ରେକର୍ଡ ବ୍ରେକ କରିବାରେ ପଛଘୁଞ୍ଚା ଦେଉନି KGF-2, ଖୁବ ଶୀଘ୍ର ବନିବ ନମ୍ୱର ୱାନ୍
Advertisement
Article Detail0/zeeodisha/odisha1174919

ରେକର୍ଡ ବ୍ରେକ କରିବାରେ ପଛଘୁଞ୍ଚା ଦେଉନି KGF-2, ଖୁବ ଶୀଘ୍ର ବନିବ ନମ୍ୱର ୱାନ୍

ସିନେମାଘରେ ଧୁମ ମଚାଉଛି କନ୍ନଡ ଫିଲ୍ମ କେଜିଏଫ ଚାପ୍ଟର ୨ । ଦେଶର ସବୁଠୁ ଅଧିକ ଆୟ କରିଥିବା ଦ୍ୱିତୀୟ ଫିଲ୍ମ ବନି ସାରିଛି କେଜିଏଫ ଚାପ୍ଟର ୨ । ଖୁବଶୀଘ୍ର ପ୍ରଭାସଙ୍କ ଫିଲ୍ମ ବାହୁବଲୀ-୨କୁ ଟପିଯିବ ୟଶଙ୍କ ଫିଲ୍ମ ।

ରେକର୍ଡ ବ୍ରେକ କରିବାରେ ପଛଘୁଞ୍ଚା ଦେଉନି KGF-2, ଖୁବ ଶୀଘ୍ର ବନିବ ନମ୍ୱର ୱାନ୍

ନୂଆଦିଲ୍ଲୀ: କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ ଯେଉଁଭଳି ଭାବେ ସାରାଦୁନିଆରେ କଲେକସନ ଜାରି ରଖିଛି ,ଏହା ଦେଖି ଲାଗୁନି ଏହି ଫିଲ୍ମର ବ୍ୟବସାୟ ଏତେ ଜଲଦି ଥମିବ । ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକ କରିବାରେ ଲାଗିଛି କେଜିଏଫ ଚାପ୍ଟର ୨ । ପ୍ରତ୍ୟେକ ଦିନ ବଡ଼ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ପଛରେ ପକାଇବାରେ ଲାଗିଛି ଏହି ଫିଲ୍ମ । କେଜିଏଫ  ଚାପ୍ଟର ୨ ଦେଶର ଦ୍ୱିତୀୟ ସବୁଠୁ ବଡ଼ ଫିଲ୍ମ ବନିସାରିଛି , ଖୁବ ଶୀଘ୍ର ଏହି ଫିଲ୍ମ ନମ୍ବର ୱାନ ବନିବାକୁ ଯାଉଛି ।

ଇଦ୍ ଅବସରରେ ଏହି ଫିଲ୍ମ ଧମାଲ କରିଛି । ଇଦରେ ଲୋକଙ୍କ ପ୍ରଥମ ପସନ୍ଦ ଥିଲା ୟଶଙ୍କ କେଜିଏଫ ଚାପ୍ଟର ୨ ।  ସବୁ ଶୋ ହାଉସଫୁଲ ରହିଥିଲା । ଏପ୍ରିଲ ୧୪ରେ ରିଲିଜ ହୋଇଥିବା ଏହି ଫିଲ୍ମର କ୍ରେଜ ଦେଶବିଦେଶରେ ଦେଖିବାକୁ ମିଳୁଛି । ପ୍ରଶାନ୍ଥ ନୀଲ (Prashanth Neel)ଙ୍କ ନିର୍ଦ୍ଦେଶିତ ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବାରେ ଲାଗିଛି । ଏପ୍ରିଲ ୨୯ରେ ରିଲିଜ ହୋଇଥିବା ବଲିଉଡର ୨ଟି ଫିଲ୍ମ ରିଲିଜ ହୋଇଥିଲା । ଟାଇଗର ଶ୍ରଫଙ୍କ  ହିରୋପନ୍ଥୀ-୨  (Heropanti 2) ଏବଂ  ଅଜୟ ଦେବଗନଙ୍କ ରନୱେ ୩୪ (Runway 34) ଖାସ୍ ପ୍ରଦର୍ଶନ କରିପାରିନାହିଁ ।

