8 former indian naval officer's sentenced to death in Qatar: କତାରରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟଙ୍କୁ ବଞ୍ଚାଇବା ପାଇଁ କେଉଁ ରାସ୍ତା ରହିଛି ?
Advertisement
Article Detail0/zeeodisha/odisha1933252

8 former indian naval officer's sentenced to death in Qatar: କତାରରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟଙ୍କୁ ବଞ୍ଚାଇବା ପାଇଁ କେଉଁ ରାସ୍ତା ରହିଛି ?

  କତାରରେ ଭାରତର ଆଠ ଜଣ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଆଠ ଜଣ ପୂର୍ବତନ ଭାରତୀୟ ନୌସୈନିକ ଏକ ବର୍ଷରୁ ଅଧିକ ସମୟ ଧରି କତାରରେ ବନ୍ଦୀ ଅଛନ୍ତି । ଏହି ସୈନିକଙ୍କ ବିରୋଧରେ ମାମଲା କ’ଣ ତାହା ସ୍ପଷ୍ଟ ହୋନାହିଁ । କାରଣ ମାମଲା ଏକ ଗୁପ୍ତ ଅଦାଲତରେ ବିଚାରାଧିନ ଥିଲା ।&nbs

SOCIAL MEDIA

8 former indian naval officer's sentenced to death in Qatar: 

କତାରରେ ଭାରତର ଆଠ ଜଣ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଆଠ ଜଣ ପୂର୍ବତନ ଭାରତୀୟ ନୌସୈନିକ ଏକ ବର୍ଷରୁ ଅଧିକ ସମୟ ଧରି କତାରରେ ବନ୍ଦୀ ଅଛନ୍ତି । ଏହି ସୈନିକଙ୍କ ବିରୋଧରେ ମାମଲା କ’ଣ ତାହା ସ୍ପଷ୍ଟ ହୋନାହିଁ । କାରଣ ମାମଲା ଏକ ଗୁପ୍ତ ଅଦାଲତରେ ବିଚାରାଧିନ ଥିଲା ।  କୁହାଯାଉଛି ଯେ, ଏହି ପୂର୍ବତନ ଭାରତୀୟ ନୌସୈନିକଙ୍କ ବିରୋଧରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି । ଗତ ଅଗଷ୍ଟ ୨୦୨୨ ରେ ଗୁପ୍ତଚର ମାମଲାରେ ସେମାନେ  ଗିରଫ ହୋଇଥିଲେ। ତେବେ କତାର କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସାର୍ବଜନୀନ କରିନାହାଁନ୍ତି।

୨୬ ଅକ୍ଟୋବର ଦିନ ଏହି ସୈନିକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ଖବର ଆସିବା ପରେ ଭାରତରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭାରତ ସରକାର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆମେ ସବୁ ପ୍ରକାରର ଆଇନଗତ ପଦକ୍ଷେପ ନେବୁ । ଜଣେ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ଅପିଲ କରାଯିବ। ଏହି ଶୁଣାଣି ସମୟରେ ସମସ୍ତ ଦୋଷୀ ଭାରତୀୟ ନାଗରିକଙ୍କ ସମର୍ଥନରେ ପ୍ରମାଣ ଉପସ୍ଥାପନ କରାଯିବ। ଆଶା କରୁଛି ମୃତ୍ୟୁଦଣ୍ଡ ହ୍ରାସ ପାଇବ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଆଠ ଜଣ ଭାରତୀୟ ନାଗରିକଙ୍କୁ ଏକକାଳୀନ ମୃତ୍ୟୁଦଣ୍ଡ ଦେଇ ଆଶ୍ଚର୍ଯ୍ୟ ହୋଇଛି। ତେଣୁ ଭାରତ ସରକାର ଏହି ପୂର୍ବତନ ନୌସୈନିକଙ୍କୁ ରିଲିଫ ଯୋଗାଇବା ପାଇଁ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଛନ୍ତି। ଆସନ୍ତୁ ଜାଣିବା କେଉଁ ସରକାର କେଉଁ ଆଇନଗୁଡିକ ସାହାଯ୍ୟ ନେଇ ସେମାନଙ୍କ ଜୀବନ ବଂଚାଇ ପାରିବେ ।

ଇଟାଲୀ ମେରାଇନ୍ କେସ୍ ବନାମ କତାର ମାମଲା

ସେତେବେଳେ, ସାମୁଦ୍ରିକ ଜୋନ୍ ଅଧିନିୟମ ୧୯୭୬, ଭାରତୀୟ ଦଣ୍ଡ ସଂହିତା ଏବଂ UNCLOS 1982 ଅନୁଯାୟୀ ଆଇନଗତ ଯୁଦ୍ଧ ହୋଇଥିଲା। ଭାରତ ସରକାର କତାର ମାମଲାରେ UNCLOS 1982 ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ନିୟମର ସାହାଯ୍ୟ  ନେଇପାରନ୍ତି । ମିଳିତ ଜାତିସଂଘର ସାମୁଦ୍ରିକ ସନ୍ଧି ଆଇନ (UNCLOS) ହେଉଛି ୧୯୮୨ ରେ ପ୍ରତିଷ୍ଠିତ ଏକ ଆନ୍ତର୍ଜାତୀୟ ଚୁକ୍ତି । ଏହି ଚୁକ୍ତି ସମଗ୍ର ବିଶ୍ୱରେ ସମୁଦ୍ର ଏବଂ ମହାସାଗରର ବ୍ୟବହାର ପାଇଁ ଏକ ନିୟାମକ ଢାଞ୍ଚା ପ୍ରଦାନ କରେ । ଏହି ଚୁକ୍ତିରେ ଦେଶର ସାର୍ବଭୌମତ୍ୱ , ସାମୁଦ୍ରିକ କ୍ଷେତ୍ର ନିର୍ଣ୍ଣୟ ଏବଂ ଦେଶର ଅଧିକାର ଏବଂ ନୌସେନାର ଅଧିକାର କୁ ନେଇ ବ୍ୟବସ୍ଥା ରହିଛି। ଯଦି ଏହି ଚୁକ୍ତିନାମାର ଭାଗ ୧୫ ଅନୁଯାୟୀ ଭାରତ ଯୁକ୍ତି କରେ, ତେବେ ଏହି ମାମଲା ବିଚାର ପାଇଁ  ଜର୍ମାନୀର ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲକୁ ଯିବ। ନିଜ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ଏକ ବିକଳ୍ପ ଅଛି |

