Vamika Kohli: କୋହଲିଙ୍କ ଝିଅ ଭାମିକାଙ୍କ କ୍ୟୁଟ୍ ଭିଡିଓ ଭାଇରାଲ
Advertisement

Vamika Kohli: କୋହଲିଙ୍କ ଝିଅ ଭାମିକାଙ୍କ କ୍ୟୁଟ୍ ଭିଡିଓ ଭାଇରାଲ

Vamika Kohli Video: ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ଓ ବିରାଟ କୋହଲି ଆଜିକାଲି ମଥୁରା ଦର୍ଶନ ପାଇଁ ଯାଇଛନ୍ତି । ଏହି ଷ୍ଟାର ଦମ୍ପତି ସେମାନଙ୍କ ଝିଅ ଭାମିକାଙ୍କ ସହ ଏଠାରେ ପହଞ୍ଚିଥିଲେ । ଯାହାର ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି । ଏଠାରେ ଦେଖିପାରିବେ ଭିଡିଓ ।

ସୌ: ସୋସିଆଲ ମିଡିଆ

Anushka Kohli at Vrindavan Darshan: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଦୁବାଇରେ ନୂଆ ବର୍ଷ ପାଳନ କରିବା ପରେ ଭାରତ ଫେରିଛନ୍ତି । ଦେଶକୁ ଫେରିବା ପରେ ଅନୁଷ୍କା ଶର୍ମା ନିଜ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି (Virat Kohli) ଓ ଝିଅ ଭାମିକାଙ୍କ (Vamika) ସହ ବୃନ୍ଦାବନରେ ପହଞ୍ଚିଥିଲେ, ଯେଉଁଠାରୁ ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିରାଟ-ଅନୁଷ୍କା ବାବା ନିମ୍ କରୋଲିଙ୍କ ଆଶ୍ରମ ଓ ସମାଧି ଏବଂ ମା' ଆନନ୍ଦମାଇ ମା'ଙ୍କ ଆଶ୍ରମରେ ମଧ୍ୟ ପହଞ୍ଚିଥିଲେ । ଅନୁଷ୍କାଙ୍କ ବୃନ୍ଦାବନ ଟ୍ରିପର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ କୋଳରେ ହାତ ଯୋଡି ବସିଥିବାର ନଜର ଆସିଛନ୍ତି । ଏହି ସମୟରେ ଭାମିକାଙ୍କ 'ନଟଖଟ ପଣ' ଦେଖି ପ୍ରଶଂସକଙ୍କ ମାନେ ଖୁସିରେ ବିଭୋର ହୋଇପଡୁଛନ୍ତି ।

ଭାଇରାଲ ଭିଡିଓରେ ଭାମିକାଙ୍କ ଚେହେରା ଦେଖାଯାଉ ନଥିଲେ ମଧ୍ୟ ତାଙ୍କର ସୁନ୍ଦର 'ନଟଖଟ ପଣ' ନିଶ୍ଚିତ ଭାବରେ ଦେଖିବାକୁ ମିଳେ । ଭିଡିଓରେ ଅନୁଷ୍କା ଶର୍ମାଙ୍କୁ ଧଳା ସୁଟ୍, ବ୍ଲାକ୍ ଜ୍ୟାକେଟ୍, ଧଳା କ୍ୟାପ୍ ଓ ଫୁଲର ସ୍କାର୍ଫରେ ଦେଖିବାକୁ ମିଳୁଥିବାବେଳେ, ବିରାଟ କୋହଲି ଅଲିଭ୍ ଗ୍ରୀନ୍ ଜ୍ୟାକେଟ୍, ବ୍ଲାକ୍ କ୍ୟାପ୍ ଓ ଏକ ଟ୍ରାଉଜର ପିନ୍ଧିଛନ୍ତି । ଭିଡିଓରେ ଭାମିକା ନିଜ ମା' ଅନୁଷ୍କାଙ୍କ କୋଳରେ ବସିଛନ୍ତି, ଯେଉଁଠାରେ ସ୍ୱାମୀଜୀ ଆସି ଅନୁଷ୍କାଙ୍କୁ ନୀଳ ରଙ୍ଗର ଚୁନି ପିନ୍ଧାନ୍ତି ଓ ଏହା ପରେ ଭାମିକାଙ୍କ ବେକରେ ମାଳା ପିନ୍ଧାନ୍ତି ।

 
 
 
 

 
 
 
 
 
 
 
 
 
 
 

A post shared by @virushka_always1801

ଭିଡିଓରୁ ଜଣାପଡିଛି ଯେ ବିରାଟ ଓ ଅନୁଷ୍କାଙ୍କ ବିଷୟରେ ସ୍ୱାମୀଜୀଙ୍କ କୌଣସି ଧାରଣା ନଥିଲା । କେହି ଜଣେ ଏହି ଦମ୍ପତିଙ୍କୁ ପରିଚିତ କରାଇଥିଲେ ଯେ କୋହଲି ଜଣେ କ୍ରିକେଟର ଥିବାବେଳେ, ଅନୁଷ୍କା ବଲିଉଡର ଜଣେ ଅଭିନେତ୍ରୀ। ଏହା ପରେ ସ୍ୱାମୀଜୀ ଜଣେ ଭକ୍ତଙ୍କୁ ଆଶ୍ରମରୁ ଅନୁଷ୍କା ଓ କୋହଲିଙ୍କୁ ଚୁନି ମାଳା ପିନ୍ଧାଇବାକୁ କହିଥିଲେ । ଏହି ସମୟରେ ଝିଅ ଭାମିକା ନିଜ ମା’ଙ୍କ କୋଳରେ ଖୁସିରେ ଡେଇଁଥିବାର ନଜର ଆସୁଛନ୍ତି ।

ବିଶ୍ୱର ସବୁଠାରୁ ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ ଗଣତି ହେଉଥିବା ଅନୁଷ୍କା ଶର୍ମା ଓ ବିରାଟ କୋହଲି ଏପର୍ଯ୍ୟନ୍ତ ନିଜ ଝିଅର ଚେହେରା ସୋସିଆଲ ମିଡିଆରେ ପ୍ରକାଶ କରିନାହାଁନ୍ତି । ଯଦିଓ ପୂର୍ବରୁ ଭାମିକାଙ୍କ ଚେହେରା ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲା, ଯାହାର ଭିଡିଓ ଭାଇରାଲ ହେବା ପରେ ଅନୁଷ୍କା ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସମସ୍ତଙ୍କୁ ଏହାକୁ ହଟାଇବାକୁ କହିଥିଲେ ଓ ଭବିଷ୍ୟତରେ ଏହା କରାଯିବା ଉଚିତ ନୁହେଁ ବୋଲି କହିଥିଲେ । ଅନୁଷ୍କା ଶର୍ମାଙ୍କ ଆଗାମି ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ 'ଚକଦା ଏକ୍ସପ୍ରେସ'ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁଷ୍କା ପୂର୍ବତନ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଏହା ବି ପଢନ୍ତୁ: Suhana Khan: ପ୍ରେମରେ ପଡିଲେ କିଙ୍ଗ ଖାନଙ୍କ ଲାଡଲୀ, ଜାଣନ୍ତୁ କିଏ ହେବେ ଶାହରୁଖ ଖାନଙ୍କ ଜ୍ବାଇଁ?