AI creats massive unemployment: କୃତ୍ରିମ ବୁଦ୍ଧିମତା ପାଇଁ ବାଜିରେ ରୋଜଗର,ଭବିଷ୍ୟତରେ ଉତ୍କଟ ହେବ ବେକାରୀ ସମସ୍ୟା ?
Advertisement

AI creats massive unemployment: କୃତ୍ରିମ ବୁଦ୍ଧିମତା ପାଇଁ ବାଜିରେ ରୋଜଗର,ଭବିଷ୍ୟତରେ ଉତ୍କଟ ହେବ ବେକାରୀ ସମସ୍ୟା ?

  ଦିଲ୍ଲୀର ଏକ ଲିଗାଲ ଫାର୍ମରେ କାର୍ଯ୍ୟକରୁଥିବା ୩୮ ବର୍ଷୀୟ ବିଜୟ (ପରିବର୍ତ୍ତିତ ନାମ) ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ଏବେ ଚିନ୍ତାରେ ଅଛନ୍ତି । ପଲକ ପଡ଼ିବା ଭିତରେ ଏଆଇ ଯେଉଁଭଳି କାମ କରୁଛି ତାକୁ ନେଇ ସେ ଯେତିକି ଚକିତ ସେତିକି ଚିନ୍ତିତ ମଧ୍ଯ  । ସେ କୁହନ୍ତି ଯେ, "ଯେତେବେଳେ ମୁଁ ଚାଟ୍

SOCIAL MEDIA

AI creats massive unemployment: 

ଦିଲ୍ଲୀର ଏକ ଲିଗାଲ ଫାର୍ମରେ କାର୍ଯ୍ୟକରୁଥିବା ୩୮ ବର୍ଷୀୟ ବିଜୟ (ପରିବର୍ତ୍ତିତ ନାମ) ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ଏବେ ଚିନ୍ତାରେ ଅଛନ୍ତି । ପଲକ ପଡ଼ିବା ଭିତରେ ଏଆଇ ଯେଉଁଭଳି କାମ କରୁଛି ତାକୁ ନେଇ ସେ ଯେତିକି ଚକିତ ସେତିକି ଚିନ୍ତିତ ମଧ୍ଯ  ।

ସେ କୁହନ୍ତି ଯେ, "ଯେତେବେଳେ ମୁଁ ଚାଟ୍ ଜିପିଟି  ବିଷୟରେ ଶୁଣିଲି,ସେତେବେଳେ ମୁଁ ଉପର ମହଲାକୁ ଯାଇ ଅଭିଯୋଗକାରୀଙ୍କ ନାମ, ଆଇନଗତ ଧାରା, ପ୍ରସଙ୍ଗ ଏବଂ କ୍ଷୟକ୍ଷତିର ପରିମାଣ ଉଲ୍ଲେଖ କରି ମାନହାନି ନୋଟିସ୍ ଲେଖିବାକୁ ଚାଟ୍ ଜିପିଟିକୁ କହିଥିଲି।

କିଛି ମୁହୂର୍ତ୍ତ ମଧ୍ୟରେ ମୋ ସାମ୍ନାରେ ଲିଗାଲ ନୋଟିସ୍ ପ୍ରସ୍ତୁତ ହୋଇଗଲା। ସତ କହିବାକୁ ଗଲେ ଏହାର ଭାଷା ଓ ଶୈଳୀ ମୋ ଠାରୁ ମଧ୍ୟ ଭଲ ଥିଲା । ମୁଁ ଉଭୟ ରୋମାଞ୍ଚିତ ଏବଂ ନର୍ଭସ ଅନୁଭବ କଲି।

୩୪ ବର୍ଷୀୟ କ୍ଲେୟାରଙ୍କର ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ସକୁ ନେଇ  ସମାନ ଅଭିଜ୍ଞତା ରହିଛି, ଯିଏ କି ଲଣ୍ଡନର ଏକ ବଡ଼ କନସଲଟିଂ କମ୍ପାନୀରେ ୬ ବର୍ଷ ଧରି କାମ କରୁଛନ୍ତି ।

