମୟରେ ପ୍ରତ୍ୟେକ ମହିଳାଙ୍କୁ ନିଜର ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । କାରଣ ସେହି ସମୟରେ ସେ ଖାଲି ନିଜର ନୁହେଁ ଗର୍ଭରେ ବଢ଼ୁଥିବା କୁନି ଶିଶୁର ମଧ୍ୟ ଯତ୍ନ ନେବାକୁ ପଡ଼େ । ସେଥିପାଇଁ ଗର୍ଭାବସ୍ଥା ଆରମ୍ଭରୁ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ସହ ଅଧିକ ତରଳ ପାନୀୟ ପିଇବାକୁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ସେହି ସମୟରେ ଫୋଲିକ୍ ଏସିଡ୍, ଆଇରନ ଏବଂ କ୍ୟାଲସିୟମ ଯୁକ୍ତ ଔଷଧ ଖାଇବାକୁ ପଡ଼େ । କିନ୍ତୁ ମେଡ଼ିସିନ ନେବା ସମୟରେ ମହିଳାମାନେ ଏଭଳି କିଛି ଭୁଲ୍ କରନ୍ତି, ଯାହାଦ୍ବାରା ଶରୀରରେ ରକ୍ତର ପରିମାଣ କମିବା ସହ ପିଲା ପାଇଁ ମଧ୍ୟ ଅନେକ ସମସ୍ୟା ହୋଇଥାଏ ।

ମହିଳା ମାନଙ୍କ ଶରୀରରେ ରକ୍ତର କମିବା ଏମିନିଆ କାରଣରୁ ହୋଇଥାଏ । ଗର୍ଭବତୀ ମହିଳାଙ୍କୁ ଏବଂ ପିଲାଙ୍କୁ ଉଭୟଙ୍କୁ ସେହି ସମୟରେ ରକ୍ତର ଆବଶ୍ୟକତା ଅଧିକ ଥାଏ । ଏହି କାରଣରୁ ସେମାନଙ୍କୁ ଆଇରନ ଏବଂ କ୍ୟାଲସିୟମ ଗର୍ଭାବସ୍ଥା ପୂର୍ବରୁ ଦିଆଯାଏ । ଫଳରେ ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ହୁଏ । କିନ୍ତୁ କିଛି ଭୁଲ୍ ପାଇଁ ଅନେକ ସମୟରେ ମା ଓ ଶିଶୁ ରକ୍ତ ହୀନତାର ଶିକାର ହୁଅନ୍ତି ।

ନେସନାଲ ଆସୋସିଏସନ ଫର ରିପ୍ରଡକ୍ଟିଭ୍ ଆଣ୍ଡ ଚାଇଲ୍ଡ଼ ହେଲ୍ଥର ଅଧ୍ୟକ୍ଷଙ୍କ ମତନୁସାରେ ଦେଶରେ ଅଧିକାଂଶ ମହିଳାମାନଙ୍କ ଠାରେ ଏମିନିଆ ଲକ୍ଷର ଦେଖାଯାଉଛି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ ଅନୂଯାୟୀ ୧୫-୪୯ ବର୍ଷ ବୟସ ମଧ୍ୟରେ ୫୨.୨ ପ୍ରତିଶତ ମହିଳା ଏମିନିଆ ସହ ଲଢ଼ୁଛନ୍ତି । ସେହିପରି ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ୬୭.୧ ପ୍ରତିଶତ ଶିଶୁଙ୍କ ଠାରେ ଏମିନିଆ ଦେଖିବାକୁ ମିଳୁଛି । ସେହିପରି କମ ବୟସର ମାନେ ୧୫-୧୯ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ କ୍ଷେତ୍ରରେ ୫୯ ପ୍ରତିଶତ ମହିଳା ଏନିମିଆରେ ଆକ୍ରାନ୍ତ । ଖାଲି ଗ୍ରାମାଞ୍ଚଳ ନୁହେଁ ସହର ମାନଙ୍କରେ ମଧ୍ୟ ମହିଳା ଓ ପିଲା ମାନଙ୍କ ମଧ୍ୟରେ ରକ୍ତ ହୀନତା ଦେଖାଦେଇଛି ।

ଗର୍ଭାବସ୍ଥାରେ ମହିଳା ମାନେ କେଉଁ ଭୁଲ୍ କରନ୍ତି

ମହିଳା ରୋଗ ବିଶେଷଜ୍ଞଙ୍କ ମତନୁସାରେ ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ରରେ ରକ୍ତହୀନତା ଦେଖାଯାଏ । ଏହାର ବିଶେଷ କାରଣ ହେଉଛି ମହିଳାମାନେ ଆଇରନ ଏବଂ କ୍ୟାଲସିୟମ ମେଡ଼ିସିନ ଏକା ସାଙ୍ଗରେ ନେଇଥାନ୍ତି । ଏଭଳି କରିବା ଦ୍ବାରା ଆଇରନ ମେଡ଼ିସିନ କାମ କରେ ନାହିଁ । ଫଳରେ ଶରୀରକୁ ଆଇରନ ମିଳେ ନାହିଁ ଏବଂ ରକ୍ତ ସୃଷ୍ଟି ହୁଏ ନାହିଁ । ଫଳରେ ମହିଳାମାନେ ଏମିନିଆର ଶିକାର ହୁଅନ୍ତି ।

ଆଇରନ କ୍ୟାଲସିୟମ ମେଡ଼ିସିନ କେମିତି ଖାଇବା ଉଚିତ୍

ଡ଼ାକ୍ତରଙ୍କ ଅନୁସାରେ ଆଇରନ ଏବଂ କ୍ୟାଲସିୟମ ମେଡ଼ିସିନ ସବୁବେଳେ ଅଲଗା ଅଲଗା ନେବା ଉଚିତ୍ । କ୍ୟାଲସିୟମ ଖାଇବାର ସାଙ୍ଗେ ସାଙ୍ଗେ ନେବା ଜରୁରୀ । ଆଉ ଆଇରନ ଖାଇବାର ୨ ଘଣ୍ଟା ପରେ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।