UPI Payment: ୟୁପିଆଇ ପେମେଣ୍ଟ ଫେଲ ହୋଇଗଲେ କ'ଣ କରିବେ? ଏପରି ଉପାୟରେ ସମ୍ପୂର୍ଣ୍ଣ ହୋଇପାରିବ କାରବାର
Advertisement
Article Detail0/zeeodisha/odisha1877532

UPI Payment: ୟୁପିଆଇ ପେମେଣ୍ଟ ଫେଲ ହୋଇଗଲେ କ'ଣ କରିବେ? ଏପରି ଉପାୟରେ ସମ୍ପୂର୍ଣ୍ଣ ହୋଇପାରିବ କାରବାର

UPI Payment Failed: ଯଦି ଆପଣଙ୍କର ୟୁପିଆଇ କାରବାର ବିଫଳ ହୋଇଯାଏ କିମ୍ବା ଅଟକିଯାଏ, ତାହେଲେ ଆପଣ କିଛି ସମୟ ପାଇଁ ଚିନ୍ତିତ ହୋଇପଡ଼ିନ୍ତି। ହେଲେ ଯଦି ଆପଣଙ୍କର ୟୁପିଆଇ କାରବାର ବିଫଳ ହୋଇଯାଏ କିମ୍ବା ଅଟକିଯାଏ ତାହେଲେ ଏହାର ସମାଧନ କରିବେ ସେ ସମ୍ପର୍କରେ ଜାଣନ୍ତୁ।

UPI Payment: ୟୁପିଆଇ ପେମେଣ୍ଟ ଫେଲ ହୋଇଗଲେ କ'ଣ କରିବେ? ଏପରି ଉପାୟରେ ସମ୍ପୂର୍ଣ୍ଣ ହୋଇପାରିବ କାରବାର

UPI Transaction Failed: ଆଜିର ଦିନରେ ୟୁପିଆଇ ଆର୍ଥିକ କାରବାରକୁ ସହଜ କରିଦେଇଛି। ଯଦି ଆପଣ କୌଣସି ମଲ ଠାରେ ସପିଂ କରୁଛନ୍ତି କିମ୍ବା ତେଲ ଟାଙ୍କି ଠାରେ ଇନ୍ଧନ ଭରୁଛନ୍ତି, ତାହେଲେ ଆପଣ କିଛି ସେକେଣ୍ଡ ମଧ୍ୟରେ ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ଟଙ୍କା ଦେଇଥାନ୍ତି। ୟୁପିଆଇ ନିର୍ଭରଶୀଳତା ସହିତ ଏବେ କମ୍ ଲୋକ ନିଜ ପାଖରେ ନଗଦ ଟଙ୍କା ରଖୁଛନ୍ତି। ହେଲେ ଯଦି ଆପଣଙ୍କର ୟୁପିଆଇ କାରବାର ବିଫଳ ହୋଇଯାଏ କିମ୍ବା ଅଟକିଯାଏ, ତାହେଲେ ଆପଣ କିଛି ସମୟ ପାଇଁ ଚିନ୍ତିତ ହୋଇଯାନ୍ତି। ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ୟୁପିଆଇ କାରବାର ସମ୍ପୂର୍ଣ୍ଣ ହେବା ପାଇଁ ଅପେକ୍ଷା କରିଥାନ୍ତି। 

ୟୁପିଆଇ କାରବାର ଅଟକି ଯିବା ପଛରେ ରହିଛି ଅନେକ କାରଣ
ଆପଣ ଜାଣିଛନ୍ତି ଯେ ୟୁପିଆଇ କାରବାର ଅଟକି ଯିବାର ଅନେକ କାରଣ ରହିଛି। ଉଦାହରଣ ସ୍ୱରୂପ କାରବାର ପାଇଁ ରିସିଭର ସହ ଜଡ଼ିତ ଭୁଲ ୟୁପିଆଇ ଆଇଡି (UPI ID India) ତଥ୍ୟ ବ୍ୟବହାର କରିବା, ବ୍ୟାଙ୍କ ସର୍ଭର ଡାଉନ୍ (Bank Server Down) ହେବା କିମ୍ବା ଇଣ୍ଟରନେଟ୍ କାମ ନ କରିବା। ଯଦି ଆପଣ କେବେ କାରବାର କରିବା ସମୟରେ ଏପରି ସମସ୍ୟାର ସାମ୍ନା କରୁଥାନ୍ତି, ତାହେଲେ ଆପଣ କ'ଣ କରିବେ କରିବା ଆବଶ୍ୟକ ଯାହା ଦ୍ୱାରା ଆପଣଙ୍କ କାରବାର ସ୍ୱାଭାବିକ ହୋଇପାରିବ।