ବିବିସି ୱାର୍କଲାଇଫରେ ପ୍ରକାଶିତ ଏକ ଲେଖା ଅନୁଯାୟୀ, କ୍ଲେୟାର ତାଙ୍କ କାମକୁ ଭଲ ପାଆନ୍ତି ଏବଂ ଭଲ ଦରମା ପାଆନ୍ତି, କିନ୍ତୁ ଗତ ଛଅ ମାସ ହେବ ସେ ତାଙ୍କ କ୍ୟାରିୟର ଓ ଭବିଷ୍ୟତ କୁ ନେଇ ଚିନ୍ତା କରିବା ଆରମ୍ଭ କରିଛନ୍ତି ।

ଗୁଣବତ୍ତା ଦୃଷ୍ଟିରୁ କୌଣସି ଏଆଇ ଟୁଲ୍ ମୋ କାମ ସହିତ ମେଳ ଖାଇପାରିବ ନାହିଁ, କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଯେ ଚାଟ୍ ଜିପିଟି ଭଲ ଏବଂ ଦ୍ରୁତ ହେବାକେ ଲାଗିଛି। କିଛି ବର୍ଷ ପରେ ଏଭଳି ଚାଟ୍ ବଟ୍ ମୋ ଭଳି କାମ କରିବା ଆରମ୍ଭ କରିବେ। ସେତେବେଳେ ମୋ ଚାକିରିର କ'ଣ ହେବ ତାକୁ ନେଇ ମୁଁ ଭୟଭୀତ।

ସାରା ବିଶ୍ୱର କଂପାନିଗୁଡ଼ିକ ଏଆଇ ମଡେଲକୁ ଗ୍ରହଣ କଲେଣି

 

ଗତ କିଛି ବର୍ଷ ହେବ ରୋବଟ୍ ଓ ଏଆଇ ମାନବ ଚାକିରି ଛଡ଼ାଇ ନେଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଚଳିତ ବର୍ଷ ଜୁଲାଇମାସରେ ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ ନିଜର ୯୦ ପ୍ରତିଶତ କର୍ମଚାରୀଙ୍କ ସ୍ଥାନରେ ଏଆଇ ଚାଟ୍ ବଟ୍ ଲଗାଇଥିଲା। କଂପାନିର ପ୍ରତିଷ୍ଠାତା ସୁମିତ ଶାହା ଟ୍ୱିଟ୍ କରି କହିଛନ୍ତି ଯେ ଏହା ଦ୍ୱାରା ଗ୍ରାହକଙ୍କ ରେସପନ୍ସ( ପ୍ରତିକ୍ରିୟା) ବୃଦ୍ଧି ପାଇଥିବା ବେଳେ ଖର୍ଚ୍ଚ ୮୫ ପ୍ରତିଶତ ହ୍ରାସ ପାଇଛି।

ପୂର୍ବରୁ ଓପନ୍ ଏଆଇର ଟୁଲ୍ 'ଚାଟ୍ ଜିପିଟି' ରାତାରାତି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଅନେକ କଂପାନି ବିଭିନ୍ନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଏଆଇ ଟୁଲ୍ ବିକଶିତ କରୁଛନ୍ତି। ଫଳରେ କର୍ମଚାରୀଙ୍କ ମଧ୍ୟରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହେଉଛି।

ଚାଟ୍ ଜିପିଟି ଭଳି ଏଆଇ ଉପକରଣ ସହଜରେ ଉପଲବ୍ଧ ହେଉଥିବାରୁ ଆଗାମୀ ଦିନରେ ସମାନ ଦକ୍ଷତା ଥିବା ଲୋକଙ୍କ ପାଇଁ ଚାକିରି ଉପଲବ୍ଧ ହେବ କି ନାହିଁ ତାକୁ ଚିନ୍ତା ବଢ଼ିବାରେ ଲାଗିଛି ।

