General Knowledge: ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି ଲାଗିଥାଏ ଗଡ଼ ଏବଂ ପତ ଶବ୍ଦ? ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1753828

General Knowledge: ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି ଲାଗିଥାଏ ଗଡ଼ ଏବଂ ପତ ଶବ୍ଦ? ଜାଣନ୍ତୁ କାରଣ

interesting facts about india: ଦେଶର ବିଭିନ୍ନ ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି ଗଡ଼, ପତ, ପ୍ରସ୍ଥ ଶବ୍ଦ ବ୍ୟବହୃତ ହୋଇଥିବାର ଦେଖିବାକୁ ଆପଣ ପାଇଥିବେ। ହେଲେ କ'ଣ ଆପଣ  ଜାଣିଛନ୍ତି ଏହି ସ୍ଥାନର ନାମ ସହିତ ଜଡ଼ିତ ଶବ୍ଦର ଅର୍ଥ କ’ଣ?

General Knowledge: ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି ଲାଗିଥାଏ ଗଡ଼ ଏବଂ ପତ ଶବ୍ଦ? ଜାଣନ୍ତୁ କାରଣ

interesting facts about places in india: ଭାରତ ବର୍ଷରେ ଏପରି ଅନେକ ସହର ଏବଂ ଜିଲ୍ଲା ରହିଛି, ଯାହାର ନାମରେ ଆପଣ ଗଡ଼ କିମ୍ବା ପତ ଶବ୍ଦ ଯୋଡ଼ା ହୋଇଥିବାର ଦେଖିବାକୁ ପାଇବେ। ଯେଉଁଥିରୁ ଆପଣ ଅନେକ ଜିଲ୍ଲା ବିଷୟରେ ଜାଣିଥିବେ। ଉଦାହରଣ ସ୍ୱରୂପ ପ୍ରତାପଗଡ଼, ଆଲିଗଡ, ଆଜମଗଡ଼, ଫତେହଗଡ ଏବଂ ଚିତ୍ତୌରଗଡ଼। ସେହିପରି ପତ ଶବ୍ଦ ଯୋଡ଼ି ହୋଇଥିବା ଜିଲ୍ଲା ହେଉଛି ବାଗପତ, ପାନିପତ, ସୋନିପତ। ବହୁ ବର୍ଷ ଧରି ଏହି ସ୍ଥାନ ଏହି ନାମ ଦ୍ୱାରା ଡକାଯାଇ ଆସୁଛି। ଯାହା ଏବେ ଲୋକଙ୍କ ଦ୍ୱାରା ଆଦୃତ ହୋଇସାରିଛି। ହେଲେ କ'ଣ ଆପଣ ଜାଣିଛନ୍ତି ଉପରୋକ୍ତ ସ୍ଥାନର ନାମ ସହିତ ଜଡ଼ିତି ଏହି ଶବ୍ଦର ଅର୍ଥ କ’ଣ? ଯଦି ନୁହେଁ, ତାହେଲେ ଜାଣନ୍ତୁ କୌଣସି ସ୍ଥାନ ନାମ ପଛରେ ଗଡ଼ କିମ୍ବା ପତ ଶବ୍ଦ କାହିଁକି ଯୋଡ଼ା ଯାଇଥାଏ। 

ଗଡ଼ ଶବ୍ଦର ଅର୍ଥ କ’ଣ?
ଭାରତ ବର୍ଷରେ ଅନେକ ରାଜା, ମହାରାଜା ଏବଂ ସମ୍ରାଟ ଶାସନ କରିଥିଲେ। ସେମାନଙ୍କ ବ୍ୟତୀତ ଅନେକ ମୁସଲମାନ ଶାସକ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଅନେକ ସହର ନଗର ନିର୍ମାଣ କରିଥିଲେ। ସେହି ସ୍ଥାନରେ ସେମାନେ ସେମାନଙ୍କର ନିଜସ୍ୱ ଦୁର୍ଗ ପ୍ରତିଷ୍ଠା କରିଥିଲେ। ଦେଶକୁ ବିଭିନ୍ନ ସମୟରେ ଶାସନ କରିଥିବା ଶାସକ ନିଜର ଶାସନ କାଳରେ ନିର୍ମାଣ କରିଥିବା ଦୁର୍ଗକୁ ଗଡ଼ ନାମରେ ନାମିତ କରିଥଲେ। ଯାହା ସେମାନଙ୍କ ଶକ୍ତିର ପ୍ରତୀକ ରହିଥିଲା। ସମ୍ପୃକ୍ତ ସ୍ଥାନରେ କାହାର ଦୁର୍ଗ ଅଛି ତାହା ସୂଚାଇବା ପାଇଁ ଗଡ଼ ଶବ୍ଦ ବ୍ୟବହାର ହେଉଥିଲା।

