How to Avoid Loan Fraud: ଲୋନ୍ ପାଇଁ କଲ୍,ମେସେଜ୍ ଆସୁଥିଲେ ରୁହନ୍ତୁ ସାବଧାନ,ନହେଲେ ହେବେ ସାଇବର ଫ୍ରଡର ଶିକାର
Advertisement

How to Avoid Loan Fraud: ଲୋନ୍ ପାଇଁ କଲ୍,ମେସେଜ୍ ଆସୁଥିଲେ ରୁହନ୍ତୁ ସାବଧାନ,ନହେଲେ ହେବେ ସାଇବର ଫ୍ରଡର ଶିକାର

ଅନେକ ସମୟରେ  ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପୁଜେ ଯେଉଁଥିପାଇଁ ଆମକୁ ବ୍ୟାଙ୍କରୁ ଲୋନ ନେବାକୁ ପଡିଥାଏ ।  ଏଥିପାଇଁ ଅନେକ ଡକ୍ୟୁମେଣ୍ଟ୍ ଆବଶ୍ୟକ ହୁଏ ଏବଂ ତା’ପରେ ବ୍ୟାଙ୍କ  CIBIL ସ୍କୋର ଏବଂ ଯୋଗ୍ୟତା ଯାଞ୍ଚ କରି ଲୋନ୍ ଦେଇଥାଏ । ସାଧରଣତଃ ଆମେ ଘର ନିର୍ମାଣ, ବିବାହ, ଉଚ୍ଚଶିକ୍ଷା, ବ୍ୟକ୍ତିଗତ ଉଦ୍ଦେଶ୍

SOCIAL MEDIA

How to Avoid Loan Fraud:

ଅନେକ ସମୟରେ  ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପୁଜେ ଯେଉଁଥିପାଇଁ ଆମକୁ ବ୍ୟାଙ୍କରୁ ଲୋନ ନେବାକୁ ପଡିଥାଏ ।  ଏଥିପାଇଁ ଅନେକ ଡକ୍ୟୁମେଣ୍ଟ୍ ଆବଶ୍ୟକ ହୁଏ ଏବଂ ତା’ପରେ ବ୍ୟାଙ୍କ  CIBIL ସ୍କୋର ଏବଂ ଯୋଗ୍ୟତା ଯାଞ୍ଚ କରି ଲୋନ୍ ଦେଇଥାଏ । ସାଧରଣତଃ ଆମେ ଘର ନିର୍ମାଣ, ବିବାହ, ଉଚ୍ଚଶିକ୍ଷା, ବ୍ୟକ୍ତିଗତ ଉଦ୍ଦେଶ୍ୟ ଇତ୍ୟାଦି ପାଇଁ ଲୋନ୍ ନେଇଥାଉ ।  କିନ୍ତୁ ଅନେକ ସମୟରେ ଅସମ୍ପୂର୍ଣ୍ଣ ଦସ୍ତାବିଜ୍, କମ୍ CIBIL ସ୍କୋର କିମ୍ବା ଅନ୍ୟାନ୍ୟ କାରଣରୁ  ବ୍ୟାଙ୍କ ଲୋନ୍ ଦେବାକୁ ମନା କରିଦଏ ।  ଏପରି ପରିସ୍ଥିତିରେ, ଯେଉଁ ବ୍ୟକ୍ତିଙ୍କ ପାଇଁ ଲୋନ୍ ଅଧିକ ଆବଶ୍ୟକ ହୋଇଥାଏ, ସେ ଲୋନ୍  ନେବା ପାଇଁ ଅନ୍ୟ ଉପାୟ ଖୋଜନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କୁ କିଛି ଜିନିଷ ଧ୍ୟାନରେ ରଖିବାକୁ ପଡିବ ।  ନଚେତ୍ ଆପଣ ମଧ୍ୟ ଠକାମୀର ଶିକାର ହୋଇପାରନ୍ତି । କାରଣ ବେଳେବେଳେ ଆପଣ ଲୋନ୍  ନାମରେ ସାଇବର ଠକଙ୍କଠାରୁ କଲ୍ କିମ୍ବା ବାର୍ତ୍ତା ପାଇପାରନ୍ତି, ଯାହା ଆପଣଙ୍କର କଷ୍ଟ ଉପାର୍ଜିତ ଟଙ୍କା ଛଡ଼ାଇ ନେଇଥାଏ । ତେବେ ଏଭଳି ପରିସ୍ଥିତିରେ କ’ଣ କରିବେ ଓ କେମିତି ସାଇବର ଠକଙ୍କଠାରୁ ଦୂରେଇ ରହିବେ ଆସନ୍ତୁ ଜାଣିବା…