ବିବିସି ୱାର୍କଲାଇଫ୍ ଲେଖକ ଜୋସି କକ୍ସଙ୍କୁ ଏଲିସ୍ ମାର୍ଶାଲ କହିଛନ୍ତି ଯେ, "ମୁଁ ଭାବୁଛି ଅନେକ ସୃଜନଶୀଳ ଲୋକ ଏହାକୁ ନେଇ ଚିନ୍ତିତ ଅଛନ୍ତି। ଆମେ କେବଳ ଆଶା କରିପାରିବା ଯେ ଗ୍ରାହକମାନେ ଆମର ଗୁରୁତ୍ୱ ବୁଝିବେ ଏବଂ ଏଆଇ ଉପକରଣ ଅପେକ୍ଷା ମଣିଷକୁ ପସନ୍ଦ କରିବେ।ସୂଚନାଯୋଗ୍ୟ ଯେ,ଏଲିସ ମାର୍ଶାଲ ବ୍ରିଟେନର ବ୍ରିଷ୍ଟଲରେ ୨୯ ବର୍ଷ ଧରି କପି ରାଇଟର ଭାବେ କାମ କରି ଆସୁଛନ୍ତି ।

ଏଆଇ ଚାକିରି କ୍ଷେତ୍ର ପାଇଁ କେତେ ବିପଦ ସୃଷ୍ଟି କରେ?

ଗୋଲ୍ଡମ୍ୟାନ୍ ସାକ୍ସ ମାର୍ଚ୍ଚରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ କୁହାଯାଇଛି ଯେ ଏଆଇ ଆଗାମୀ ସମୟରେ ୩୦୦ ନିୟୁତ ଚାକିରି ଲୋପ କରିଦେବ । ଯାହାର ଅର୍ଥ ହେଉଛି ୩ଶହ ନିୟୁତ ବ୍ୟକ୍ତି ଚାକିରି ହରାଇ ବେକାର ହୋଇଯିବେ ।

ଗତ ବର୍ଷ ନିଜର ବାର୍ଷିକ ଗ୍ଲୋବାଲ ୱାର୍କଫୋର୍ସ ସର୍ଭେରେ ପ୍ରାଇସ ୱାଟରହାଉସ୍ କୁପର୍ସ (ପିଡବ୍ଲ୍ୟୁସି) ଜାଣିବାକୁ ପାଇଥିଲା ଯେ ଆଗାମୀ ତିନି ବର୍ଷ ମଧ୍ୟରେ ଟେକ୍ନୋଲୋଜି ଦ୍ୱାରା ସେମାନଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି  ହେବାର ଆଶଙ୍କାକୁ ନେଇ  ଏକ ତୃତୀୟାଂଶ ଲୋକ ଚିନ୍ତିତ ଅଛନ୍ତି।

ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ୍ ଆଣ୍ଟରପ୍ରେନରସିପ୍ ର ସହକାରୀ ପ୍ରଫେସର ଯୋଶୀ ଲୋହାନୀ କିନ୍ତୁ ଭିନ୍ନ ମତ ରଖନ୍ତି । ତାଙ୍କ ଅନୁସାରେ ଭାରତରେ  ଏଆଇ ଯୋଗୁଁ ଚାକିରି ଲୋପ ପାଇବାର କୌଣସି ପ୍ରମାଣ ନାହିଁ।

ସେ ଆହୁରି ମଧ୍ୟ କହନ୍ତି, "ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଆଇ କାରଣରୁ ଚାକିରି ଚାଲିଯିବ ବୋଲି କହିବା ବେଶି ଅଧିକ ହୋଇଯିବ । ଏଇଥିପାଇଁ ଯେ, ଏଆଇ ଏବେ ବି ବିକାଶ ପର୍ଯ୍ୟାୟରେ ଅଛି ଏବଂ ଏହା ମଣିଷର ସ୍ଥାନ ନେବ ବୋଲି କହିବା ବି ବହୁତ  ବଡ଼ କଥା ହେବ। ହଁ, ଏହା ଅଟୋମେସନକୁ ତ୍ୱରାନ୍ୱିତ କରିବ ଏବଂ କିଛି ଚାକିରି ଲୋପ ପାଇପାରେ "

