Election duty:ନିର୍ବାଚନୀ ଡ୍ୟୁଟି କ’ଣ ? ଡ୍ୟୁଟି କରିବାକୁ ଜଣେ ସରକାରୀ କର୍ମଚାରୀ ମନା କରିପାରିବେ କି ?
Advertisement

Election duty:ନିର୍ବାଚନୀ ଡ୍ୟୁଟି କ’ଣ ? ଡ୍ୟୁଟି କରିବାକୁ ଜଣେ ସରକାରୀ କର୍ମଚାରୀ ମନା କରିପାରିବେ କି ?

ଗଣତନ୍ତ୍ରର ଗଣପର୍ବ ହେଉଛି ନିର୍ବାଚନ । ଦେଶ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି । ଏଥର ଦେଶରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ, ଭୋଟ୍ ପ୍ରକ୍ରିୟା ଏପ୍ରିଲ 19 ରୁ ଜୁନ୍ 1 ପର୍ଯ୍ୟନ୍ତ ଜାରି ରହିବ। ଜୁନ୍ ୪ ତାରିଖରେ ଭୋଟ୍ ଗଣନା କରାଯିବ। 

SOCIAL MEDIA

Election duty:ଗଣତନ୍ତ୍ରର ଗଣପର୍ବ ହେଉଛି ନିର୍ବାଚନ । ଦେଶ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି । ଏଥର ଦେଶରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ, ଭୋଟ୍ ପ୍ରକ୍ରିୟା ଏପ୍ରିଲ 19 ରୁ ଜୁନ୍ 1 ପର୍ଯ୍ୟନ୍ତ ଜାରି ରହିବ। ଜୁନ୍ ୪ ତାରିଖରେ ଭୋଟ୍ ଗଣନା କରାଯିବ। ନିର୍ବାଚନ ଆୟୋଗ ଭୋଟ ପରିଚାଳନା ପାଇଁ ବହୁ ସଂଖ୍ୟକ କର୍ମଚାରୀ ଆବଶ୍ୟକ କରନ୍ତି ଏବଂ ଏହି କର୍ମଚାରୀମାନେ ବିଭିନ୍ନ ସରକାରୀ ବିଭାଗ, ସରକାରୀ ବିଦ୍ୟାଳୟର ଶିକ୍ଷକ, ଜାତୀୟକରଣ ବ୍ୟାଙ୍କ ଏବଂ LIC  ଭଳି ସରକାରୀ କ୍ଷେତ୍ର ସମେତ ବିଭିନ୍ନ ଉଦ୍ୟୋଗରୁ ଆସିଥାନ୍ତି । ଯେଉଁମାନଙ୍କ ମଧ୍ୟରେ ଥାଆନ୍ତି, ମତଦାନ କେନ୍ଦ୍ର ଗୁଡିକରେ ପ୍ରିଜାଇଡିଂ ଅଫିସର ଏବଂ ମତଦାନ ଅଧିକାରୀ, ସେକ୍ଟର ଏବଂ ଜୋନାଲ ଅଫିସର, ମାଇକ୍ରୋ-ପର୍ଯ୍ୟବେକ୍ଷକ, ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଡ୍ରାଇଭର, କଣ୍ଡକ୍ଟର ଏବଂ ନିର୍ବାଚନରେ ବ୍ୟବହୃତ ଯାନବାହାନର କ୍ଲିନର୍ ଆଦି । ସେହିଭଳି ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିଯୁକ୍ତ କରାଯାଏ । ନିର୍ବାଚନ ପରିଚାଳନାରେ ଯୋଗଦେବାକୁ କୌଣସି କର୍ମଚାରୀ ଅନିଛୁକ ହେଲେ କମିଶନ ତାଙ୍କୁ ଦଣ୍ଡିତ କରିଥାନ୍ତି ।

କେବଳ ସେହି କର୍ମଚାରୀ ଯେଉଁମାନେ କେନ୍ଦ୍ର କିମ୍ବା ରାଜ୍ୟର ସ୍ଥାୟୀ କର୍ମଚାରୀ ଅଟନ୍ତି ସେମାନଙ୍କୁ ନିର୍ବାଚନ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥାଏ ।  ଯଦି ଆବଶ୍ୟକତା ଥାଏ, ତେବେ ଅବସର ପରେ ଡେପୁଟେସନରେ ଥିବା  କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇ ପାରିବ । ଠିକା କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇ ପାରିବ ନାହିଁ । ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ, ତେବେ ଜଣେ ନିର୍ବାଚନ ଡ୍ୟୁଟି ନକରିବା ପାଇଁ ଆବେଦନ କରିପାରିବେ । ଉଭୟଙ୍କ ମଧ୍ୟରୁ ଜଣେ ନିଜ ପରିବାରର ଦେଖାଶୁଣା ପାଇଁ ଘରେ ରହି ପାରିବେ ।

ମନା କଲେ  ଛଅ ମାସ ଦଣ୍ଡ

ପ୍ରତ୍ୟେକ ନିର୍ବାଚନରେ ପ୍ରିଜାଇଡିଂ ଅଫିସର, ମତଦାନ ଅଧିକାରୀ ପ୍ରଥମ, ମତଦାନ ଅଧିକାରୀ ଦ୍ୱିତୀୟ ଏବଂ ମତଦାନ ଅଧିକାରୀ ତୃତୀୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜାଣିଶୁଣି ନିଜକୁ ନିର୍ବାଚନ ଡ୍ୟୁଟିରୁ ଦୂରେଇ ରଖନ୍ତି, ତେବ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ, ଲୋକ ଅଧିନିୟମ 1951 ର ଧାରା 128 ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହା ଅଧୀନରେ ଦୋଷୀ ସାବ୍ୟସ୍ତ ହେଲେ  ୬ ମାସ ଜେଲଦଣ୍ଡ ହେବାର ବ୍ୟବସ୍ଥା ରହିଛି।

କାହାକୁ ରିହାତି ?

