Eve Teasing: ଘର-ବାହାରେ ଇଭ୍ ଟିଜିଂକୁ ନେଇ ନିଜ ଝିଅକୁ କରାନ୍ତୁ ସଚେତନ
Advertisement
Article Detail0/zeeodisha/odisha1923627

Eve Teasing: ଘର-ବାହାରେ ଇଭ୍ ଟିଜିଂକୁ ନେଇ ନିଜ ଝିଅକୁ କରାନ୍ତୁ ସଚେତନ

Eve Teasing: ନିର୍ଯାତନା ଏକ ସାଧାରଣ କଥା । ଘର ହେଉ କିମ୍ବା ଅଫିସ୍ ହେଉ କିମ୍ବା ସର୍ବସାଧାରଣ ସ୍ଥାନ ଅଥବା, ସ୍କୁଲ୍, କଲେଜ,ଝିଅମାନଙ୍କୁ ପୁଅ ମାନଙ୍କ ତୁଳନାରେ ଅଧିକ ଇଭ୍ ଟିଜିଂର ସମ୍ମୁଖୀନ ହେବାକୁ ପଡେ ।  ଏଭଳି ପରିସ୍ଥିତିରେ ଝିଅମାନେ ସାଧାରଣତଃ ଅସହଜ ଓ ଭୟଭୀତ ହୋଇଯାଆନ୍ତି । ସେମାନେ ଏହି କଥାକୁ କାହା ଆଗରେ କୁହନ୍ତି ନାହିଁ । ଯାହା ଆଗକୁ ଚାଲି ବଡ଼ ସମସ୍ୟାର ର

SOCIAL MEDIA

Eve Teasing: ନିର୍ଯାତନା ଏକ ସାଧାରଣ କଥା। ଘର ହେଉ କିମ୍ବା ଅଫିସ୍ ହେଉ କିମ୍ବା ସର୍ବସାଧାରଣ ସ୍ଥାନ ଅଥବା, ସ୍କୁଲ୍, କଲେଜ,ଝିଅମାନଙ୍କୁ ପୁଅ ମାନଙ୍କ ତୁଳନାରେ ଅଧିକ ଇଭ୍ ଟିଜିଂର (Eve Teasing) ସମ୍ମୁଖୀନ ହେବାକୁ ପଡେ। ଏଭଳି ପରିସ୍ଥିତିରେ ଝିଅମାନେ ସାଧାରଣତଃ ଅସହଜ ଓ ଭୟଭୀତ ହୋଇଯାଆନ୍ତି। ସେମାନେ ଏହି କଥାକୁ କାହା ଆଗରେ କୁହନ୍ତି ନାହିଁ। ଯାହା ଆଗକୁ ଚାଲି ବଡ଼ ସମସ୍ୟାର ରୂପ ନିଏ। ଏମିତିରେ ଇଭ୍ ଟିଜିଂର (Eve Teasing) ମୁକାବିଲା କେମିତି କରିବେ ସେ ବାବଦରେ ସତର୍କ ସଚେତନ କରାଇବା କାମ ହେଉଛି ମା’ଙ୍କର। ମା’ ଭାବେ ନିଜ ଝିଅକୁ ଆପଣ ବିଶ୍ୱାସକୁ ନିଅନ୍ତୁ ଓ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଭରନ୍ତୁ।

ସଚେତନ କରନ୍ତୁ
ସାଧାରଣତଃ ଭାରତୀୟ ସମାଜରେ ଅଭିଭାବକ ଝିଅମାନଙ୍କୁ ନେଇ ଅଧିକ ପ୍ରୋଟେକ୍ଟିଭ୍ ହୋଇଥାନ୍ତି। ସେମାନେ ଝିଅମାନଙ୍କୁ ସ୍ୱାଧିନତା ଦିଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ଝିଅମାନଙ୍କ ଭିତରେ ଆତ୍ମବିଶ୍ୱାସ କମିଯାଏ। ତେଣୁ ମା’ ଭାବରେ ଆପଣ ନିଜ ଝିଅ ଭିତରେ ଆତ୍ମବିଶ୍ୱାସ ଭରନ୍ତୁ। ତାକୁ ଅଯଥା ବାରଣ କରନ୍ତୁ ନାହିଁ। ସ୍ୱାଧୀନତା ଦିଅନ୍ତୁ କିନ୍ତୁ ସତର୍କତା ଅବଲମ୍ବନ କରିବାକୁ ସଚେତନ ମଧ୍ଯ କରନ୍ତୁ।

ସ୍ୱର ଉତ୍ତୋଳନ କରିବା ସିଖାନ୍ତୁ
ସାଧାରଣତଃ ଝିଅମାନେ ଇଭ୍ ଟିଜିଂକୁ ଚୁପଚାପ ସହିନେବା ଠିକ୍ ଭାବନ୍ତି। କଥା ଅଧିକ ବଢାଇଲେ ବିପଦ ଅଧିକ ବୋଲି ଭୟ କରନ୍ତି। ଏହା ଠିକ୍ ନୁହେଁ। ଥରେ ଚୁପ ରହିବା ଅର୍ଥ ଅସଦାଚରଣକାରୀକୁ ନିରବ ସମର୍ଥନ ଦେବା। ଝିଅକୁ ପ୍ରତିବାଦ କରିବା ଶିଖାନ୍ତୁ। ପ୍ରତିବାଦ ନକଲେ ଅସଦାଚରଣକାରୀ ପୁନର୍ବାର ସମାନ ଘଟଣା ଘଟାଇବାକୁ ସାହାସ କରେ।