କାରୋଲିନ ମୋଣ୍ଟ୍ରୋଜ ଯିଏକି ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ କ୍ୟାରିୟର ପ୍ରଶିକ୍ଷକ ଏବଂ ଅଧ୍ୟାପକ ଅଟନ୍ତି, ସେ ବିଶ୍ୱାସ କରନ୍ତି ଯେ ଦ୍ରୁତ ବୈଷୟିକ ବିକାଶ କାରଣରୁ ଆସୁଥିବା ପରିବର୍ତ୍ତନକୁ ଭୟ କରିବା ସ୍ୱାଭାବିକ ।

ବିବିସି ୱାର୍କଲାଇଫରେ ପ୍ରକାଶିତ ଏକ ଲେଖା ଅନୁଯାୟୀ, ମଣ୍ଟ୍ରୋସ କହିଛନ୍ତି, "ଏଆଇ ଆଡୁ ବିପଦ ଅନୁଭବ କରିବାର ନିଶ୍ଚିତ କାରଣ ହେଉଛି ଯେ, ଏହା ଦ୍ରୁତ ଗତିରେ ଉନ୍ନତ ହେଉଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ,ଏହାର ପ୍ରଭାବ କେଉଁଠାରେ ଓ କିପରି ରହିବ ।

କିନ୍ତୁ ସେ ଏହା ମଧ୍ୟ କୁହନ୍ତି ଯେ ଲୋକମାନେ ଏହା ବିଷୟରେ ଚିନ୍ତା କରିବା କିମ୍ବା ନ କରିବା ସେମାନଙ୍କ  ଉପରେ ନିର୍ଭର କରେ ଏବଂ ସେମାନେ ଚିନ୍ତା କରିବା ପରିବର୍ତ୍ତେ ଏଆଇକୁ  ଶିଖିବା ଏବଂ ଏହାକୁ ନିଜ ଫାଇଦା ପାଇଁ ବ୍ୟବହାର କରିବା ଉପରେ ଧ୍ୟାନ ଦେବା ଉଚିତ ।

ଏଆଇ ବ୍ୟବହାରର ସକାରାତ୍ମକ ଦିଗ

 

ପିଡବ୍ଲ୍ୟୁସିର 'ଟ୍ରଷ୍ଟ ଆଣ୍ଡ ଟେକ୍ନୋଲୋଜି'ର ବିଶେଷଜ୍ଞ ସ୍କଟ୍ ଲିକେନ୍ସଙ୍କ ଅନୁସାରେ  ଟେକ୍ନୋଲୋଜି ଯେଉଁଭଳି ଭାବରେ ଗତି କରୁଛି ତାହା କାର୍ଯ୍ୟ ପ୍ରକ୍ରିୟାକୁ ସ୍ୱୟଂଚାଳିତ ଏବଂ ସରଳ କରିବାରେ ସାହାଯ୍ୟ କରିଛି। କିନ୍ତୁ ସଠିକ୍ କୌଶଳ ସାହାଯ୍ୟରେ ଆପଣ ଏହି ପରିବର୍ତ୍ତନକୁ ଗ୍ରହଣ କରିପାରିବେ । ଟେକ୍ନୋଲୋଜି ପ୍ରତି ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବାକୁ ପଡ଼ିବ। ସେମାନେ ନିଜ କାମ(ଫିଲ୍ଡ) ଅନୁଯାୟୀ ଏଆଇ ଶିକ୍ଷା ଏବଂ ପ୍ରଶିକ୍ଷଣ ନେବା ଉଚିତ୍ । ଏହି ଉପାୟରେ ସେମାନେ ଏକ ନୂଆ କୌଶଳ ମଧ୍ୟ ଶିଖିବେ। ଏଆଇଠାରୁ ଦୂରେଇ ଯିବା ପରିବର୍ତ୍ତେ କର୍ମଚାରୀମାନେ ଏହାକୁ ଗ୍ରହଣ କରିବା ଏବଂ ଏଥିରୁ ଶିଖିବା ଉପରେ ଧ୍ୟାନ ଦେବା ଉଚିତ୍ ।