Exit poll of telengana: ତେଲେଙ୍ଗାନାରେ କଂଗ୍ରେସର ସ୍ୱପ୍ନ ଧୂଳିସାତ କରିବେ ୱଏସୀ ?
Advertisement
Article Detail0/zeeodisha/odisha1986716

Exit poll of telengana: ତେଲେଙ୍ଗାନାରେ କଂଗ୍ରେସର ସ୍ୱପ୍ନ ଧୂଳିସାତ କରିବେ ୱଏସୀ ?

  ତେଲେଙ୍ଗାନା ନିର୍ବାଚନରେ କଂଗ୍ରେସ ଚମତ୍କାର ପ୍ରଦର୍ଶନ କରିବାକୁ ଯାଉଛି ବୋଲି ବୁଥ୍ ବାହୁଡ଼ା ପୋଲ୍ ବା ଏଗଜିଟ୍ ପୋଲରୁ ଜଣା ପଡ଼ୁଛି। ଏଗଜିଟ୍  ପୋଲ୍ ଆକଳନ ଅନୁଯାୟୀ, କଂଗ୍ରେସ ସେଠାରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବାକୁ ଯାଉଛି। ଯାହାର ଅର୍ଥ ହେଉଛି ଶାସକ ଦଳ ବିଆରଏସ୍-ଭାରତ ରାଷ୍ଟ୍ରସମିତିକୁ ଜୋରଦାର ଝଟକା। କିନ୍

SOCIAL MEDIA

Exit poll of telengana: 

