Bharatiya Nyaya Sanhita Bill 2023: ମୋଦି ସରକାର ଆଣିଲେ ନୂଆ ବିଲ୍: FIR ରୁ ଜଜମେଣ୍ଟ ପର୍ଯ୍ୟନ୍ତ ଅନଲାଇନ୍, ନାବାଳିକାକୁ ଦୁଷ୍କର୍ମ ଓ ମୋବ ଲିଞ୍ଚିଂ ପାଇଁ ମୃତ୍ୟୁଦଣ୍ଡ
Advertisement

Bharatiya Nyaya Sanhita Bill 2023: ମୋଦି ସରକାର ଆଣିଲେ ନୂଆ ବିଲ୍: FIR ରୁ ଜଜମେଣ୍ଟ ପର୍ଯ୍ୟନ୍ତ ଅନଲାଇନ୍, ନାବାଳିକାକୁ ଦୁଷ୍କର୍ମ ଓ ମୋବ ଲିଞ୍ଚିଂ ପାଇଁ ମୃତ୍ୟୁଦଣ୍ଡ

Bharatiya Nyaya Sanhita Bill 2023: ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ପରେ ଦେଶ ଦାସତ୍ୱର ସମସ୍ତ ପୁରୁଣା ଚିହ୍ନକୁ ପଛରେ ପକାଇଦିଆଯିବ ।

 

ସୌ: ସୋସିଆଲ ମିଡିଆ

Bharatiya Nyaya Sanhita Bill 2023: ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଶୁକ୍ରବାର ଦିନ (୧୧ ଅଗଷ୍ଟ) ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି । ଏହି ବିଲ୍ ଉପସ୍ଥାପନ କରି ସେ ଗୃହରେ କହିଛନ୍ତି ଯେ ବର୍ତ୍ତମାନ ବ୍ରିଟିଶ ଯୁଗର ଅପରାଧିକ ଆଇନ ବଦଳାଯିବ । ଏଥିମଧ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ (Indian Civil Defense Code 2023), ଭାରତୀୟ ନ୍ୟାୟ ସଂହିତା ୨୦୨୩ (Indian Justice Code 2023) ଓ ଭାରତୀୟ ସାକ୍ଷ୍ୟ ବିଧେୟକ ବିଲ୍ ୨୦୨୩ (Indian Evidence Bill 2023) ସାମିଲ ରହିଛି ।

ଏହା ବ୍ୟତୀତ ମବ ଲିଞ୍ଚିଂ ପାଇଁ ବର୍ତ୍ତମାନ ଏକ ନୂତନ ଆଇନ୍ ପ୍ରସ୍ତୁତ କରାଯିବ । ମୋବ ଲିଞ୍ଚିଂ (Mob lynching) ମାମଲାରେ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ କେନ୍ଦ୍ର ବ୍ୟବସ୍ଥା କରିବ । ଏଥିସହ ଦେଶଦ୍ରୋହ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବ । ଅମିତ ଶାହା କହିଛନ୍ତି ଯେ ମୁଁ ଆଜି ଏକାଠି ତିନୋଟି ବିଲ୍ ସାଥିରେ ଆଣିଛି । ଏଥିରା ଇଣ୍ଡିଆନ ପେନାଲ କୋଡ୍, କ୍ରିମିନାଲ ପ୍ରସିଜୋର କୋଡ୍ ଓ ଇଣ୍ଡିଆନ ଏବିଡେନ୍ସ କୋଡ ରହିଛି ।

ଏହା ସହିତ ନାବାଳିକାକୁ ଦୁଷ୍କର୍ମ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ନୂତନ ଆଇନରେ ମହିଳା ଓ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ପାଇଁ ଦଣ୍ଡକୁ ପ୍ରାଥମିକତା ଦିଆଯାଇଛି । ଏଥି ସହିତ, ୨୦୨୭ ବର୍ଷ ପୂର୍ବରୁ ଦେଶର ସମସ୍ତ କୋର୍ଟ କମ୍ପ୍ୟୁଟରୀକରଣ ହେବ । କାହାକୁ ଗିରଫ କରିବା ପରେ ସର୍ବପ୍ରଥମେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯିବ ।

ବର୍ତ୍ତମାନ ଭାରତୀୟ ଅପରାଧିକ ଆଇନରେ ବଡ ପରିବର୍ତ୍ତନ ଆସିବ
ଭାରତୀୟ ଅପରାଧିକ ଆଇନରେ ଅନେକ ବଡ଼ ପରିବର୍ତ୍ତନ ଆଣିବା ଦିଗରେ ମୋଦି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଦେଶକୁ ଦାସତ୍ୱର ସମସ୍ତ ପୁରୁଣା ଚିହ୍ନରୁ ମୁକ୍ତ କରିବ ।

  • ନୂତନ CrPC ରେ ୩୫୬ ଧାରା ରହିବ, ପୂର୍ବରୁ ଏହା ସମୁଦାୟ ୫୧୧ ଧାରା ଥିଲା 
  • ୭ ବର୍ଷରୁ ଅଧିକ ଦଣ୍ଡ ଥିବା ମାମଲାରେ, ଫୋରେନସିକ୍ ଟିମ୍ ଦ୍ୱାରା ପ୍ରମାଣ ସଂଗ୍ରହ କରାଯିବ ।
  • ଦେଶ ଛାଡି ପଳାଇ ଯାଇଥିବା ଅପରାଧୀଙ୍କ ଅନୁପସ୍ଥିତିରେ ଆଇନଗତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଦୋଷୀ ସାବ୍ୟସ୍ତ ହେବାର ବ୍ୟବସ୍ଥା ।
  • ବର୍ତ୍ତମାନ ଶୁଣାଣି ଶେଷ ହେବାର ୩୦ ଦିନ ପରେ କୌଣସି ପରିସ୍ଥିତିରେ କୋର୍ଟକୁ ଏହାର ରାୟ ଦେବାକୁ ପଡିବ ।
  • ବର୍ତ୍ତମାନ ଯାଞ୍ଚ-ଜବତ କରବା ସମୟରେ ଭିଡିଓ ପ୍ରସ୍ତୁତ କରିବା ବାଧ୍ୟତାମୂଳକ ହେବ ।
  • ଅପରାଧ ହୁଏତ କୌଣସି ଅଞ୍ଚଳରେ ହୋଇଥାଇପାରେ, କିନ୍ତୁ FIR ଦେଶର ଯେକୌଣସି ଅଞ୍ଚଳରେ ପଞ୍ଜୀକୃତ ହୋଇପାରିବ ।
  • ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ପଡିବ ଓ ୧୮୦ ଦିନ ମଧ୍ୟରେ ତଦନ୍ତ ଶେଷ ହେବ ।
  • ଯେଉଁମାନେ ଲଭ୍ ଜିହାଦ୍ ଉପରେ କାର୍ଯ୍ୟ କରିବା ପାଇଁ ନିଜର ପରିଚୟ ପରିବର୍ତ୍ତନ କରି ଯୌନ ଶୋଷଣ କରନ୍ତି ସେମାନଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ହେବ ।
  • ନାବାଳିକା କିମ୍ୱା ଛୋଟ ପିଲଙ୍କୁ ଗଣଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ ।
  • ଶିଶୁ ଓ ମହିଳାଙ୍କ ସହ ଅପରାଧ ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ।
  • ଭାରତୀୟ ପ୍ରମାଣ ଅଧିନିୟମ (IEA) ୧୮୭୨ କୁ ଭାରତୀୟ ପ୍ରମାଣ ଆଇନ ୨୦୨୩ ଦ୍ୱାରା ବଦଳାଯିବ ।