କପେ ଚା’ ମୂଲ୍ୟରେ ପେନସନ୍ ! ତୁରନ୍ତ କରନ୍ତୁ APY
Advertisement

କପେ ଚା’ ମୂଲ୍ୟରେ ପେନସନ୍ ! ତୁରନ୍ତ କରନ୍ତୁ APY

ଜୀବନ ତମାମ କାମ କରିବା ପରେ ବୟସର ଅପରାହ୍ନରେ ଜଣେ ପେନସନ୍ ଚାହାନ୍ତି । କାରଣ ବୟସ ବଢିବା ସହିତ କାମ କରିବା ଅସମ୍ଭବ ହୋଇଯାଏ । ସରକାରୀ ଚାକିରିଆଙ୍କୁ ସରକାର ପେନସନ୍ ଦିଅନ୍ତି । କିନ୍ତୁ ବେସରକାରୀ କିମ୍ବା ଅଣସଂଗଠିତ କ୍ଷେତ୍ରରେ ଏଭଳି ସାମାଜିକ ସୁରକ୍ଷା ନଥାଏ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୫ ମସିହାରେ ଆରମ୍ଭ କରିଥିଲେ ଅଟଳ ପେନସନ୍ ଯୋଜନା । ଏହ

SOCIAL MEDIA

ଜୀବନ ତମାମ କାମ କରିବା ପରେ ବୟସର ଅପରାହ୍ନରେ ଜଣେ ପେନସନ୍ ଚାହାନ୍ତି । କାରଣ ବୟସ ବଢିବା ସହିତ କାମ କରିବା ଅସମ୍ଭବ ହୋଇଯାଏ । ସରକାରୀ ଚାକିରିଆଙ୍କୁ ସରକାର ପେନସନ୍ ଦିଅନ୍ତି । କିନ୍ତୁ ବେସରକାରୀ କିମ୍ବା ଅଣସଂଗଠିତ କ୍ଷେତ୍ରରେ ଏଭଳି ସାମାଜିକ ସୁରକ୍ଷା ନଥାଏ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୫ ମସିହାରେ ଆରମ୍ଭ କରିଥିଲେ ଅଟଳ ପେନସନ୍ ଯୋଜନା । ଏହା ଏଭଳି ଏକ ଯୋଜନା ଯାହା ଅବସରକାଳୀନ ପେନସନ୍ ପ୍ରଦାନ କରିଥାଏ । ଯଦି ଆପଣ କମ ବୟସରୁ ଏଥିରେ ନିବେଶ କରୁଛନ୍ତି ତେବେ ଅଳ୍ପ ଟଙ୍କାରେ ନିଜ ପାଇଁ ୫ ହଜାର ଟଙ୍କାର ପେନସନ ଯୋଗାଡ କରିପାରିବେ ।

କପେ ଚା’ ମୂଲ୍ୟରେ ପେନସନ୍ !

ଅଟଳ ପେନ୍ସନ୍ ଯୋଜନା ହେଉଛି ଏମିତି ଏକ ସରକାରୀ ଯୋଜନା ଯାହା ଆପଣଙ୍କୁ ପ୍ରତିଦିନ ଏକ କପ୍ ଚା’ର ମୂଲ୍ୟରେ ଦିଏ ୫ ହଜାର ଟଙ୍କାର ପେନ୍‌ସନ୍‌ ।  ଯଦି ଆପଣ 18 ବର୍ଷ ବୟସରେ ଦୈନିକ 7 ଟଙ୍କା ବା ମାସିକ ୨୧୦ ଟଙ୍କା ଏହି ଯୋଜନାର ସଞ୍ଚୟ କରନ୍ତି ତେବେ ୬୦ ବର୍ଷ ବୟସରୁ ଅବସର ନେବା ପରେ ପ୍ରତିମାସରେ ଆପଣ ୫ ହଜାର ଟଙ୍କା ପେନସନ୍ ପାଇବେ । ବୟସ ଅନୁସାରେ ଆପଣଙ୍କ ମାସିକ କିସ୍ତି ନିର୍ଭର କରେ । ଧରିନିଅନ୍ତି ଯଦି ଆପଣଙ୍କ ବୟସ ୨୫ ତେବେ ଆପଣଙ୍କୁ ମାସିକ ୩୭୬ ଟଙ୍କା ୩୫ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ । ବୟସ ସହିତ ମାସିକ କିସ୍ତି ବଢିଥାଏ । ମୋଟମୋଟି ଭାବେ ଆପଣଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ କିସ୍ତି ଦେବାକୁ ପଡ଼ିବ । ଏଥିରେ ଆପଣ ଜଣଙ୍କୁ ନିଜର ନୋମିନି ମଧ୍ଯ ରଖିପାରିବେ ।