ନାମ, ଧର୍ମ ଏବଂ ଜାତି ସହିତ ଜଡ଼ିତ ରହିଛି ସମ୍ପର୍କ 
ଭାରତ ବର୍ଷର ପରିବର୍ତ୍ତିତ ଦୃଶ୍ୟ ମଧ୍ୟରେ ଅନେକ ସହରର ନାମ ବଦଳିବାରେ ଲାଗିଲା। ଏପରିକି ବିଭିନ୍ନ ସ୍ଥାନନୂତନ ନାମ ପାଇବାକୁ ଲାଗିଲା। ହେଲେ ତଥାପି ଗଡ଼ ଶବ୍ଦର ନାମ ଲୋକଙ୍କ ନାମ, ଧର୍ମ କିମ୍ବା ଜାତି ସହିତ ଜଡିତ ହୋଇଗଲା। ଉଦାହରଣ ସ୍ୱରୂପ ଆଲିଗଡ଼। ପୂର୍ବରୁ ଏହି ସ୍ଥାନର ନାମ କୋଲ୍ ରହିଥିଲା। ପ୍ରଥମେ ରାଜପୁତ ଶାସକ ଏଠାରେ ଶାସନ କରିଥିଲେ। ପରେ ଏହି ସ୍ଥାନ ମୋଗଲ ଶାସକଙ୍କ ଦ୍ୱାରା ଶାସିତ ହୋଇଥିଲା। ଏହା ପରେ ଜାଟ ଶାସକ ସୁରଜମଲ ଏହାକୁ ଦଖଲ କରି ନେଇଥିଲେ। ରାଜା ସୁରଜମଲ ଏଠାକାର ଦୁର୍ଗକୁ ଅଧିକାର କରି ଏହି ସ୍ଥାନର ନାମ ରାମଗଡ଼ ରଖିଥିଲେ। ମାତ୍ର ମୁସଲମାନ ଶାସକ ନଜଫ ଖାନ ଏହି ଦୁର୍ଗକୁ କବଜା କରି ଏହି ସ୍ଥାନର ନାମ ଆଲିଗଡ଼ ରଖି ଦେଇଥିଲେ। ସେବେଠାରୁ ଏହି ଆଲିଗଡ଼ ନାମରେ ପ୍ରସିଦ୍ଧ ହୋଇଆସିଛି। ଯାହା ଏବେ ଉତ୍ତର ପ୍ରଦେଶର ଏକ ଜିଲ୍ଲା ଭାବରେ ଜଣାଶୁଣା।

ନଗର ଏବଂ ପତ ଶବ୍ଦର ଅର୍ଥ କ’ଣ?
ଏହା ବ୍ୟତୀତ ଆପଣ ନିଶ୍ଚୟ ଦେଖିଥିବେ ଯେ କିଛି ସ୍ଥାନର ନାମ ପଛରେ ନଗର ଶବ୍ଦ ବ୍ୟବହୃତ ହୋଇଥାଏ। ହେଲେ ପ୍ରକୃତରେ ନଗର ହେଉଛି ଏକ ସଂସ୍କୃତ ଶବ୍ଦ। ଯାହାର ଅର୍ଥ ସହର। ଉଦାହରଣ ସ୍ୱରୂପ ଜାମୁ କାଶ୍ମୀର ରାଜଧାନୀ ଶ୍ରୀନଗର, ରାଜସ୍ଥାନର ଗଙ୍ଗାନଗର ଜିଲ୍ଲା ଏବଂ ଗୁଜୁରାଟ ରାଜଧାନୀ ଗାନ୍ଧୀନଗର।

ଅନ୍ୟ ପଟେ ଆଉ କେତେକ ସ୍ଥାନର ନାମ ପଛରେ ପତ କିମ୍ବା ପ୍ରସ୍ଥ ଶବ୍ଦ ବ୍ୟବହାର ହୋଇଥାଏ। ଏହି ଶବ୍ଦ ସେଠାକାର ଜମିକୁ ଦର୍ଶାଇବା ପାଇଁ ବ୍ୟବହୃତ ହୋଇଥାଏ। ଉଦାହରଣ ସ୍ୱରୂପ ହରିୟାଣାର ସୋନିପତ ଏବଂ ପାନିପତ ଜିଲ୍ଲା, ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା। ସେହିପରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପୌରାଣିକ ନାମ ହେଉଛି ଇନ୍ଦ୍ରପ୍ରସ୍ଥ। ଯାହା ମହାଭାରତରେ ବର୍ଣ୍ଣିତ ଏକ ସ୍ଥାନ। ଏବେ ଆପଣ ବୁଝି ପାରୁଥିବେ ଯେ ବିଭିନ୍ନ ସ୍ଥାନର ନାମ ପଛରେ କାହିଁକି ଗଡ଼, ପତ, ପ୍ରସ୍ଥ ଶବ୍ଦ ବ୍ୟବହୃତ ହୋଇଥାଏ।