ପ୍ରଥମ ଉପାୟ

ଆପଣ ଜାଣିବା ଉଚିତ ଯେ ଠକମାନେ ସେହି ଲୋକଙ୍କୁ ଟାର୍ଗେଟ କରନ୍ତି ଯାହାଙ୍କ ଲୋନ୍ ଆବେଦନ ବ୍ୟାଙ୍କରୁ ପ୍ରତ୍ୟାଖ୍ୟାନ ହୁଏ । ସାଇବର ହ୍ୟାକିଂ ମାଧ୍ୟମରେ, ଠକମାନେ ପ୍ରଥମେ ଆପଣଙ୍କର ମୋବାଇଲ୍ ନମ୍ବର ବାହାର କରନ୍ତି ଏବଂ ତାପରେ ଆପଣଙ୍କୁ ସେମାନଙ୍କ କଥାରେ ପ୍ରଲୋଭିତ କରି ପ୍ରତାରିତ କରନ୍ତି । ତେଣୁ ଏପରି କୌଣସି କଲ, ଇମେଲ କିମ୍ବା ବାର୍ତ୍ତା ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ଦ୍ୱିତୀୟ ଉପାୟ

ଯଦି ଆପଣଙ୍କ ଲୋନ୍ ଦରଖାସ୍ତ ବ୍ୟାଙ୍କ ଦ୍ୱାରା ଖାରଜ ହେବା ପରେ ଆପଣ ଲୋନ୍  ପାଇଁ କଲ୍ ପାଉଛନ୍ତି ଏବଂ ଯଦି କଲ କରୁଥିବା ବ୍ୟକ୍ତି ଆପଣଙ୍କ  ଡକ୍ୟୁମେଣ୍ଟ ପୁରା ନଥିଲେ ମଧ୍ୟ ଓ କମ୍ CIBIL ସ୍କୋର ଥିବା ସତ୍ୱେ ଯଦି ଆପଣଙ୍କୁ ଲୋନ୍ କରାଇ ଦେବେ ବୋଲି କହୁଛନ୍ତି ତେବେ ତାଙ୍କୁ ବିଶ୍ୱାସ କରନ୍ତୁ ନାହିଁ । କାରଣ ସେମିତି ହୁଏ ନାହିଁ । ଏହା କେବଳ ଆପଙ୍କୁ ଠକିବା ପାଇଁ ଏକ ଜାଲ ।

ତୃତୀୟ ଉପାୟ

ଯେତେବେଳେ ଆପଣ ଠକମାନଙ୍କ କଥାରେ ଫସିଯିବେ, ସେତେବେଲେ ସେମାନେ ଆପଣଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାକୁ  ପ୍ରିନ୍ସିପାଲ୍ ସାନ୍ସନ୍ ଲେଟର୍ ଅର୍ଥାତ୍ ଯୋଗ୍ୟତା ପତ୍ର ଦିଅନ୍ତି, ଯାହା ପ୍ରକୃତରେ ନକଲି ହୋଇଥାଏ । କିନ୍ତୁ ଅଧିକାଂଶ ଲୋକ ଏହାକୁ ବିଶ୍ୱାସ କରନ୍ତି । କିନ୍ତୁ ଏହି ଭୁଲ କେବେବି  କରନ୍ତୁ ନାହିଁ ।

ଚତୁର୍ଥ ଉପାୟ

ସାଇବର ଠକ ଅନ୍ତିମ ପର୍ଯ୍ୟାୟରେ ତା’ର ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥାଏ । ଆପଣଙ୍କ ବିଶ୍ୱାସ ଜିତିବା ପରେ ସେ ଆପଣଙ୍କୁ ବ୍ଲାଙ୍କ୍ ଚେକ୍ ମାଗିଥାଏ । ଆପଣଙ୍କ ଦସ୍ତଖତ ଥିବା ବ୍ଲାଙ୍କ ଚେକ୍ ପାଇବା ପରେ ସେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନିଏ ।ଏହା ସହିତ ସେମାନେ ଅନେକ ସମୟରେ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ମାଗିନିଅନ୍ତି । ଯାହାକୁ ବ୍ୟବହାର କରି ସେମାନେ ଆପଣଙ୍କ ଟଙ୍କା ଲୁଟ କରନ୍ତି । ତେଣୁ କେବେ ମଧ୍ଯ କାହା ସହିତ ଏପରିକି ବ୍ୟାଙ୍କ ଅଧିକାରୀଙ୍କ ସହିତ ନିଜ ବ୍ୟାଙ୍କ ଡିଟେଲ ଯେମିତି ସିଭିଭି ନମ୍ବର,କାର୍ଡ୍ ଏକ୍ସପାଏରୀ ଡେଟ୍ ଆଦିକୁ ସେୟାର କରନ୍ତୁ ନାହିଁ ।