Zwigato: କପିଲ ଶର୍ମାଙ୍କ ଫିଲ୍ମ ‘ଜିଗାଟୋ’କୁ ଟାକ୍ସ ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1623421

Zwigato: କପିଲ ଶର୍ମାଙ୍କ ଫିଲ୍ମ ‘ଜିଗାଟୋ’କୁ ଟାକ୍ସ ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Zwigato: କପିଲ ଶର୍ମାଙ୍କ ଅଭିନୀତ ବଲିଉଡ଼ ଚଳଚ୍ଚିତ୍ର ‘ଜିଗାଟୋ’ ଫିଲ୍ମ ଉପରୁ ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଲାଗି ଏକ ସ୍ବତନ୍ତ୍ର ସ୍କ୍ରିନଂ ରଖାଯାଇଥିଲା । ଏଥିରେ ନନ୍ଦିତା ଦାସଙ୍କ ସହ ନବୀନ ପଟ୍ଟନାୟକ ଓ  ଫାଇଟି ସଚିବ ଏହି ସ୍ବତନ୍ତ୍ର ସ୍କ୍ରିନଂ ମାଧ୍ୟମରେ ଫିଲ୍ମ ଦେଖିଥିଲେ । 

ସୌ(ସୋସିଆଲ ମିଡିଆ)

Zwigato: କମେଡି଼ କିଙ୍ଗ କପିଲ ଶର୍ମାଙ୍କ (Comedy king kapil Sharma) ଅଭିନୀତ ବଲିଉଡ଼ ଚଳଚ୍ଚିତ୍ର ‘ଜିଗାଟୋ’ ଫିଲ୍ମ ଉପରୁ ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଲାଗି ଏକ ସ୍ବତନ୍ତ୍ର ସ୍କ୍ରିନଂ ରଖାଯାଇଥିଲା । ଏଥିରେ ନନ୍ଦିତା ଦାସଙ୍କ ସହ ନବୀନ ପଟ୍ଟନାୟକ ଓ  ଫାଇଟି ସଚିବ ଏହି ସ୍ବତନ୍ତ୍ର ସ୍କ୍ରିନଂ ମାଧ୍ୟମରେ ଫିଲ୍ମ ଦେଖିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ ହ୍ୟାଣ୍ତଲରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି(entertainment Tax) ଘୋଷଣା କରାଯାଇଛି ।

ନନ୍ଦିତା ଦାସଙ୍କ(Nandita das) ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ଶର୍ମା ଓ ସାହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀରେ ଜଣେ ଫୁଡ୍ ଡେଲିଭରୀ ବଏଙ୍କ ଜୀବନ ଓ ତାଙ୍କ ସଘଂର୍ଷକୁ ଦର୍ଶାଯାଇଛି। ‘ଜିଗାଟୋ’(Zwigato) ଏକ ହିନ୍ଦୀ ଚଳଚ୍ଚିତ୍ର ହୋଇଥିଲେ ହେଁ ଏହାର ସମ୍ପୂର୍ଣ୍ଣ ସୁଟିଂ ଭୁବନେଶ୍ୱରରେ କରାଯାଇଛି। ଚଳଚ୍ଚିତ୍ରରଟି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସୁଂଟି କରାଯାଇଥିଲା। ବିଶେଷ କରି ପୁରୁଣା ଭୁବନେଶ୍ବର, ବିନ୍ଦୁସାଗର, ରାଜମହଲ ଏହି ସବୁ ଅଞ୍ଚଳରେ ଫିଲ୍ମର ସୁଂଟି ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଯେପରି ଅଧିକରୁ ଅଧିକ ଚଳଚ୍ଚିତ୍ର ସୁଟିଂ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଲ ନୀତି କାର୍ଯ୍ୟକାରୀ କରିବା ସହ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା ଓଡ଼ିଶାରେ ପର୍ଯ୍ୟଟନ ବୃଦ୍ଧି ପାଇବା ସହ ଓଡ଼ିଶାର ଯୁବପିଢ଼ୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ କହିଛନ୍ତି। ଓଡ଼ିଶାକୁ ବ୍ୟାବସାୟିକ ଚଳଚ୍ଚିତ୍ର ସୁଟିଂର ଲକ୍ଷ୍ୟସ୍ଥଳୀ ଭାବେ ପ୍ରଚାର ପ୍ରସାର ପାଇଁ ନନ୍ଦିତା ଦାସଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ(CM Naveen Patnaik) । ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ  ହୋଇଥିଲା। ଜଣେ ସାଧାରଣ ମଣିଷର ସଘଂର୍ଷର କାହାଣୀକୁ ଚଳଚ୍ଚିତ୍ରରେ ଦର୍ଶାଯାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରଙ୍କୁ ମଧ୍ୟ ସେ ପ୍ରଶଂସା କରିବା ସହ ସାମାଜିକ ପରିବର୍ତ୍ତନ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେବାରେ ଏହି ଚଳଚ୍ଚିତ୍ର ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଏହାମଧ୍ଯ ପଢନ୍ତୁ-Zwigato collection: କିଙ୍ଗ ଖାନଙ୍କ କଥା ନମାନି ସଙ୍କଟରେ କପିଲ! ମଙ୍ଗଳବାର ଦିନ ମାତ୍ର ୭୫୦୦ ଟଙ୍କା ରୋଜଗାର କଲା ‘ଜିଗୋଟୋ’, ଶୁଭେଚ୍ଛା ଜଣାଇଲେ ଏହି ଅଭିନେତା

ପ୍ରକାଶଥାଉ କି, ନନ୍ଦିତା ଦାସ ଇନସିଏଟିବ ଓ ଆପ୍ଲାଉସ୍ ଏଣ୍ଟରଟେନମେଣ୍ଟର ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିଥିଲେ । ଏଥିରେ ନନ୍ଦିତା ଦାସ ଉଭୟ କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସାଗର ଦେଶାଇ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହିତେଶ ସୋନିକ । ଏହା କପିଲ ଶର୍ମାଙ୍କ ତୃତୀୟ ଚଳଚ୍ଚିତ୍ର ଅଟେ।  ଅନ୍ୟ ଦୁଇଟି ଚଳଚ୍ଚିତ୍ର ପରି ‘ଜିଗୋଟୋ’ ମଧ୍ୟ ବକ୍ସ ଅଫିସରେ କିଛି ଖାସ ପ୍ରଦର୍ଶନ କରିପାରେ ନାହିଁ । କୋଭିଡ଼(Covid) ମହାମାରୀ ସମୟରେ ଡେଲିଭରୀ ବଏର (Delivery Boy)ସଂର୍ଘଷର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ । ଏହି ପେଶା ପଛରେ ଥିବା ସଂର୍ଘଷର କାହାଣୀକୁ ଏହି ଫିଲ୍ମ ଜରିଆରେ ଲୋକଙ୍କ ନିକଟରେ ପ୍ରର୍ଦଶିତ କରାଯାଇଛି । ଏହି ପେଶାରେ ଥିବା ଲୋକଙ୍କୁ କେଉଁ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ତାହାକୁ ଏଥିରେ ଦର୍ଶାଯାଇଥିଲା ।

ଏହାମଧ୍ଯ ପଢନ୍ତୁ-Smriti irani Birthday: ହୋଟେଲ କର୍ମଚାରୀରୁ କେନ୍ଦ୍ରମନ୍ତ୍ରୀ, ଏମିତି ଥିଲା ସ୍ମୃତି ଇରାନୀଙ୍କ ଯାତ୍ରା