Entertainment News: ଫେବୃଆରୀ ୧୧ ତାରିଖରେ ଦେଖନ୍ତୁ ‘ଗଦର-୨’
Advertisement

Entertainment News: ଫେବୃଆରୀ ୧୧ ତାରିଖରେ ଦେଖନ୍ତୁ ‘ଗଦର-୨’

Entertainment News: ଆସନ୍ତା ଭାଲେଣ୍ଟାଇନ୍ ସପ୍ତାହରେ ପ୍ରଥମ ଥର ଜୀ-ସାର୍ଥକରେ ଦର୍ଶକ ଦେଖିବେ ଭାରତୀୟ ଫିଲ୍ମ ଜଗତରେ ଇତିହାସ ରଚିଥିବା ଫିଲ୍ମ 'ଗଦର ୨'। ଆସନ୍ତା ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬ଟାରେ ଦେଖନ୍ତୁ ‘ଗଦର-୨’ କେବଳ ଜୀ-ସାର୍ଥକରେ । 

Entertainment News: ଫେବୃଆରୀ ୧୧ ତାରିଖରେ ଦେଖନ୍ତୁ ‘ଗଦର-୨’

Entertainment News: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ଭିନ୍ନ ଭିନ୍ନ ମାଧ୍ୟମରେ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ମନୋରଞ୍ଜନ ମାଧ୍ୟମରେ ସବୁବେଳେ ଜୀ-ସାର୍ଥକ ତାର ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପାଇଁ ପ୍ରତିବର୍ଷ ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଓ ନୂଆ ଫିଲ୍ମ ଆଣିବା ପାଇଁ  ଚେଷ୍ଟାରତ । ଏଥର ମଧ୍ୟ ଜୀ-ସାର୍ଥକ କିଛି ନୂଆ ଆଣିଛି ତାର ଦର୍ଶକଙ୍କ ପାଇଁ । ଆସନ୍ତା ଭାଲେଣ୍ଟାଇନ୍ ସପ୍ତାହରେ ପ୍ରଥମ ଥର ଜୀ-ସାର୍ଥକରେ ଦର୍ଶକ ଦେଖିବେ ଭାରତୀୟ ଫିଲ୍ମ ଜଗତରେ ଇତିହାସ ରଚିଥିବା ଫିଲ୍ମ 'ଗଦର ୨'। ଆସନ୍ତା ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬ଟାରେ ଦେଖନ୍ତୁ ‘ଗଦର-୨’ କେବଳ ଜୀ-ସାର୍ଥକରେ । 

ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲ ଷ୍ଟାରର ଫିଲ୍ମ ‘ଗଦର-୨’ ହେଉଛି ୨୦୦୧ ମୂଳ ଚଳଚ୍ଚିତ୍ର 'ଗଦର ଏକ ପ୍ରେମ କଥା'ର ଏକ ସିକ୍ୱେଲ । ଫିଲ୍ମଟି ବକ୍ସ ଅଫିସରେ ଏକ ବ୍ଲକ୍‌ବଷ୍ଟର ହେବା ସହ ଅନେକ ରେକର୍ଡ ଭାଙ୍ଗିଥିଲା । ପ୍ରଥମ ଥର ପାଇଁ ଏହି ଫିଲ୍ମ ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଥିଲା । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ 'ଗଦର ୨'ଫିଲ୍ମକୁ ପ୍ରଥମ ଥର ଓଡିଆରେ ଦର୍ଶକ ଦେଖିବେ ଯେଉଁଥିରେ ଅଛି ଆକ୍ସନ, ଡ୍ରାମା, ପ୍ରେମ କାହାଣୀ କୁ ନେଇ ଭରପୁର ମନୋରଂଜନ । 

ଏହି ଫିଲ୍ମ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି ଜୋର ଦେଇ କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ।

Also Read- Crime News: ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ

Also Read- Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