ମ୍ୟାଚ୍ ରାତିରେ କ’ଣ ପାଇଁ ଭାରତୀୟ କ୍ରିକେଟ୍ ଖେଳାଳୀଙ୍କୁ ପନିର ଖାଇବାକୁ ଦିଆଯାଏ ?
Advertisement

ମ୍ୟାଚ୍ ରାତିରେ କ’ଣ ପାଇଁ ଭାରତୀୟ କ୍ରିକେଟ୍ ଖେଳାଳୀଙ୍କୁ ପନିର ଖାଇବାକୁ ଦିଆଯାଏ ?

କ୍ରିକେଟ୍ ଭାରତରେ ନିଜ ଭିତରେ ଗୋଟିଏ ଧର୍ମ । ଧର୍ମ,ରାଜନୀତି ଓ ଭାଷାକୁ ନେଇ ଅଲଗା ଭାରତୀୟ କ୍ରିକେଟ୍ କଥା ଉଠିଲେ ଏକାଠି ହୋଇଯାନ୍ତି । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ଯନ୍ତ ଭାରତକୁ ଗୋଟିଏ ଡୋରିରେ କିଛି ସମୟ ପାଇଁ ହେଉ କାହିଁକିନା କ୍ରିକେଟ୍ ମ୍ୟାଚ୍ ଏକାଠି ବାନ୍ଧି ରଖିଥାଏ । କ୍ରିକେଟ୍ ଓ କ୍ରିକେଟିୟରଙ୍କୁ ନେଇ ଭାରତୀୟଙ୍କ ମଧ୍ଯରେ ଅଲଗା ଉତ୍ସାହ ଦେଖିବାକ

SOCIAL MEDIA

କ୍ରିକେଟ୍ ଭାରତରେ ନିଜ ଭିତରେ ଗୋଟିଏ ଧର୍ମ । ଧର୍ମ,ରାଜନୀତି ଓ ଭାଷାକୁ ନେଇ ଅଲଗା ଭାରତୀୟ କ୍ରିକେଟ୍ କଥା ଉଠିଲେ ଏକାଠି ହୋଇଯାନ୍ତି । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ଯନ୍ତ ଭାରତକୁ ଗୋଟିଏ ଡୋରିରେ କିଛି ସମୟ ପାଇଁ ହେଉ କାହିଁକିନା କ୍ରିକେଟ୍ ମ୍ୟାଚ୍ ଏକାଠି ବାନ୍ଧି ରଖିଥାଏ । କ୍ରିକେଟ୍ ଓ କ୍ରିକେଟିୟରଙ୍କୁ ନେଇ ଭାରତୀୟଙ୍କ ମଧ୍ଯରେ ଅଲଗା ଉତ୍ସାହ ଦେଖିବାକୁ ମିଳେ । ସେମାନେ ଭାରତୀୟଙ୍କ ପାଇଁ ଆଇକନ୍ । ଏମିତିରେ ସେମାନଙ୍କ ଖାଇବା ପିଇବାକୁ ନେଇ ମଧ୍ଯ ଆଲୋଚନା ହୁଏ । ଶାରିରିକ ଫିଟନେସକୁ ସବୁଖେଳ ଭଳି କ୍ରିକେଟରେ ମଧ୍ଯ ଗୁରୁତ୍ୱ ଦିଆଯାଏ । ତେବେ ଭାରତୀୟ କ୍ରିକେଟ୍ ଖେଳାଳୀ ପଡିଆକୁ ଓହ୍ଲାଇବା ପୂର୍ବରୁ କ’ଣ ଖାଇଥାନ୍ତି ? ଆସନ୍ତୁ ଆଜି ଜାଣିବା..

ମ୍ୟାଚ୍ ପୂର୍ବରୁ କ୍ରିକେଟରମାନେ କ’ଣ ଖାଇଥା’ନ୍ତି ଖେଳାଳୀ?

