Zaheer Iqbal Statement: ଏହି ଅଭିନେତ୍ରୀଙ୍କ ଉପରେ ବଡ ଖୁଲାସା କଲେ ଜାହିର ଇକବାଲ
Advertisement
Article Detail0/zeeodisha/odisha1397209

Zaheer Iqbal Statement: ଏହି ଅଭିନେତ୍ରୀଙ୍କ ଉପରେ ବଡ ଖୁଲାସା କଲେ ଜାହିର ଇକବାଲ

Zaheer Iqbal Statement: ବଲିଉଡ ଅଭିନେତା ସୋନାକ୍ଷୀ ସିହ୍ନା (Sonakshi Sinha) । ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କ ନାଁ ଆଗରେ ରହିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Zaheer Iqbal Statement: ବଲିଉଡ ଅଭିନେତା ସୋନାକ୍ଷୀ ସିହ୍ନା (Sonakshi Sinha) । ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କ ନାଁ ଆଗରେ ରହିଛି । ଅଭିନୟରେ ସେ ଯେତିକି ଦମଦାର ସୋସିଆଲ ମିଡିଆରେ ମଧ୍ୟ ସେ ଅଧିକ ଆକ୍ଚିଭ । ବିଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଆସିଛନ୍ତି । ଡବଲ ଏକ୍ସଏଲ (Double XL )କୁ ନେଇ ସେ ଅଧିକ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହାରି ଭିତରେ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । ଗତକିଛି ଦିନ ତଳେ  ସୋନାକ୍ଷୀ ସିହ୍ନାଙ୍କ ନାଁ ଜହିର ଇକବାଲଙ୍କ ସହ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିଲା। 

ଏନେଇ ଜହିର ଇକବାଲ (Zaheer Iqbal Statement) ଏହି ଖବର ଉପରେ ମୁହଁ ଖୋଲିଛନ୍ତି। ନିକଟରେ ଜାହିର ଏକ ସାକ୍ଷାତକାରରେ ସୋନାକ୍ଷୀଙ୍କ ତାଙ୍କ ସମ୍ପର୍କକୁ ନେଇ ସେ କିଛି ମନ୍ତବ୍ୟ ରଖିଛନ୍ତି । ଜହିର ଇକବାଲ କହିଛନ୍ତି, ‘ ଏହିସବୁ ମଜା ମସ୍ତିରୁ ଆରମ୍ଭ ହୋଇଥିଲା। ମୋର ଏବଂ ସୋନାଙ୍କ ସମ୍ପର୍କ ଏକ ପ୍ଲାଟୋନିକ୍‌ ଫ୍ରେଣ୍ତସିପ୍ (completely platonic friendship)। ସୋନାକ୍ଷୀଙ୍କ ସହ କାମ କରିବାକୁ ମୋତେ ବହୁତ ଭଲଲାଗେ । ସୋନାକ୍ଷୀ ହେଉଛନ୍ତି ପ୍ରତିଭାର ଭଣ୍ଡାର। କାହିଁକି ନା ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି ’। ଜହିରଙ୍କ ଏହି ବୟାନ ପରେ ପ୍ରଂଶସକମାନେ ଉଭୟଙ୍କ ସମ୍ପର୍କକୁ ନେଇ ଗସିପ୍ ଆରମ୍ଭ କରିଛନ୍ତି । କିନ୍ତୁ ଦୁହେଁ ଦୁହିଁଙ୍କ ସମ୍ପର୍କକୁ ନେଇ କେବେ ଖୋଲାଖୋଲି ଭାବେ କହି ନାହାଁନ୍ତି। କିନ୍ତୁ ସୋନାକ୍ଷୀଙ୍କ ଜନ୍ମଦିନରେ ଜହିର ସେୟାର କରିଥିବା ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ସେ କ୍ୟାପସନ୍‌ ଲେଖିଥିଲେ ଆଇ ଲଭ୍‌ ୟୁ( Zaheer Iqbal wrote ‘Love you’ in the caption’) କେବଳ ଦେଖିବାକୁ ବାକି ରହିଲା କେବେ ସେ ସମ୍ପର୍କକୁ ନେଇ କନଫର୍ମ କରିବେ । କହିବାକୁ ଗଲେ ଦୁହେଁ ଡବଲ ଏକ୍ସଏଲ୍‌ (Double XL) ନଜର ଆସିବେ।ଯଦି ଆମେ ସୋନାକ୍ଷୀଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା, ତେବେ , ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । 

ଏହାବି ପଢନ୍ତୁ : Jitendra Shastri : ଦୁନିଆକୁ ଆଲବିଦା କହିଲେ ମିର୍ଜାପୁରର ଉସମାନ୍

'ଡବଲ ଏକ୍ସଏଲ' (Double XL) ବ୍ୟତିତ ସେ  'ନିକିତା ରଏ ଆଣ୍ତ ବୁକ ଅପ୍ ଡାର୍କନେସ' (Nikita Roy And The Book of Darkness) , କକୁଡା'(Kakuda) ,'ଶିଭମ୍  ହରି ହର ଭେରାମାଲୁ'(Shivam/ Hari Hara Veera Mallu) , 'ସର୍କସ'(Circus) ,  'କିଶୋର କୁମା ବାୟୋପିକ୍'(Kishore Kumar Biopic)  ଓ  'ଅମ୍ରିତା ପ୍ରିତମ୍ ବାୟୋପିକ୍' (Amrita Pritam Biopic)ରେ ନଜର ଆସିବେ ଦବଙ୍ଗଗାର୍ଲ । ତେବେ,ଏହା ପୂର୍ବରୁ ମଧ୍ୟ ବଲିଉଡକୁ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଯେପରିକି, 'ଦବଙ୍ଗ',  'ଜୋକର', 'ରାଉଡି ରାଥୋର', 'ଦବଙ୍ଗ ୨', 'ଓ୍ବାନ୍ସ ଅଫସ ଏ ଟାଇମ୍ ଇନ୍ ମୁମ୍ବାଇ', 'ବୁଲେଟ୍ ରାଜା' ଓ  'ଆକ୍ସନ ଜ୍ୟାକସନ ଓ ଫୋର୍ସ ୨।