Reduce bad cholestreol: ମିଳିଗଲା କୋଲଷ୍ଟ୍ରୋଲ ବିରୋଧରେ ଅବ୍ୟର୍ଥ ଅସ୍ତ୍ର,ମାତ୍ର ଏକ ଚାମଚ ଚୂର୍ଣ୍ଣରେ କାମ ଶେଷ !
Advertisement

Reduce bad cholestreol: ମିଳିଗଲା କୋଲଷ୍ଟ୍ରୋଲ ବିରୋଧରେ ଅବ୍ୟର୍ଥ ଅସ୍ତ୍ର,ମାତ୍ର ଏକ ଚାମଚ ଚୂର୍ଣ୍ଣରେ କାମ ଶେଷ !

  ବର୍ତ୍ତମାନ ସମସ୍ତ ବୟସର ଲୋକଙ୍କ କ୍ଷେତ୍ରରେ ହାଇ କୋଲେଷ୍ଟ୍ରଲ ଏକ ସାଧାରଣ ସମସ୍ୟା । କୋଲେଷ୍ଟ୍ରଲ ଶରୀରରେ ବଢ଼ିଲେ ଧମନୀରେ ଜମା ହୁଏ । ଏବଂ ରକ୍ତ ପ୍ରବାହରେ ସମସ୍ୟା ହୁଏ । ଫଳରେ ଅନେକ ସମୟରେ ଏହି କାରଣରୁ ହୃଦଘାତ ଏବଂ ଷ୍ଟ୍ରୋକ ମଧ୍ୟ ଆସିପାରେ । ତେବେ ଆର୍ୟୁବେଦରେ କୋଲେଷ୍ଟ୍ରଲ କମ କରିବା ପାଇଁ ଉପାୟ କଣ ଆସନ୍ତୁ

SOCIAL MEDIA

Reduce bad cholestreol: 

ବର୍ତ୍ତମାନ ସମସ୍ତ ବୟସର ଲୋକଙ୍କ କ୍ଷେତ୍ରରେ ହାଇ କୋଲେଷ୍ଟ୍ରଲ ଏକ ସାଧାରଣ ସମସ୍ୟା । କୋଲେଷ୍ଟ୍ରଲ ଶରୀରରେ ବଢ଼ିଲେ ଧମନୀରେ ଜମା ହୁଏ । ଏବଂ ରକ୍ତ ପ୍ରବାହରେ ସମସ୍ୟା ହୁଏ । ଫଳରେ ଅନେକ ସମୟରେ ଏହି କାରଣରୁ ହୃଦଘାତ ଏବଂ ଷ୍ଟ୍ରୋକ ମଧ୍ୟ ଆସିପାରେ । ତେବେ ଆର୍ୟୁବେଦରେ କୋଲେଷ୍ଟ୍ରଲ କମ କରିବା ପାଇଁ ଉପାୟ କଣ ଆସନ୍ତୁ ଜାଣିବା । ହାଇ କୋଲେଷ୍ଟ୍ରଲ ସମସ୍ୟା ମହାମାରୀ ଭଳି ବ୍ୟାପି ଚାଲିଛି । ଅଦିକାଂଶ ଯୁବକ ମାନଙ୍କ କ୍ଷେତ୍ରରେ ଏହା ଦେଖାଯାଉଛି । ହାଇ କୋଲେଷ୍ଟ୍ରଲକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ସବୁବେଳେ ଶରୀରରେ କେଲେଷ୍ଟ୍ରଲ କମ କରିବା ପାଇଁ ପରାମର୍ଶ ଦେଇଥାନ୍ତି । କାହିଁକି ନା ଏହା ଥରେ ବଢ଼ିଗଲେ ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ ସମେତ ମୃତ୍ୟୁର କାରଣ ମଧ୍ୟ ହୋଇପାରେ ।

ତେବେ ଆର୍ୟୁବେଦର କିଛି ଡ଼ାକ୍ତରଙ୍କ ଅନୁଯାୟୀ କୋଲେଷ୍ଟ୍ରଲ ଆୟତ୍ତକୁ ଆଣିବାକୁ ହେଲେ ଆର୍ୟୁବେଦରେ ଅନେକ ଗୁଡ଼ିଏ ଉପାୟ ରହିଛି । ଡ଼ାଲଚିନି ଏବଂ ଅଳସୀ ମଞ୍ଜି(ଫ୍ଲାକ୍ସ ସିଡ଼) କୋଲେଷ୍ଟ୍ରଲ କମ କରିବାର ରାମବାଣ ଅଟନ୍ତି । ଡ଼ାକ୍ତରଙ୍କ ମତରେ ଯଦି ଅଳସୀ ମଞ୍ଜି(ଫ୍ଲାକ୍ସ ସିଡ଼) ଏବଂ ଡ଼ାଲଚିନିକୁ ସଠିକ୍ ଉପାୟରେ ସେବନ କରଯାଏ ତାହେଲେ କୋଲେଷ୍ଟ୍ରଲ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ମିଳିଯାଇପାରେ । ଅଳସୀ ମଞ୍ଜି(ଫ୍ଲାକ୍ସ ସିଡ଼) କେବଳ କୋଲେଷ୍ଟ୍ରଲ ନୁହେଁ ପେଟ ସମସ୍ୟା ମଧ୍ୟ ଦୂର କରେ । ଏଥିରେ ଫାଇବର ପ୍ରଚୁର ପରିମାଣର ଥାଏ । ବିଶେଷଜ୍ଞଙ୍କ ମତନୁସାରେ ଅଳସୀ ମଞ୍ଜି(ଫ୍ଲାକ୍ସ ସିଡ଼) କୁ ଭଲ ଭାବରେ ଧୋଇ ଶୁଖାଇ ଗୁଣ୍ଡ କରି ନିଅନ୍ତୁ । ଏହାକୁ ଖାଲି ପେଟରେ ସକାଳୁ ଗରମ ପାଣି ସହ ଗୋଟିଏ ଚାମଚ ଖାଆନ୍ତୁ । ଏଭଳି କରିବା ଦ୍ବାରା ଖୁବ୍ ଶୀଘ୍ର କୋଲେଷ୍ଟ୍ରଲ କମ୍ ହଏ । ଯଦି ଏହାକୁ ବହୁ ଦିନ ଧରି ଖାଆନ୍ତି ତାହେଲେ କୋଷ୍ଟକାଠିନ୍ୟରୁ ମଧ୍ୟ ମୁକ୍ତି ମିଳେ ।

କୋଲେଷ୍ଟ୍ରଲ କମ୍ କରିବା ପାଇଁ ଦ୍ବିତୀୟ ଉପାୟ ହେଉଛି ଡ଼ାଲଚିନି ଗୁଣ୍ଡ । ପ୍ରଥମେ ଡାଲଚିନିକୁ ଗୁଣ୍ଡ କରି ନିଅନ୍ତୁ । ଏବଂ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗରମ ପାଣି ସହ ଏକ ଚାମଚ ଖାଆନ୍ତୁ । କିଛି ଦିନ ଭିତରେ କୋଲେଷ୍ଟ୍ରଲ ମାତ୍ରା କମ୍ ହେବ । ଯେମିତି ଧ୍ୟାନ ଦେବେ ଯେ ଅଧିକ ଡ଼ାଲଚିନି ସେବନ ନ କରନ୍ତି । ନହେଲେ ସମସ୍ୟା ହୋଇପାରେ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।