କ୍ରିକେଟରମାନଙ୍କୁ ସକ୍ରିୟ ରଖିବା ପାଇଁ ସବୁଜ ପନିପରିବା ଏବଂ ଫଳ ଦିଆଯାଏ । ମ୍ୟାଚ୍ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଅତ୍ୟଧିକ କାର୍ବୋହାଇଡ୍ରେଟ୍ ଖାଇବାରୁ ଦୁରେଇ ରଖାଯାଇଥାଏ । କୋଲା ଏବଂ ଏନର୍ଜି ଡ୍ରିଙ୍କ୍ ଫଳ ଏବଂ ଫଳ ରସ ଦିଆଯାଏ । ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଭାରତୀୟ କ୍ରିକେଟରମାନଙ୍କୁ ପ୍ରୋଟିନ୍ ସହିତ ଏକ ଉଚ୍ଚ କାର୍ବୋହାଇଡ୍ରେଟ୍ ଭୋଜନ ଦିଆଯାଏ ।ଏଥିପାଇଁ ସେମାନଙ୍କୁ ଭରପୂର ପନିପରିବା ଅମଲେଟ୍ ଖାଇବାକୁ ଦିଆଯାଏ । ଟସ୍ ପରେ ହିଁ ଜଣା ପଡ଼ିଥାଏ ଯେ, ଟିମ୍ ବ୍ୟାଟିଂ କରିବ କି ଫିଲ୍ଡିଂ,ତେଣୁ ମ୍ୟାଚ୍ ଆରମ୍ଭ ହେବାର ୨ରୁ ୪ ଘଣ୍ଟା ପୂର୍ବରୁ ସହଜରେ ହଜମ ହୋଇପାରୁଥିବା ସନ୍ତୁଳିତ ଖାଦ୍ୟ ଦିଆଯାଏ ।

ମ୍ୟାଚ୍ ପୂର୍ବରୁ ଜଳଖିଆରେ କ’ଣ ଖାଆନ୍ତି ?

ଜଳଖିଆରେ ଖେଳାଳୀଙ୍କୁ ପନିପରିବାରେ ଭର୍ତି ହୋଇଥିବା ସାଣ୍ଡୱିଚ୍, ଗୋଟିଏ ଫଳ, ଚିକେନ୍ କିମ୍ବା ମାଛ ଏବଂ ପନିପରିବା ସହିତ ମିଠା ଆଳୁ, ଆମଲେଟ୍, ପନିପରିବା ସହିତ ଟୋଷ୍ଟର ଖଣ୍ଡ କିମ୍ବା କମ୍ ଚର୍ବିଯୁକ୍ତ କ୍ଷୀର ଏବଂ ଏକ ଫଳ ସହିତ ଏକ ପାତ୍ର ଦାଲିଆ କିମ୍ବା ଓଟମିଲ୍ ଦିଆଯାଏ । ପଡ଼ିଆରେ ସୁସ୍ତିକୁ ରୋକିବା ପାଇଁ ଅଧିକ ଚର୍ବି ଏବଂ ତୈଳଯୁକ୍ତ ଖାଦ୍ୟ ପଦାର୍ଥ ଦିଆଯାଏ ନାହିଁ । ମ୍ୟାଚ୍ ଦିନରେ ଜଳଖିଆ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେତେ ତରବର ଥିଲେ ମଧ୍ଯ ଜଣେ କ୍ରିକେଟର  କେବେବି ଜଳଖିଆ ଛାଡନ୍ତି ନାହିଁ । ଏଥି ସହିତ, ମ୍ୟାଚ୍ ସମୟରେ, ଖେଳାଳୀମାନେ ହାଇଡ୍ରେଟେଡ୍ ରହିବାକୁ ତରଳ ପାନୀୟ ଗ୍ରହଣ କରନ୍ତି । ସେହି ସମୟରେ, ଶକ୍ତି ବଜାୟ ରଖିବା ପାଇଁ ସ୍ନାକ୍ସ ବାର୍ ଖାଇଥାନ୍ତି ।

ମ୍ୟାଚ୍ କାଳରେ କ’ଣ ଖାଇଥାନ୍ତି ଖେଳାଳୀ ?