ତେଲେଙ୍ଗାନା ନିର୍ବାଚନରେ କଂଗ୍ରେସ ଚମତ୍କାର ପ୍ରଦର୍ଶନ କରିବାକୁ ଯାଉଛି ବୋଲି ବୁଥ୍ ବାହୁଡ଼ା ପୋଲ୍ ବା ଏଗଜିଟ୍ ପୋଲରୁ ଜଣା ପଡ଼ୁଛି। ଏଗଜିଟ୍  ପୋଲ୍ ଆକଳନ ଅନୁଯାୟୀ, କଂଗ୍ରେସ ସେଠାରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବାକୁ ଯାଉଛି। ଯାହାର ଅର୍ଥ ହେଉଛି ଶାସକ ଦଳ ବିଆରଏସ୍-ଭାରତ ରାଷ୍ଟ୍ରସମିତିକୁ ଜୋରଦାର ଝଟକା। କିନ୍ତୁ ଏଗଜିଟ୍ ପୋଲର ପେଞ୍ଚ ଗୋଟିଏ ଜାଗାରେ ଅଟକୁଛି। ଅନୁମାନ ଅନୁସାରେ କଂଗ୍ରେସ ବଡ଼ ଦଳ ଭାବେ ଉଭା ହେବ ସତ କିନ୍ତୁ ଏକାକୀ ସରକାର ଗଠନ ପାଇଁ ଦରକାର ସଂଖ୍ୟାଠାରୁ ଦୂରରେ ରହିବ। ଆଉ ଏସବୁ ହେବ ଅସଦୁଦ୍ଦିନ ଓୱେସିଙ୍କ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ୍ ମୁସଲିମିନ୍ ପାର୍ଟି ପାଇଁ। କଂଗ୍ରେସର ତେଲେଙ୍ଗାନା ସ୍ୱପ୍ନକୁ ୱଏସୀ ଭାଙ୍ଗି ପାରନ୍ତି ବୋଲି ଆଶଙ୍କ କରାଯାଉଛି।
୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ପାଇଁ ଗୁରୁବାର ମତଦାନ ଶେଷ ହେବା ପରେ ୫ଟି ରାଜ୍ୟର ଏଗଜିଟ୍ ପୋଲ୍ ଘୋଷଣା କରାଯାଇଛି। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ନଭେମ୍ବର ୭ରୁ ନଭେମ୍ବର ୩୦ ମଧ୍ୟରେ ମତଦାନ ହୋଇଥିଲା। ଏହାପରେ ଆଜି ତେଲେଙ୍ଗାନାରେ ମତଦାନ ଶେଷ ହେବା ମାତ୍ରେ ଏହି ରାଜ୍ୟଗୁଡ଼ିକର ଏଗଜିଟ୍ ପୋଲ୍ ପ୍ରକାଶ ପାଇଥିଲା।
ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଚନ୍ଦ୍ରଶେଖର
ଟାଇମ୍ସ ନାଓ-ସିଏନଏକ୍ସ ର ଏକଜିଟ୍ ପୋଲ ଅନୁସାରେ କଂଗ୍ରେସକୁ ୪୯ରୁ ୫୬, ବିଆରଏସକୁ ୪୮ରୁ ୫୮ ଏବଂ ବିଜେପିକୁ ୫ରୁ ୧୦ ଟି ଆସନ ମିଳିବାର ସମ୍ଭାବନା ରହିଛି । ଅସଦୁଦ୍ଦିନ ଓୱେସିଙ୍କ ଦଳକୁ ୬ରୁ ୮ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଯଦି ଏଭଳି ଆକଳନ ଫଳାଫଳରେ ପରିଣତ ହୁଏ ତେବେ ଓୱେସି ତେଲେଙ୍ଗାନାର  କିଙ୍ଗମେକର ହୋଇପାରନ୍ତି। ବାସ୍ତବରେ ତେଲେଙ୍ଗାନାରେ ମୋଟ ୧୧୯ ଟି ଆସନ ରହିଛି ଏବଂ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ୬୦ ଟି ଆସନ ଜିତିବାକୁ ପଡିବ । ଏଗଜିଟ୍ ପୋଲ୍ ଆକଳନ ଅନୁଯାୟୀ କଂଗ୍ରେସ ଖାତାକୁ ହାରାହାରି ୫୩ଟି ଆସନ ଯାଇପାରେ। ଅର୍ଥାତ୍ ଏହା ନିଜେ ନିଜ ବଳରେ ସରକାର ଗଢ଼ି ନପାରେ।
ସେପଟେ ବିଆରଏସକୁ ମଧ୍ୟ କଂଗ୍ରେସ ଭଳି ସମାନ ସଂଖ୍ୟକ ଆସନ ମିଳୁଥିବା ଜଣାପଡିଛି । ଏମିତି ହେଲେ କଂଗ୍ରେସ ଭଳି ବିଆରଏସ ମଧ୍ୟ ଏକାକୀ ସରକାର ଗଠନ କରିପାରିବ ନାହିଁ। ଆଉ ଏଇଠି ପୁରା ଚିତ୍ର ବଦଳୁଛି। ଏହିଠାରେ ୱଏସୀଙ୍କ ଆଗମନ ହେଉଛି। କାରଣ  ଏଭଳି ସ୍ଥିତିରେ ଓୱେସିଙ୍କ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ବିଆରଏସ ଏବଂ ଓୱେସିଙ୍କ ମଧ୍ୟରେ ଆଗରୁ  ବୁଝାମଣା ହୋଇଛି । ଏଭଳି ସ୍ଥିତିରେ ୱଏସୀ ବିଆରଏସକୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ଯଦି ଓୱେସି ବିଆରଏସକୁ  ସମର୍ଥନ ଦିଅନ୍ତି, ତେବେ କେ ଚନ୍ଦ୍ରଶେଖର ରାଓ ପୁଣି ଥରେ ଇତିହାସ ରଚିପାରନ୍ତି ଏବଂ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
ଖରାପ ହୋଇପାରେ କଂଗ୍ରେସର ଖେଳ
ଏଗଜିଟ୍ ପୋଲ୍ ଆକଳନ ଅନୁଯାୟୀ କଂଗ୍ରେସ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇପାରେ, କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାରେ ପଛରେ ପଡ଼ିବ।  ଏଭଳି ପରିସ୍ଥିତିରେ ବିଜେପିଠାରୁ ସମର୍ଥନ ପାଇବା କଂଗ୍ରେସ ପାଇଁ ଅସମ୍ଭବ ଏବଂ ଓୱେସିଙ୍କ ସହ କଂଗ୍ରେସର ସମ୍ପର୍କ ସବୁବେଳେ ତିକ୍ତତାପୂର୍ଣ୍ଣ ହୋଇଥିବାରୁ ସମର୍ଥନ ମିଳିବାର ସମ୍ଭାବନା ନାହିଁ।  କାରଣ କଂଗ୍ରେସ ଖୋଲାଖୋଲି ଭାବେ  ଓୱେସିଙ୍କୁ ବିଜେପିର ବି-ଟିମ୍ ବୋଲି ବର୍ଣ୍ଣନା କରୁଛି।
ଏଗଜିଟ୍ ପୋଲ ଯଦି ସତ ହୁଏ ତେବେ ୱଏସୀ କିଙ୍ଗ୍ ମେକର ହେବା ପକା। କାରଣ ସରକାର ଗଠନର ଚାବି ତାଙ୍କ ହାତରେ ରହିବ। ସେ ଯେଉଁ 5ରୁ 6 ଆସନ ପାଇବେ ସେହି ବିଧାୟକ ହିଁ ହେବେ ସରକାର ଗଠନର କାରକ। ତେବେ ଡିସେମ୍ବର ୩ ରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ହିଁ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।