ୟୁପିଆଇ ଦେୟ ସୀମା ଯାଞ୍ଚ କରନ୍ତୁ 
ଅଧିକାଂଶ ବ୍ୟାଙ୍କ ଏବଂ ପେମେଣ୍ଟ ଗେଟୱେ ୟୁପିଆଇ କାରବାର ପାଇଁ ଗୋଟିଏ ଦିନର ସୀମା ସୀମିତ କରିଛନ୍ତି। ଏହା ବ୍ୟତୀତ NPCI (National Payments Corporation of India) ନିର୍ଦ୍ଦେଶାବଳୀ ଅନୁଯାୟୀ, ଆପଣ ଗୋଟିଏ ୟୁପିଆଇ କାରବାରରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ। ଯଦି ଆପଣ ଏହି ସୀମାକୁ ସମ୍ପୂର୍ଣ୍ଣରୂପେ ବ୍ୟବହାର କରିଛନ୍ତି ଏବଂ ୧୦ ୟୁପିଆଇ କାରବାର କରିଛନ୍ତି, ତାହେଲେ ଆପଣଙ୍କୁ ୨୪ ଘଣ୍ଟା ଅପେକ୍ଷା କରିବାକୁ ହେବ।

ୟୁପିଆଇ ଆଇଡ଼ି ସହ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ କରନ୍ତୁ
ୟୁପିଆଇ କାରବାର ବିଫଳ ହେବା କିମ୍ବା ଅଟକିଯିବାର ସବୁଠାରୁ ସାଧାରଣ କାରଣ ହେଉଛି ବ୍ୟାଙ୍କ ସର୍ଭର ବ୍ୟସ୍ତ ରହିବା। ଏପରି କୌଣସି ଅସୁବିଧାକୁ ଏଡାଇବା ପାଇଁ, ଏହା ଠିକ ହେବ ଯେ ଆପଣ ଆପଣଙ୍କ ବ୍ୟାଙ୍କ ୟୁପିଆଇ ଆଇଡି ସହିତ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ କରନ୍ତୁ। ଯଦି ଆପଣଙ୍କର କୌଣସି ବ୍ୟାଙ୍କର ସର୍ଭର ଡାଉନ୍ ରହିଛି, ତାହେଲେ ଆପଣ ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କାରବାର କରିପାରିବେ।

ରିସିଭର୍ ବିବରଣୀ ଯାଞ୍ଚ କରନ୍ତୁ 
ଟଙ୍କା ସ୍ଥାନାନ୍ତର କରିବା ସମୟରେ, ପ୍ରାପ୍ତକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଇଏଫଏସସି କୋଡ୍ ଯାଞ୍ଚ କରିବା ଆବଶ୍ୟକ। ଟଙ୍କା ସ୍ଥାନାନ୍ତର କରିବା ସମୟରେ ଯଦି ଆପଣ ଭୁଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଇଏଫଏସସି କୋଡ୍ ପ୍ରବେଶ କରିଛନ୍ତି, ତାହେଲେ ଆପଣଙ୍କର କାରବାର ବିଫଳ ହୋଇପାରେ।