ଖେଳ ଚାଲିଥିବା ସମୟରେ ହାଇଡ୍ରେଟେଡ୍ ଏବଂ ଶକ୍ତିଶାଳୀ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ରକ୍ତ ଗ୍ଲୁକୋଜର ସ୍ତର ବଜାୟ ରଖିବା ପାଇଁ କ୍ରିକେଟରମାନଙ୍କୁ କାର୍ବୋହାଇଡ୍ରେଟ୍ ସ୍ନାକ୍ସ ଏବଂ ପାନୀୟ ଦିଆଯାଏ । ପୁରା ଭୋଜନରେ ପାନୀୟ, ମିଠା, ଫଳ ଏବଂ ଅଳ୍ପ ପରିମାଣର ପ୍ରୋଟିନ୍ ଯୋଗାଣ ଆବଶ୍ୟକ ହୋଇଥାଏ ।  ଖେଳାଳିମାନଙ୍କୁ ଶକ୍ତି ଯୋଗାଇବା ପାଇଁ ଏହି ସ୍ନାକ୍ସରେ ଅଳ୍ପ ପରିମାଣର ଚର୍ବି ମଧ୍ୟ ଅନ୍ତର୍ଭୁକ୍ତ କରାଯାଏ । ଖେଳାଳୀମାନଙ୍କ ପାଇଁ ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବିଶେଷତ ଗରମ କିମ୍ବା ପବନ ବେଗ ଅଧିକ ଥିବା ପରିସ୍ଥିତିରେ ମ୍ୟାଚ୍ ଖେଳିବାବେଳେ ଶରୀରରେ ଜଳ ସ୍ତର ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,ତେଣୁ ମ୍ୟାଚ୍ ସମୟରେ ପ୍ରତି ଘଣ୍ଟାରେ କ୍ରିକେଟ୍ ଖେଳାଳୀଙ୍କୁ ପାନୀୟ ବ୍ରେକ୍ ଦିଆଯାଏ  ।ଖେଳାଳିମାନଙ୍କୁ ପ୍ରତି ଘଣ୍ଟାରେ 250 ରୁ 500 ମିଲି ତରଳ ପଦାର୍ଥ ପିଇବା ପାଇଁ ଦିଆଯାଏ ।

କ’ଣ ପାଇଁ ପନୀର ଖାଇଥାନ୍ତି କ୍ରିକେଟର ?

ମ୍ୟାଚ୍ ପୂର୍ବ ଦିନ ରାତିରେ କ୍ରିକେଟିୟରଙ୍କୁ ଖାଦ୍ୟରେ ପନିର ଦିଆଯାଇଥାଏ । ଏହାର କାରଣ ହେଉଛି ଯେ, ପନୀର ପ୍ରୋଟିନ୍, ଚର୍ବି, କ୍ୟାଲସିୟମ୍, ପ୍ରୋଟିନ୍, ଫସଫରସ୍, ଫୋଲେଟ୍ ଏବଂ ଅନେକ ପୋଷକ ତତ୍ତ୍ୱରେ ଭରପୂର ଅଟେ । ଏହା ବ୍ୟତୀତ ଏହା ରକ୍ତ ସର୍କରା ନିୟନ୍ତ୍ରଣ କରିବାରେ ଏବଂ ମାନସିକ ଚାପରୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରିଥାଏ । କଞ୍ଚା ପନିରରେ ପୋଟାସିୟମ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଜିଙ୍କ ଥାଏ । ଯାହା କ୍ରିକେଟରମାନଙ୍କୁ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ରଖିଥାଏ । ଦିନିକିଆ  ମ୍ୟାଚ୍ ସମୟରେ ଉଚ୍ଚ ଚାପ ଯୋଗୁଁ ଅନେକ ଖେଳାଳି ଚାପଗ୍ରସ୍ତ ହୁଅନ୍ତି ।ଏହାକୁ ଏଡାଇବା ପାଇଁ ସେମାନଙ୍କୁ କଞ୍ଚା ପନିର ଦିଆଯାଏ ।ଏହା ବ୍ୟତୀତ କଞ୍ଚା ପନିର ହାଡକୁ ମଜବୁତ କରିଥାଏ । ଏଥି ସହିତ, ପନିର ହଜମ କରିବାକୁ ସମୟ ନେଇଥାଏ ଏବଂ ଧୀରେ ଧୀରେ କ୍ରିକେଟରମାନଙ୍କୁ ନିରନ୍ତର ଶକ୍ତି ଦେଇଥାଏ । ସେଥିପାଇଁ ମ୍ୟାଚ୍ ରାତିରେ ରାତ୍ରୀ ଭୋଜନରେ କ୍ରିକେଟରମାନଙ୍କୁ ନିଶ୍ଚିତ ଭାବରେ ପନିର ଦିଆଯାଏ ।