 

ଅଟଳ ପେନ୍ସନ୍ ଯୋଜନା (APY) ହେଉଛି ଏକ ପେନ୍ସନ୍ ଯୋଜନା ଯାହାକି ଭାରତ ସରକାରଙ୍କ ଦ୍ୱାରା ୯ ମଇ ୨୦୧୫ ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନା 18 ରୁ 40 ବର୍ଷ ମଧ୍ୟରେ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ । APY ଅଧୀନରେ, ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ପେନସନ ପାଇଁ ଅବଦାନ ଦେବାକୁ ପଡିବ । ଏହି ରାଶି ମାସକୁ ୧ହଜାରରୁ ୫ ହଜାର ଟଙ୍କା ମଧ୍ୟରେ ହୋଇପାରେ । ୬୦ ବର୍ଷ ବୟସ ପରେ, ଗ୍ରାହକ ମାସିକ ପେନ୍ସନ୍ ପାଇବା ଆରମ୍ଭ କରନ୍ତି । ପେନ୍‌ସନ୍‌ର ପରିମାଣ ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ଅବଦାନ ଏବଂ ଅବଧି ଉପରେ ନିର୍ଭର କରେ ।APY ଅଧୀନରେ, ସରକାର ୧୮ରୁ ୩୦ ବର୍ଷ ବୟସ୍କ ଆବେଦଙ୍କ ମାସିକ କିସ୍ତିର ୫୦ ପ୍ରତିଶତ ୧୦ ବର୍ଷ ପର୍ଯ୍ୟନ୍ତ  ଦେଇଥାନ୍ତି । ଏହି ଯୋଜନା ଅସଂଗଠିତ କ୍ଷେତ୍ରର ଲୋକଙ୍କୁ ପେନସନ ସୁବିଧା ଯୋଗାଇଥାଏ ।

 

APY ର କିଛି ଲାଭ:

ଏହା ଏକ ନିରାପଦ ଏବଂ ଲାଭଜନକ ପେନ୍ସନ୍ ଯୋଜନା ।

ଏହି ଯୋଜନା 18 ରୁ 40 ବର୍ଷ ମଧ୍ୟରେ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ ।

10 ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କର ଅବଦାନର 50% ସରକାର ସହଯୋଗ କରନ୍ତି ।

ଗ୍ରାହକ ତାଙ୍କ ଅବଦାନର ପରିମାଣ ଏବଂ ଅବଧି ଚୟନ କରିପାରିବେ ।

60 ବର୍ଷ ବୟସ  ପରେ, ଗ୍ରାହକ ମାସିକ ପେନ୍ସନ୍ ପାଇବା ଆରମ୍ଭ କରନ୍ତି ।

 

APY ପାଇଁ ଯୋଗ୍ୟତା:

ଆବେଦନକାରୀଙ୍କ ବୟସ 18 ରୁ 40 ବର୍ଷ ମଧ୍ୟରେ ହେବା ଆବଶ୍ୟକ

ଆବେଦନକାରୀ ଜଣେ ଭାରତୀୟ ନାଗରିକ ହେବା ଜରୁରୀ

ଆବେଦନକାରୀଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଥିବା ଜରୁରୀ

 

APY ପାଇଁ ଆବେଦନ କରିବାକୁ ଏହି ଡକ୍ୟୁମେଣ୍ଟଗୁଡିକ ଆବଶ୍ୟକ:

ଆଧାର କାର୍ଡ

ପାନ୍ କାର୍ଡ

ବ୍ୟାଙ୍କ ପାସବୁକ୍

ଫଟୋ