ସଠିକ୍ ୟୁପିଆଇ ପିନ୍ ପ୍ରବେଶ କରନ୍ତୁ 
ଆଜିକାଲି ଆପଣଙ୍କୁ ଅନେକ ପାସୱାର୍ଡ ମନେ ରଖିବା ଆବଶ୍ୟକ ପଡୁଛି। ଏପରି ପରିସ୍ଥିତିରେ, ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ଆପଣ ଆପଣଙ୍କର ୟୁପିଆଇ ପିନ୍ ଭୁଲିଯାଇ ପାରନ୍ତି। ପିନ୍ ଭୁଲିଯିବା ହେତୁ, ଆପଣଙ୍କର କାରବାର ଅଟକି ଯାଇପାରେ କିମ୍ବା ବିଫଳ ହୋଇପାରେ। ଏପରି ପରିସ୍ଥିତିରେ ଆପଣ UPI App ପରିଦର୍ଶନ କରି Forget UPI PIN ବିକଳ୍ପ ପାଖକୁ ଯାଇ ଆପଣଙ୍କର UPI PIN Reset କରିପାରିବେ। ଯଦି ଆପଣ ପ୍ରାୟତ ଆପଣ ଆପଣଙ୍କର ୟୁପିଆଇ ପିନ୍ ଭୁଲିଯାନ୍ତି, ତାହେଲେ ଏହାକୁ ଏକ ସୁରକ୍ଷିତ ସ୍ଥାନରେ ଲେଖିରଖନ୍ତୁ।

ଇଣ୍ଟରନେଟ୍ ସଂଯୋଗ ଯାଞ୍ଚ କରନ୍ତୁ 
ୟୁପିଆଇ ଦେୟ ଅଟକି ଯିବା କିମ୍ବା ବିଫଳ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଇଣ୍ଟରନେଟ୍ ସଂଯୋଗ। ଇଣ୍ଟରେନେଟ ସଙ୍କେତ ଯାଞ୍ଚ କରିବା ପାଇଁ ଆପଣ ଆପଣଙ୍କ ଆଖ ପାଖ ଯାଞ୍ଚ କରନ୍ତୁ। ଯଦି ସମ୍ଭବ ଆପଣ ସେହି ବ୍ୟକ୍ତିଙ୍କୁ ଟଙ୍କା ପଠାଉଛନ୍ତି ଯିଏ ଆପଣଙ୍କ ପାଖରେ ଅଛନ୍ତି,m ତାହେଲେ ଆପଣ ତାଙ୍କୁ ତାଙ୍କ ମୋବାଇଲ ହଟସ୍ପଟ୍ ଟର୍ନ୍ ଅନ୍ (Mobile Hotspot Turn on) କରିବାକୁ କହିପାରିବେ। ଇଣ୍ଟରନେଟ୍ ସଂଯୋଗ ପୁନସ୍ଥାପନ କରିବାକୁ ଆପଣ ଆପଣଙ୍କ ମୋବାଇଲ ରି-ସାର୍ଟ (Mible Restart) କରିପାରିବ। 

ୟୁପିଆଇ ଲାଇଟ ମାଧ୍ୟମରେ କରିପାରିବେ କାରବାର
ବ୍ୟାଙ୍କ ସର୍ଭର ସ୍ଲୋ ହେବ କିମ୍ବା ନେଟୱାର୍କ ସମସ୍ୟା କାରଣରୁ ୟୁପିଆଇ କାରବାର ବାଧାପ୍ରାପ୍ତ ହୋଇଥାଏ। ଏଭଳି ପରିସ୍ଥିତିରେ ଆପଣ NPCI ଦ୍ୱାରା ପ୍ରଦାନ କରାଯାଇଥିବା ୟୁପିଆଇ ଲାଇଟ୍ (UPI Lite NPCI) ମଧ୍ୟ ବ୍ୟବହାର କରିପାରିବେ। ଆପଣ ୟୁପିଆଇ ଲାଇଟ୍ ମାଧ୍ୟମରେ ତୁରନ୍ତ ଟଙ୍କା କାରବାର କରିପାରିବେ। ଏହା ସହିତ ଆପଣ ସର୍ବାଧିକ ୫୦୦ ଟଙ୍କା ପଠାଇ ପାରିବେ।