ବଡ ହେବାକୁ ଅପେକ୍ଷା କରନ୍ତୁ ନାହିଁ
ପିତାମାତାମାନେ ଏସବୁ ବୁଝାଇବା ପାଇଁ ନିଜ ଝିଅର ବଡ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ନୁହେଁ। ସେମାନଙ୍କୁ ଯୌନ ଶୋଷଣ ବାବଦରେ ବୁଝାନ୍ତୁ। ସେମାନଙ୍କୁ ପିଲାବେଳୁ ବୁଝାନ୍ତୁ ଯେ,କୌଣସି  ଅପରିଚିତ ବ୍ୟକ୍ତି ସେମାନଙ୍କ ସମ୍ମତି ବିନା ସେମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଏଭଳି କଲେ ପିଲା ବେଳୁ ହିଁ ଆପଣଙ୍କ ଝିଅ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ମଧ୍ଯରେ ଫରକ ବୁଝି ପାରିବ।

ପ୍ରତି ମୁହୂର୍ତ୍ତରେ ସମର୍ଥନ କରନ୍ତୁ
ନିଜ ଝିଅ ମନରେ ଏହି ବିଶ୍ୱାସ ସୃଷ୍ଟି କରନ୍ତୁ ଯେ ଆପଣ ତାଙ୍କ ପଛରେ ସର୍ବଦା ଛିଡା ହୋଇଛନ୍ତି। ଝିଅ ସହିତ ନିରନ୍ତର କଥାବାର୍ତ୍ତା ଜାରି ରଖନ୍ତୁ ଏବଂ ଦିନସାରା ସେମାନଙ୍କ ଭଲମନ୍ଦ ବିଷୟରେ ପଚାରନ୍ତୁ। ଯଦି ଝିଅ ହତାଶ ଅନୁଭବ କରନ୍ତି, ତେବେ କ’ଣ ଘଟିଛି ପଚାରନ୍ତୁ। ଯଦି ଆପଣ ଅନୁଭବ କରୁଛନ୍ତି ଯେ ମାମଲା ଗମ୍ଭୀର ତେବେ, ତୁରନ୍ତ ପଦକ୍ଷେପ ନିଅନ୍ତୁ। କୌଣସି ଘଟଣାକୁ ଛୋଟ ଘଟଣା ବୋଲି ବିଚାର କରି ଏହାକୁ ଅଣଦେଖା କରିବାରେ ଭୁଲ କରନ୍ତୁ ନାହିଁ।

ଝିଅକୁ ଦୋଷ ଦିଅନ୍ତୁ ନାହିଁ
ଅନେକ ଲୋକ ଇଭ୍ ଟିଜିଂ ପାଇଁ ନିଜ ଝିଅମାନଙ୍କୁ ଦାୟୀ କରିବା ଆରମ୍ଭ କରନ୍ତି  । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ,ସେମାନଙ୍କର ପୋଷାକ, ଶରୀର ଭାଷା ଏବଂ ରୂପକୁ ଦାୟୀ କରାଯାଏ । କୌଣସି ପ୍ରକାରର ନିର୍ଯାତନା ପାଇଁ ନିଜ ଝିଅର ବେଶପୋଷାକକୁ ଦାୟୀ କରିବା ଭୁଲ କରନ୍ତୁ ନାହିଁ ।

କୋଡ୍ ଶବ୍ଦ ସ୍ଥିର କରନ୍ତୁ
ଛୋଟ ପିଲାମାନେ କଥାବାର୍ତ୍ତା କରି ସେମାନଙ୍କର ସମସ୍ୟାକୁ ସଠିକ୍ ଭାବରେ ପ୍ରକାଶ କରିପାରିବେ ନାହିଁ । ତେଣୁ, ପିତାମାତାମାନେ ସେମାନଙ୍କ ପାଇଁ ଏକ କୋଡ୍ ଶବ୍ଦ ପ୍ରସ୍ତୁତ କରିବା ଉଚିତ୍ । ଯାହାକୁ ସେମାନେ ଅସୁରକ୍ଷିତ ମନେ କଲେ ବ୍ୟବହାର କରିପାରିବେ ।

Also Read: ଜାଣି ନିଅନ୍ତୁ ପାନମଧୁରୀର ୧୦ ବଡ଼ ଫାଇଦା

Also Read: World Cup 2023:ବିଶ୍ୱ କପ୍ ବେଳେ ଦଳରୁ ବାଦ୍ ପଡ଼ିବେ ଇଣ୍ଡିଆନ୍ ଟିମର ଏହି ଧୁରନ୍ଧର ଖେଳାଳି !

Also Read: Gold Price: ଖସିଲା ରୂପା ବଢିଲା ସୁନା, ଜାଣନ୍ତୁ ଟ୍ବିନ ସିଟିରେ କ'ଣ ରହିଛି ଦର?