 

ଇଟାଲୀ ନୌସୈନିକ ମାମଲା କ’ଣ ଥିଲା ?

୨୦୧୨ରେ କେରଳ ଉପକୂଳରେ ଦୁଇଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଇଟାଲୀୟ ନୌସୈନିକ ହତ୍ୟା କରିଥିଲେ । ଏହି ମାମଲାକୁ ଏନିରିକା ଲେକ୍ସି ନାମ ଦିଆଯାଇଥିଲା ।  UNCLOS ୧୯୮୨ ଅଧୀନରେ ଇଟାଲ ଓ ଭାରତ ମଧ୍ଯରେ ଆପୋଷ ଆଲୋଚନା ଦ୍ୱାରା ମାମଲାର ସମଧାନା ପାଇଁ ପ୍ରଥମେ ଉଦ୍ୟମ ହୋଇଥିଲା । କିନ୍ତୁ ମାମଲାର ସମାଧାନ ନହୋପାରିବାରୁ ଇଟାଲି ଏହାକୁ ସାମୁଦ୍ରିକ ଆଇନର ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲକୁ ନେଇଥିଲା । ଟ୍ରିବ୍ୟୁନାଲ ଇଟାଲି ନୌସୈନିକଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରିବାକୁ ଆଦେଶ ଦେଇଥିଲା ।  ଏହା ପରେ, ଯେତେବେଳେ ଏହି ମାମଲା ସ୍ଥାୟୀ କୋର୍ଟ ଅଫ୍ ଆର୍ବିଟ୍ରେସନ୍ କୁ ଗଲା, ସେତେବେଳେ ଏହା ସ୍ଥିର ହେଲା ଯେ ଇଟାଲୀର ଦୁଇ ନୌସୈନିକ  ଏକ ଦେଶ ତରଫରୁ କାର୍ଯ୍ୟ କରୁଥିବାରୁ ଭାରତରେ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଚାଲି ପାରିବ ନାହିଁ । ଏହାପରେ ଦୁଇ ନୌସୈନିକଙ୍କ ସେମାନଙ୍କ ଦେଶକୁ ଫେରସ୍ତ କରାଯାଇଥିଲା । ଭାରତ ବର୍ତ୍ତମାନ ସମାନ ପଦକ୍ଷେପ ନେଇପାରେ । ।

ଭାରତ-କତାର ଚୁକ୍ତି

ଭାରତ ଓ କତାର କିଛି ଦିନ ତଳେ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ସେମାନଙ୍କ ଦେଶରେ ଜେଲଦଣ୍ଡ ଭୋଗୁଥିବା କଏଦୀ ଅପର ଦେଶକୁ ପ୍ରତ୍ୟାପ୍ରିତ କରିବେ । କଏଦୀ ସଜା ନିଜ ଦେଶର ଜେଲରେ ଭୋଗ କରିବେ । ସରଳ ଭାଷାରେ କହିଲେ ଯଦି ଜଣେ କତାରୀ ନାଗରିକ କୌଣସି କାରଣରୁ ଭାରତରେ ଜେଲ ଦଣ୍ଡ ପାଆନ୍ତି ତେବେ ତାଙ୍କୁ ଭାରତ କତାରକୁ ପ୍ରତ୍ୟାର୍ପଣ କରିବ । ଉକ୍ତ କଏଦୀ ତାଙ୍କ ନିଜ ଦେଶରେ ବାକି ସଜା ପୁରା କରିବେ । ସେହିଭଳି ଭାରତୀୟଙ୍କ କ୍ଷେତ୍ରରେ କତାର ମଧ୍ଯ କରିବ । ତେବେ ସେହି ଚୁକ୍ତି ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ । ଏବେ ଚୁକ୍ତିକୁ ତୁରନ୍ତ ଲାଗୁ କରିବାକୁ ଦାବି ହେଉଛି ।

ଭାରତୀୟଙ୍କ ବିରୋଧରେ କାତାରରେ କ’ଣ ଅଭିଯୋଗ ରହିଛି ?

କତାରରେ ଭାରତୀୟ ନୌସେନାରେ କ୍ୟାପଟେନ ଥିବା ନବତେଜ ସିଂ ଗିଲ, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ପୁରନେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ସମସ୍ତ ଭାରତୀୟ କାତାରର ସେନାକୁ ତାଲିମ ଦେଉଥିବା କତାରର ଅଲ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିଲେ | କତାର ନୌସେନାର  ଇଟାଲୀୟ U-212 ବୁଡ଼ାଜାହାଜର ଗୁପ୍ତତଥ୍ୟକୁ ସେମାନେ ଇସ୍ରାଏଲକୁ ଯୋଗାଉଥିବା ତଥାକଥିତ ଅଭିଯୋଗ ରହିଛି ୩0 ଅଗଷ୍ଟ   ରେ ଭାରତ ଫେରୁଥିବା ବେଳେ ସମସ୍ତଙ୍କୁ ଗିରଫ କରାଯାଇଥିଲ