Box Office : ବିକ୍ରମ ବେଧାକୁ ଟକ୍କର ଦେବ ପୋନିୟିନ୍ ସେଲଭାନ୍, ନିଜ ଫିଲ୍ମକୁ ନେଇ କିଛି ଏମିତି ବୟାନ ଦେଲେ ହ୍ରିତିକ୍
Advertisement
Article Detail0/zeeodisha/odisha1372871

Box Office : ବିକ୍ରମ ବେଧାକୁ ଟକ୍କର ଦେବ ପୋନିୟିନ୍ ସେଲଭାନ୍, ନିଜ ଫିଲ୍ମକୁ ନେଇ କିଛି ଏମିତି ବୟାନ ଦେଲେ ହ୍ରିତିକ୍

Friday Release : ଆସନ୍ତାକାଲି ଫିଲ୍ମ ପ୍ରାଇଡେରେ ପରଦାକୁ ଆସିବ ବିକ୍ରମ ବେଧା (Vikram Vedha ) ଓ ପୋନିୟିନ୍ ସେଲଭାନ୍ (Ponniyin Selvan: I) । ବିକ୍ରମ ବେଧା(Vikram Vedha ) ରେ ନଜର ଆସିବେ ବଲିଉଡର ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ସହ ସୈଫ୍ ଅଲ୍ଲୀଖାନ୍ । 

ସୌଜନ୍ୟ : ସୋସିଆଲ ମିଡିଆ

Friday Release : ଆସନ୍ତାକାଲି ଫିଲ୍ମ ପ୍ରାଇଡେରେ ପରଦାକୁ ଆସିବ ବିକ୍ରମ ବେଧା (Vikram Vedha ) ଓ ପୋନିୟିନ୍ ସେଲଭାନ୍ (Ponniyin Selvan: I) । ବିକ୍ରମ ବେଧା(Vikram Vedha ) ରେ ନଜର ଆସିବେ ବଲିଉଡର ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ସହ ସୈଫ୍ ଅଲ୍ଲୀଖାନ୍ ।  ଫିଲ୍ମର ଟିଜର, ଟ୍ରେଲର ଏବଂ ଗୀତ ଗୁ଼ଡିକ ଫ୍ୟାନ୍ସଙ୍କୁ ପସନ୍ଦ ଆସିଥିବା ବେଳେ  ଫିଲ୍ମଟିକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରା ଷ୍ଟାରକାଷ୍ଟ । ଆସନ୍ତାକାଲି (ଶୁକ୍ରବାର) ବିକ୍ରମ ବେଧା-ପୋନିୟିନ୍ ସେଲଭାନ୍ ବକ୍ସ ଅଫିସ୍ ଟକ୍କର ଦେବାକୁ ଯାଉଛି। କେଉଁ ଫିଲ୍ମ ବକ୍ସ ଅଫିସରେ ହିଟ କରିବ ତାହା ଦର୍ଶକଙ୍କ ରେସପନ୍ସ ହିଁ ସ୍ଥିର କରିବ । ପୋନିୟିନ୍ ସେଲଭାନ୍ (Ponniyin Selvan: I) କ୍ଲାସିକ୍ ତାମିଲ୍ ଉପନ୍ୟାସ ପୋନିୟିନ୍ ସେଲଭାନ୍ ମଣି ରତ୍ନମଙ୍କ ଡ୍ରିମ୍‌ ପ୍ରୋଜେକ୍ଟ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ବିକ୍ରମ ବେଧାଙ୍କ ଟିମ୍‌କୁ ପୋନିୟିନ ସେଲଭାନଙ୍କ ସହ ସଂଘର୍ଷ ବିଷୟରେ ପଚରାଯାଇଥିଲା । ହ୍ରିତିକ ରୋଶନ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ ଫିଲ୍ମ ଉପରେ ରହିଛି। ଏଥିସହିତ ସୈଫ୍‌ ଅଲି ଖାନ ପ୍ରଶଂସକମାନଙ୍କୁ ଉଭୟ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଥିଲେ। ‘ବିକ୍ରମ ବେଧା’କୁ ପୁଷ୍କର-ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ସେ କହିଛନ୍ତି ପୋନିୟିନ୍ ସେଲଭାନ୍ ଏକ କ୍ଲାସିକ୍ ଫିଲ୍ମ। ଆମେ ଆମର କାର୍ଯ୍ୟ କରିଛୁ ଓ ସେମାନେ ସେମାନଙ୍କର କାର୍ଯ୍ୟ କରିଛନ୍ତି। ଆଶା କରେ ଲୋକମାନେ ଉଭୟ ଚଳଚ୍ଚିତ୍ର ଦେଖିବେ। 

ଉଭୟ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ବିକ୍ରମ ବେଧା’ ହେଉଛି ତାମିଲ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍। ଏହା ଏକ ଆକ୍ସନ୍-ଥ୍ରୀଲର୍ । ଯାହା ତାମିଲ ଭର୍ସନ ୨୦୧୭ ରେ ମୁକ୍ତିଲାଭ କରିଥିଲା । ଅନ୍ୟପଟେ ପୋନିୟିନ୍ ସେଲଭାନ୍ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର। ଯାହା ଚୋଳ ସାମ୍ରାଜ୍ୟର ସୁବର୍ଣ୍ଣ ଇତିହାସ ଦର୍ଶାଉଛି । ବହୁ ରିସର୍ଚ ପରେ ଚଳଚ୍ଚିତ୍ରଟି ଏକ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି।  ପୋନିୟିନ୍ ସେଲଭାନ୍ (Ponniyin Selvan: I) ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ(Aishwarya Rai Bachchan), ବିକ୍ରମ (Vikram), ଜୟରାମ ରବି(Jayam Ravi), କର୍ଥି (Karthi), ତ୍ରିଶା (Trisha), ଐଶ୍ବର୍ଯ୍ୟା ଲକ୍ଷ୍ମୀ(Aishwarya Lekshmi) ଓ ପ୍ରକାଶ ରାଜ(Prakash Raj) ପ୍ରମୁଖ ଅଭିନେତା ନଜର ଆସିବେ। 

ଏହାବି ପଢନ୍ତୁ  : Ekta Kapoor : ବନ୍ଧା ହେବେ ଏକତା କପୁର ଓ ତାଙ୍କ ମାଆ ଶୋଭା !

ସେହିପରି ବିକ୍ରମ ବେଧା ଫିଲ୍ମରେ ହ୍ରିତିକ୍ ରୋଶନ,ସୈଫ୍ ଅଲ୍ଲୀ ଖାନ୍ , ରାଧିକା ରାଧିକା ଆପତେ ,ରୋହିକ ସରାଫ,ୟୋଗିତା ବିହାନୀ,ସରିବ୍ ହାସମି ଓ ସତ୍ୟଦୀପ ମିଶ୍ରା ଅଭିନୟ କରିଛନ୍ତି। ହ୍ରିତିକ ବେଧାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କୁ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ। ବିକ୍ରମର ଭୂମିକାରେ ନଜର ଆସିବେ ସୈଫ୍ ।  ଫିଲ୍ମରେ ବିକ୍ରମ ଜଣେ ସଚ୍ଚୋଟ ପୋଲିସ୍ ଇନ୍ସପେକ୍ଟର , ଯିଏ ଗ୍ୟାଙ୍ଗଷ୍ଟର ବେଦକୁ ଧରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ବେଦ ଆତ୍ମସମର୍ପଣ କରେ, ଯେତେବେଳେ ବେଦ ତାଙ୍କୁ ତିନିଟି କାହାଣୀ ବର୍ଣ୍ଣନା କରନ୍ତି । ସେତେବେଳେ ବିକ୍ରମଙ୍କର ଭଲ ଏବଂ ମନ୍ଦ ବିଷୟରେ ଧାରଣା ପରିବର୍ତ୍ତନ ହେବାକୁ ଲାଗେ । ଆକ୍ସନ ଭରା ଏ ଫିଲ୍ମରେ ହ୍ରିତିକଙ୍କ ଦମଦାର ଅଭିୟନ ଦେଖିବାକୁ ପାଇବା ଦର୍ଶକ ।