Union Budget 2023: 'ବଜେଟରେ ମନୋରଞ୍ଜନ କ୍ଷେତ୍ରକୁ ଉପେକ୍ଷା କରାଯାଇଛି '
Advertisement

Union Budget 2023: 'ବଜେଟରେ ମନୋରଞ୍ଜନ କ୍ଷେତ୍ରକୁ ଉପେକ୍ଷା କରାଯାଇଛି '

Union Budget 2023: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଗତକାଲି(ବୁଧବାର) ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ହଜାର ହଜାର କୋଟି ଟଙ୍କା ମୂଲ୍ୟର ଯୋଜନା ଘୋଷଣା ମଧ୍ୟ କରିଥିଲେ। ଏହା ସହିତ ସାଧାରଣ ଜନତାଙ୍କୁ ମଧ୍ୟ ଅନେକ ଜିନଷ ଉପରୁ ଟାକ୍ସ ଛାଡ ମଧ୍ୟ କରିଥିଲେ। କିନ୍ତୁ ଏସବୁ ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ(filmmaker Ashok Pandit) ବିଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ବଜେଟ ୨୦୨୩କୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘର  ସଭାପତି ତଥା ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ (Indian Film and Television Directors Association President and filmmaker Ashok Pandit) ନିକଟରେ ଉପସ୍ଥାପିତ ହୋଇଥିବା ୟୁନିଅନ୍ ବଜେଟ୍ ୨୦୨୩କୁ ନେଇ ଖୋଲାଖୋଲି ଭାବେ କହିଛନ୍ତି ଯେ, ଏହି ବଜେଟରେ ମନୋରଞ୍ଜନ ଶିଳ୍ପକୁ ଅଣଦେଖା କରାଯାଇଛି । ଯେଉଁଥି ପାଇଁ ସେ ଖୁବ୍ ଦୁଃଖିତ ।  ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏନେଇ ପ୍ରତିକ୍ରିୟା ରଖିଥିଲେ। 

ଅଶୋକ ପଣ୍ଡିତ କହିଛନ୍ତି,'ମନୋରଞ୍ଜନ ଶିଳ୍ପ ଯେଉଁଥିରେ ସିନେମା, ଟେଲିଭିଜନ୍, ଓଟିଟି ଏବଂ ଷ୍ଟେଟ୍ ସୋ ଅନ୍ତର୍ଭୁକ୍ତ। ଯେତେବେଳେ ବଜେଟ୍ ଘୋଷଣା ହୁଏ , ସେତେବେଳେ ଆଶାଥାଏ ଯେ, ମନୋରଞ୍ଜନ କ୍ଷେତ୍ରକୁ ସରକାର ବୋଧେ କିଛି ପ୍ରାଧାନ୍ୟ ଦେବେ। କିନ୍ତୁ ସେଭଳି କିଛି ହୁଏନି । କୌଣସି ସରକାର ଆଜି ପର୍ଯ୍ୟନ୍ତ ମନୋରଞ୍ଜନ ଶିଳ୍ପକୁ ସେପରି ଗୁରୁତ୍ୱ ଦେଇନାହାଁନ୍ତି।  କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଆମର ଶିଳ୍ପ ବିଷୟରେ ଚିନ୍ତା କରିବା ଏହି ଦେଶର ରାଜନୀତିରେ ନାହିଁ।

Also Read: Crime News: ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ କରି ଝିଅର ମା'ପାଖକୁ ଅଭିଯୁକ୍ତ ପଠାଇଲା ଅଶ୍ଲୀଳ ଫଟୋ

ସେ ଆହୁରି ମଧ୍ୟ କହିଛନ୍ତି,'ଆମେ ବଜେଟରେ ବାକି ଶିଳ୍ପ ବିଷୟରେ ଆଲୋଚନା କରୁଛୁ,ଏହା ବୟନ ଶିଳ୍ପ ହେଉ କି ସ୍ୱାସ୍ଥ୍ୟ କ୍ଷେତ୍ର । ସେ ଗୁଡିକ ଉପରେ ସରକାର ଆଲୋଚନା  ଓ ଚର୍ଚ୍ଚା କରନ୍ତି । ଏବଂ ସେଗୁଡ଼ିକର ଲାଭ ଦେଖନ୍ତି । ସେହି ଶିଳ୍ପ ଗୁଡିକ ବିଷୟରେ ଚିନ୍ତା କରନ୍ତି । ମନୋରଞ୍ଜନ ଶିଳ୍ପକୁ ଆଜି ପର୍ଯ୍ୟନ୍ତ କୌଣସି ସରକାର ଏତେ ଗୁରୁତ୍ୱ ଦେଇ ନାହାଁନ୍ତି କି ଗମ୍ଭୀରତାର ସହ ନେଇ ନାହାଁନ୍ତି । 

ଚଳଚ୍ଚିତ୍ର ନିର୍ମାତା ଆହୁରି କହିଛନ୍ତି,'ଆମର ମନୋରଞ୍ଜନ ଶିଳ୍ପ ଦେଶର ସବୁଠାରୁ ବଡ କରଦାତାମାନଙ୍କ ମଧ୍ୟରୁ ଅନ୍ୟତମ । କୋରୋନା ସମୟରେ ଯେପରି ସମସ୍ତ ପ୍ରକାରର ଅସୁବିଧା ସମୟରେ, ଆମେ ଘରେ ବସିଥିବା ଲୋକଙ୍କୁ ମନୋରଞ୍ଜନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲୁ,ତେଣୁ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ ଏବଂ କେବଳ ନିର୍ବାଚନ କିମ୍ବା ଇଭେଣ୍ଟ ସମୟରେ ନୁହେଁ, ଆମକୁ ପ୍ରୋତ୍ସାହକ ଭାବରେ ବ୍ୟବହାର କରାଯିବା ଉଚିତ୍ ।'