କେବଳ ଚାରିଟି କାରଣରେ ଜଣେ ସରକାରୀ କର୍ମଚାରୀଙ୍କ ନିର୍ବାଚନ ଡ୍ୟୁଟିରୁ ନିଜକୁ ଅଲଗା ରଖି ପାରିବେ । ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ତାଙ୍କ ଉଚ୍ଚ ପଦାଧିକାରୀଙ୍କୁ ଏକ ବୈଧ ପ୍ରମାଣ ଦେବାକୁ ପଡିବ। ନିର୍ବାଚନ ଡ୍ୟୁଟିରୁ ମୁକ୍ତ ପାଇଁ ଆଦେଶ କେବଳ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ (DEO) ଦ୍ୱାରା ପାସ୍ ହୋଇପାରିବ । ଅଧିକାଂଶ ଜିଲ୍ଲାରେ, ଜିଲ୍ଲା କଲେକ୍ଟରଙ୍କୁ ଲୋକ ପ୍ରତିନିଧୀ ଅଧିନିୟମ 1950 ର ଧାରା 13AA ଅନୁଯାୟୀ DEO ଭାବରେ ନିଯୁକ୍ତ କରାଯାଇଛି ।

ଦୁଇଟି ଭିନ୍ନ ସ୍ଥାନରେ ଡ୍ୟୁଟି

ଗୋଟିଏ ନିୟମ ହେଉଛି ଯଦି ଜଣେ କର୍ମଚାରୀଙ୍କୁ ଦୁଇଟି ଭିନ୍ନ ସ୍ଥାନରେ ଡ୍ୟୁଟି ଦିଆଯାଏ, ତେବେ ସେ ଗୋଟିଏ ସ୍ଥାନରେ ଡ୍ୟୁଟି ବାତିଲ ପାଇଁ ଅନୁରୋଧ କରିପାରିବେ କାରଣ ଉଭୟ ସ୍ଥାନରେ ରିପୋର୍ଟ କରିବା ତାଙ୍କ ପକ୍ଷେ ଅସମ୍ଭବ ନୁହେଁ ।

 

କୌଣସି ରାଜନୈତିକ ଦଳ ସହିତ ସମ୍ବନ୍ଧ

ଦ୍ୱିତୀୟ ମାନଦଣ୍ଡ ହେଉଛି ରାଜନୈତିକ ଦଳ ସହ ସମ୍ପର୍କ ।  ଯଦି କୌଣସି କର୍ମଚାରୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହିତ ଜଡିତ, ତେବେ ବ୍ୟକ୍ତି ଜଣକ ତାଙ୍କର ରାଜନୈତିକ ସମ୍ପୃକ୍ତି ଦର୍ଶାଇ ରିହାତି ମାଗିପାରିବେ । “ସେହି ବ୍ୟକ୍ତିଙ୍କୁ ରାଜନୈତିକ ଦଳ ସହିତ ତାଙ୍କର ସଂପୃକ୍ତିର ପ୍ରମାଣ ନିଜ ବରିଷ୍ଠ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହାକୁ DEO କୁ ପଠାଯିବ। ”

 

ବିଦେଶ ଯାତ୍ରା ପାଇଁ ପ୍ରି-ବୁକିଂ

ଯଦି ଆପଣ ପୂର୍ବରୁ ବିଦେଶ ଯାତ୍ରା ଯୋଜନା କରିଛନ୍ତି ଓ ସେହି ତାରିଖରେ ନିର୍ବାଚନ ହେଉଛି ତେବେ  ଆପଣ ନିର୍ବାଚନ ଡ୍ୟୁଟି ବାତିଲ କରିବାକୁ ଆବେଦନ କରି ପାରିବେ । ତେବା ଯାତ୍ରା ପୂର୍ବରୁ ବୁକ୍ ହେବା ଜରୁରୀ । ଦିଆଯାଇଥିବା ଟିକେଟ୍ ଏବଂ ଭିସା ଭ୍ରମଣର ପ୍ରମାଣ ଭାବରେ ଉପସ୍ଥାପନ କରିବାକୁ ପଡିବ ।

ହୃଦୟ କିମ୍ବା ବିରଳ ରୋଗ

ନିର୍ଦ୍ଦେଶାବଳୀ ଅନୁଯାୟୀ, ଯେଉଁମାନେ ହୃଦଘାତ କିମ୍ବା ବିରଳ ରୋଗରେ ପୀଡିତ,ସେମାନେ ନିର୍ବାଚନ ଡ୍ୟୁଟିରୁ ଛାଡ଼ ପାଇଁ ଆବେଦନ କରିପାରିବେ ।  ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ କର୍ମଚାରୀଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ।