Vikram Gokhle Death: ଆରପାରିରେ ଭେଟେରାନ ଅଭିନେତା ବିକ୍ରମ ଗୋଖଲେ
Advertisement

Vikram Gokhle Death: ଆରପାରିରେ ଭେଟେରାନ ଅଭିନେତା ବିକ୍ରମ ଗୋଖଲେ

Vikram Gokhle Death: ବଲିଉଡ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ଏଥି ସହିତ ଅଭିନେତାଙ୍କ ମୃତ୍ୟୁ ଯୋଗୁଁ ସେଲିବ୍ରେଟି ତଥା ସମସ୍ତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।

ସୌ: ସୋସିଆଲ ମିଡିଆ

Vikram Gokhle Death: ହିନ୍ଦୀ ଓ ମରାଠୀ ସିନେମାର ଭେଟେରାନ ଅଭିନେତା (Vikram Gokhle) ବିକ୍ରମ ଗୋଖଲେଙ୍କ ଦେହାନ୍ତ ହୋଇଛି । ତାଙ୍କୁ ନଭେମ୍ବର ୫ ତାରିଖରୁ ପୁଣେର ପଣ୍ଡିତ ଦୀନନାଥ ମଙ୍ଗେଶକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ଅନେକ ଅଙ୍ଗ କାମ ବନ୍ଦ କରିଦେଇଥିଲା, ଯାହା ପରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଅଭିନେତା ଋକଭରି ହୋଇପାରି ନ ଥିଲେ ଓ ସେ ସବୁଦିନ ପାଇଁ ଦୁନିଆକୁ ବିଦାୟ ଦେଇଛନ୍ତି । ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଏଥି ସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ଲୁହଭିଜା ଆଖିରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ହାର୍ଟ ଓ କିଡନୀ ସମସ୍ୟାରେ ପୀଡିତ ଥିଲେ ବିକ୍ରମ ଗୋଖଲେ
ବିକ୍ରମ ଗୋଖଲେଙ୍କର ହୃଦୟ ଏବଂ କିଡନୀ ସମସ୍ୟା ରହିଛି । ବର୍ତ୍ତମାନ ତାଙ୍କ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଛି । ବିକ୍ରମ ଗୋଖଲେଙ୍କ ଝିଅ ମଧ୍ୟ ତାଙ୍କ ମୃତ୍ୟୁ ଖବର ପ୍ରଚାର ନ କରିବାକୁ ବାରଣ କରିଛନ୍ତି । ଏବଂ ତାଙ୍କ ପିତାଙ୍କ ସୁରକ୍ଷା ବିଷୟରେ କହିଛନ୍ତି । ବିକ୍ରମ ଗୋଖଲେ ସପୋର୍ଟ ସିଷ୍ଟମରେ ଅଛନ୍ତି ।

ଗୋଖଲେଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ମାତ୍ରେ ଅନେକ ସେଲିବ୍ରେଟ୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି । କହିବାକୁ ଗଲେ ସୋସିଆଲ୍‌ ମିଡିଆରେ ସେଲେବ୍‌ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ସଭିଏଁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେଥିମଧ୍ୟରୁ ଏଥିରେ ଅଜୟ ଦେବଗନ୍, ମୁକେଶ ଛାବ୍ରା, ନୱାଜୁଦ୍ଦିନ ସିଦ୍ଦିକିଙ୍କ ସମେତ ଅନେକ ତାରକା ଅଛନ୍ତି । ବିକ୍ରମଙ୍କ ଝିଅ ଓ ପତ୍ନୀ ଲୋକମାନଙ୍କୁ ଏପରି କୌଣସି ଖବରକୁ ବିଶ୍ୱାସ ନ କରିବାକୁ କହିଛନ୍ତି । ଡାକ୍ତରମାନେ ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଦେଖିବେ ବୋଲି ଆଶା କରାଯାଉଛି ।

୨୬ ବର୍ଷ ବୟସରେ କରିଥିଲେ ବଲିଉଡ ଡେବ୍ୟୁ
ବିକ୍ରମ ଗୋଖଲେ ୧୯୭୧ ମସିହାରେ ୨୬ ବର୍ଷ ବୟସରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ପରୱାନା ସହିତ ଫିଲ୍ମ ହିନ୍ଦୀ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଗୋଖଲେ ଅନେକ ମରାଠୀ ଓ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ଅଭିନୀତ ୧୯୯୦ ଚଳଚ୍ଚିତ୍ର ଅଗ୍ନିପଥ ଓ ସଲମାନ ଖାନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ୧୯୯୯ ଚଳଚ୍ଚିତ୍ର 'ହମ ଦିଲ ଦେ ଚୁକେ ସନମ' ଅନ୍ତର୍ଭୁକ୍ତ ।

୨୦୧୦ ରେ ଜିତିଥିଲେ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର 
୨୦୧୦ ରେ, ମରାଠୀ ଚଳଚ୍ଚିତ୍ର 'ଅନୁମତି'ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ୨୦୧୦ ରେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲେ । ମରାଠୀ ଚଳଚ୍ଚିତ୍ର 'ଆଗତ' ସହିତ ସେ ନିଜର ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ବିକ୍ରମ ଗୋଖଲେଙ୍କୁ ଗତ ବର୍ଷ ଜୁନ୍ ମାସରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଅଭିମନ୍ୟୁ ଦାସାନୀ ଓ ଶିଳ୍ପା ଶେଟ୍ଟୀ-ଅଭିନେତା 'ନିକାମା'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।