Avatar 2: ଏମିତି ବି ଆସେ ମୃତ୍ୟୁ, ଜୀବନ ନେଲା ଅବତାର ୨ ଫିଲ୍ମ
Advertisement

Avatar 2: ଏମିତି ବି ଆସେ ମୃତ୍ୟୁ, ଜୀବନ ନେଲା ଅବତାର ୨ ଫିଲ୍ମ

Avatar 2 News: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ଅବତାର-2 । ଅଧିକ ଉତ୍ସାହିତ ହେବାରୁ ଜଣେ ଯୁବକଙ୍କ ହୃଦଘାତ ହୋଇଥିଲା । ହୃଦଘାତର ଶିକାର ହୋଇଥିବା ଯୁବକଙ୍କ ନାଁ ହେଉଛି ଶ୍ରୀନୁ । ହଠାତ୍ ଅଚେତ ହୋଇପଡ଼ିବାରୁ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

Avatar 2: ଏମିତି ବି ଆସେ ମୃତ୍ୟୁ, ଜୀବନ ନେଲା ଅବତାର ୨ ଫିଲ୍ମ

Avatar 2: ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷିତ ଜେମ୍ସ କ୍ୟାମେରନଙ୍କ ଫିଲ୍ମ ‘ଅବତାର’ 2 । ୨୦୦୯ରେ ରିଲିଜ ହୋଇଥିବା ଏହି ଫିଲ୍ମର ସିକ୍ୱେଲକୁ ଦର୍ଶକ ମାନେ ଚାତକ ପରି ଚାହିଁବସିଥିଲେ । ସେତେବେଳେ ଭିଏଫଏକ୍ସ ଥିବା ଚଳଚ୍ଚିତ୍ରଗୁଡ଼ିକ ଅଧିକ ନିର୍ମାଣ ହେଉନଥିବା ବେଳେ ନିଜ ଚେଷ୍ଟା ବଳରେ ଆଖି ଖୋସିଦେଲା ପରି ‘ଅବତାର’ର ଗ୍ରାଫିକ୍ସ ଲୋକଙ୍କୁ ଅବାକ୍ କରି ଦେଇଥିଲା। ସେହିପରି ଏତେବର୍ଷ ପରେ ରିଲିଜ ହୋଇଥିବା ଅବତାର ୨କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ଡିସେମ୍ବର ୧୬ରେ ଅବତାର ୨’ ପୁରା ୱାଲ୍ଡ ୱାଇଡରେ ରିଲିଜ ହୋଇଛି।

ହେଲେ ଏହି ଫିଲ୍ମ ଦେଖିବା ବେଳେ ଜଣେ ଦର୍ଶକଙ୍କ ଜୀବନ ଚାଲିଯାଇଛି। ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର କାକିନାଡାରେ ନିକଟସ୍ଥ ହଲରେ ରିଲିଜ ହୋଇଥିବା ଏହି ଫିଲ୍ମ ଦେଖିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁଇ ଭାଇ ଫିଲ୍ମ ଦେଖିବାକୁ ଯାଇଥିବା ବେଳେ ଅଧିକ ଉତ୍ସାହିତ ହେବାରୁ ତାଙ୍କର ହୃଦଘାତ ହୋଇଥିଲା । ହୃଦଘାତର ଶିକାର ହୋଇଥିବା ଯୁବକଙ୍କ ନାଁ ହେଉଛି ଶ୍ରୀନୁ । ହଠାତ୍ ଅଚେତ ହୋଇପଡ଼ିବାରୁ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାଜାଣିବା ପରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

Also Read: Pathaan Controversy:'ବେସରମ ରଙ୍ଗ ' ବିବାଦ ପରେ ଭୟରେ ଦେଶ ଛାଡିଲେ ଦୀପିକା !

ସେପଟେ ବକ୍ସ ଅଫିସ ରିପୋର୍ଟରେ କୁହାଯାଇଛି ଯେ ‘ଅବତାର ୨’ (Avatar-2)   ଶୁକ୍ରବାର ଦିନ ଆଶାଠାରୁ ଅଧିକ ଆୟ କରିଛି। ପ୍ରଥମ ଦିନରେ ଫିଲ୍ମଟି ପାଖାପାଖି ୩୮ କୋଟିରୁ ୪୦କୋଟି ଟଙ୍କା ଇନକମ କରିସାରିଛି। ମାର୍ଭଲର ‘ଆଭେଞ୍ଜର୍ସ ଆଣ୍ଡ ଗେମ୍’ ହେଉଛି ଭାରତର ପ୍ରଥମ ଦିନରେ ଅଧିକ ଆୟ କରିଥିବା ହଲିଉଡ୍ ଚଳଚ୍ଚିତ୍ର। ୨୦୧୯ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୫୩କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ଏବେ ଅବତାର-୨ ପ୍ରଥମ ଦିନରେ ଭଲ ଆୟ କରିଥିବା ବେଳେ ଆଗକୁ ମଧ୍ୟ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। 

Also Read: Celebs Reveal Disease in 2022: ବର୍ଷ ୨୦୨୨ରେ ସମନ୍ଥାଙ୍କ ଠାରୁ ଆରମ୍ଭ କରି ଦୀପିକା, ଖୋଲିଥିଲେ ନିଜର ରୋଗର ସିକ୍ରେଟ

ଶନିବାର ମଧ୍ୟ ଫିଲ୍ମଟି  ୪୦କୋଟି ଉପରେ ଆୟ କରିଥିବା କୁହାଯାଉଛି। ସପ୍ତାହ ଶେଷରେ ଏହି ଫିଲ୍ମଟି ବକ୍ସ ଅଫିସରେ  (Box Office) ୧୫୦କୋଟି ଆୟ କରିବାରେ ସଫଳ ହେବ ବୋଲି ସମୀକ୍ଷକ କହିଛନ୍ତି। ଏହି ଫିଲ୍ମକୁ ନିର୍ମାଣ କରିବାରେ କମ ସେ କମ ୧୩ ବର୍ଷ ସମୟ ଲାଗିଥିଲା । ଆଉ ଏହି ଫିଲ୍ମର ବଜେଟ ପାଖାପାଖି ୨୫୦୦ କୋଟି ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।