Upcoming Movies January 2024: ଏହି ମାସରେ ରିଲିଜ୍ ହେବ ୧୦ଟି ହାଇ ବଜେଟ୍ ଫିଲ୍ମ, ଦେଖନ୍ତୁ ତାଲିକା
Advertisement
Article Detail0/zeeodisha/odisha2040044

Upcoming Movies January 2024: ଏହି ମାସରେ ରିଲିଜ୍ ହେବ ୧୦ଟି ହାଇ ବଜେଟ୍ ଫିଲ୍ମ, ଦେଖନ୍ତୁ ତାଲିକା

Upcoming Movies January 2024: ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ମାସରେ ଦର୍ଶକଙ୍କୁ ମିଳିବ ଭରପୂର ମନୋରଂଜନ (Upcoming Movies January 2024) । କାହିଁକିନା ଏହି ମାସରେ ପରଦାକୁ ଆସିବ ଏକା ସାଙ୍ଗରେ ୧୦ଟି ବିଗ୍ ବଜେଟ୍ ଫିଲ୍ମ। ବକ୍ସ ଅଫିସରେ ଧମାଲ ମଚାଇବ ଏହି ସବୁ ଫିଲ୍ମ। ତେବେ, ଆସନ୍ତୁ ଜାଣିବା, ବକ୍ସ ଅଫିସରେ କେଉଁ ସବୁ ଫିଲ୍ମ ରିଲିଜ୍ ହେବାକୁ ଯାଉଛି।...

ALSO READ : Puri Srimandir: ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଏତିକି ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

1-‘ବିଗକିପର୍’(The Beekeeper):
ହଲିଉଡ଼ ଫିଲ୍ମ (The Beekeeper) ‘ବିଗକିପର୍’ ଏକ ହଲିଉଡ୍ ଫିଲ୍ମ। ଯାହା ଜାନୁଆରୀ ୫ରେ ପରଦାକୁ ଆସିବ। ଏହି ଚଳଚ୍ଚିତ୍ରଟି ଡେଭିଡ ଆୟାର ଦ୍ୱାରା ନିର୍ଦ୍ଦେଶିତ |

2-ତବା ତେରା ଜଲଓ୍ବା (Tauba Tera Jalwa):
'ତବା ତେରା ଜଲଓ୍ବା' ଏହି ଫିଲ୍ମଟି ଜାନୁଆରୀ ୫ ତାରିଖରେ ରିଲିଜ୍ ହେବ। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅମିଷା ପଟେଲ୍ । ଏହି ବଲିଉଡ଼ ଫିଲ୍ମରେ ଜଟିନ୍ ଖୁରାନା ବି ନଜର ଆସିବେ।

3-'ଦି ଡିପଲୋମାଟ୍ '(John Abraham's 'The Diplomat')
 ଜନ୍ ଆବ୍ରାହମ୍ ଙ୍କ ଅଭିନୀତ ଫିଲ୍ମ 'ଦି ଡିପଲୋମାଟ୍ '(John Abraham's 'The Diplomat') ବି ଆସନ୍ତାବର୍ଷ ଜାନୁଆରୀ ୧୧ରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶିବମ୍ ନେର୍। 

4-ମେରୀ ଖ୍ରୀଷ୍ଟମାସ୍ (Merry Christmas):
ସେହିପରି ଜାନୁଆରୀ ୧୨ ରେ 'ମେରୀ ଖ୍ରୀଷ୍ଟମାସ୍ '(Merry Christmas) ରିଲିଜ୍ ହେବ। ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍ ଓ ବିଜୟ ସେତୁପତି ନଜର  ଆସିବେ। 