Also Read: KGF-2; ଆମିର ଖାନଙ୍କୁ ପଛରେ ପକାଇଲେ ୟଶ୍ , TOP3 ଫିଲ୍ମ ଲିଷ୍ଟର ଦ୍ୱିତୀୟ ସ୍ଥାନ କଲା କବଜା

ରିଲିଜର ୨୨ ଦିନ ପରେ ବି କମିନି କେଜିଏଫ-୨ କ୍ରେଜ୍

ୟଶ୍ (Yash) , ସଞ୍ଜୟ ଦତ୍ତ (Sanjay Dutt) ଏବଂ ରବୀନା ଟଣ୍ଡନ (Raveena Tandon)ଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ ଦିନରୁ ହିଁ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । କେବଳ ଇଦ୍ ଦିନ ଏହି ଫିଲ୍ମ ପାଖାପାଖି ୭.୫୦ କୋଟି ଟଙ୍କାର ବିଜନେସ କରିଥିବା ଜଣାପଡ଼ିଛି । ଏସଏସ ରାଜାମୌଲିଙ୍କ ଫିଲ୍ମ ବାହୁବଲୀ-୨  (Bahubali-2)ପରେ ଏହି ଫିଲ୍ମ ଦେଶର ସବୁଠୁ ଅଧିକ ଆୟ କରିଥିବା ଦ୍ୱିତୀୟ ଫିଲ୍ମ ବନି ସାରିଛି । କେବଳ ଆମ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଏହି ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ଫିଲ୍ମ ରିଲିଜର ୨୨ ଦିନ ପରେ ମଧ୍ୟ ୟଶଙ୍କ ଅଭିନୟ ଏବଂ ଆକ୍ସନ ଦେଖିବା ପାଇଁ ସିନେମା ହଲରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ସିନେମାଘରେ ରକି ଭାଇଙ୍କ ଜଲୱା ଜାରି ରହିଛି । ଏହି ଫିଲ୍ମ  ୱାର୍ଲୱାଇଡ୍ ୧୧୧୦ କୋଟି ଟଙ୍କା ପାର କରିସାରିଲାଣି ।

Also Read: କାର୍ତ୍ତିକ ଆର୍ଯ୍ୟନଙ୍କ ବିରୋଧରେ ବଲିଉଡ? କରଣ ଜୋହରଙ୍କ ସହ ବିବାଦକୁ ନେଇ ମଧ୍ୟ ପ୍ରଥମ ଥର ଖୋଲିଲେ ମୁହଁ

 ରିଲିଜ ପୂର୍ବରୁ ମଧ୍ୟ ୟଶଙ୍କ ଏହି ଫିଲ୍ମ ଟିକେଟ ଆଡଭାନ୍ସ ବୁକିଂରେ ସମସ୍ତ  ରେକର୍ଡକୁ ଭାଙ୍ଗି ଦେଇଛି । ଫିଲ୍ମର ଚାପ୍ଟର ୱାନରୁ ହିଁ ଦେଶବିଦେଶର ଦର୍ଶକଙ୍କ ୟଶଙ୍କ ଦିୱାନା ହୋଇଥିଲେ । ୟଶଙ୍କ ସହ ଚାପ୍ଟର ୨ରେ ସଞ୍ଜୟ ଦତ୍ତ (Sanjay Dutt)ଙ୍କ ଅଧିରା ଅବତାର ମଧ୍ୟ ସିନେମା ଘରେ ଧୁମ୍ ମଚାଉଛି । ଏହି ଫିଲ୍ମରେ  ରବୀନା ଟଣ୍ଡନ (Raveena Tandon) ଏବଂ  ପ୍ରକାଶ ରାଜ( Prakash Raj)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।