5-'ହନୁମାନ୍' Hanu Man
ଜାନୁଆରୀ ୧୨ରେ ତେଲୁଗୁ ଫିଲ୍ମ 'ହନୁମାନ୍' ରିଲିଜ୍ ହେବ। ଏହି ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ତେଜା ସାଜା, ଅମୃତା ଆୟର, ବାରାଲକ୍ଷ୍ମୀ ଶରତ୍କୁମାର ନଜର ଆସିଛନ୍ତି। ଏ-ହି ଫିଲ୍ମଟିକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଇଛନ୍ତି। 

6-'ଲାଲ୍ ସଲାମ୍' (Lal Salaam):
 'ଲାଲ୍ ସଲାମ୍' ଜାନୁଆରୀ ୧୨ ତାରିଖରେ ରିଲିଜ୍ ହେବ। ଏ-ହି ଫିଲ୍ମଟି ତାମିଲ୍ ଭାଷାରେ ରିଲିଜ୍ ହେବ। ଫିଲ୍ମରେ ରଜନୀକାନ୍ତ ଲିଡ୍ ରୋଲରେ ନଜର ଆସିବେ। 

7- 'ଗୁଣ୍ଟାର କରମ୍ '(Guntur Kaaram):
ସାଉଥ୍ ଷ୍ଟାର ମହେଶ ବାବୁଙ୍କ ଅଭିନୀତ ଫିଲ୍ମ ' ଗୁଣ୍ଟାର କରମ୍ '(Guntur Kaaram)ରିଲିଜ୍ ହେବ। ଏ-ହା ଏକ ତେଲୁଗୁ ଫିଲ୍ମ ଅଟେ। ୧୨ ତାରିଖରେ ପରଦାକୁ ଆସିବ।  

8-'ଦି ରୁସଲାନ୍ '(The Ruslaan):
ସେହିପରି, ଆୟୁସ୍ ଶର୍ମାଙ୍କ ଅଭିନୀତ ଫିଲ୍ମ ' ଦି ରୁସଲାନ୍ '(The Ruslaan) ଜାନୁଆରୀ ୧୨ ତାରିଖରେ ରିଲିଜ୍ ହେବ। ସୁର୍ଲି ମିଶ୍ରା ନାୟିକା ଭୂମିକାରେ ନଜର ଆସିବେ। ଏବଂ ସାଉଥ୍ ଷ୍ଟାର ଜଗପତି ବାବୁ ଭିଲେନ୍ ଭାବରେ ଅଭିନୟ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫିଲ୍ମଟି ୩୦ କୋଟି ବଜେଟରେ ନିର୍ମାଣ ହୋଇଛି। 

9- 'ମେଁ ହୁଁ ଅଟଲ୍ ' (Main Atal Hoon):
ପଙ୍କଜ୍ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ 'ମେଁ ହୁଁ ଅଟଲ୍ ' ଜାନୁଆରୀ ୧୯ ତାରିଖରେ ରିଲିଜ୍ ହେବ। ଫିଲ୍ମଟିର ନିର୍ଦ୍ଦେଶକ ଅଛନ୍ତି ରବି ଯାଦବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମଟିର କାହାଣୀ (former Prime Minister of the country Atal Bihari Vajpayee)। ୨୦ କୋଟି ବଜେଟରେ ଏହି ଫିଲ୍ମ ତିଆରି ହୋଇଛି।

10-‘ଫାଇଟର’(Fighter):
ବଲିଉଡ଼ ଅଭିନେତା ହ୍ରିତିକ୍ ରୋଶନ୍ ( hrithik roshan) ଓ ଦୀପିକା ପାଦୁକୋନଙ୍କ (deepika padukone) ଅଭିନୀତ ଫିଲ୍ମ ‘ଫାଇଟର’ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଯାଉଛି। ୨୫୦ କୋଟି ବଜେଟର ଏହି ଫିଲ୍ମଟି ତିଆରି ହୋଇଛି।  ଏହାର ନିର୍ଦ୍ଦେଶକ ଅଛନ୍ତି ସିର୍ଦ୍ଧାର୍ଥ ଆନନ୍ଦ।