Khatron Ke Khiladi 12 : ଟ୍ରଫି ହାତେଇଲେ ତୁଷାର, ମଞ୍ଚରେ ହୋଇଗଲେ ଭାବ ବିହ୍ବଳ, ଆଉ କହିଲେ...
Advertisement
Article Detail0/zeeodisha/odisha1368467

Khatron Ke Khiladi 12 : ଟ୍ରଫି ହାତେଇଲେ ତୁଷାର, ମଞ୍ଚରେ ହୋଇଗଲେ ଭାବ ବିହ୍ବଳ, ଆଉ କହିଲେ...

Khatron Ke Khiladi 12 : 'ଖତରୋଁ କେ ଖିଲାଡି-୧୨' (Khatron Ke Khiladi 12 season)ର ବିଜେତା ହୋଇଛନ୍ତି  କୋରିଓଗ୍ରାଫର ତୁଷାର କାଳିଆ (Tushar Kalia) । 

ସୌଜନ୍ୟ : ସୋସିଆଲ ମିଡିଆ

Khatron Ke Khiladi 12 : 'ଖତରୋଁ କେ ଖିଲାଡି-୧୨' (Khatron Ke Khiladi 12 season)ର ବିଜେତା ହୋଇଛନ୍ତି  କୋରିଓଗ୍ରାଫର ତୁଷାର କାଳିଆ (Tushar Kalia) । ଆକ୍ସନ ଆଧାରିତ ରିୟାଲିଟି ଶୋଟି ଦିର୍ଘ ଦିନ ଧରି ଚାଲି ଆସୁଛି। ବିଜେତା ଜଣକ ୨୦ ଲକ୍ଷ ଟଙ୍କା ସହ ଏକ କାର୍ ମଧ୍ୟ ଜିତିଛନ୍ତି। ଏହି ରିଆଲିଟି ଶୋ'କୁ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ କରୁଥିଲେ । ଫାଇନାଲରେ ଫୈସଲ ଶେଖ ଓ ଅଭିନେତା ମୋହିତ ମଲିକ ରହିଥିଲେ । ତାଙ୍କ ସହ ରୁବିନା ଦଲିକ ଏବଂ ଜନ୍ନତ ଜୁବେର ମଧ୍ୟ ଫାଇନାଲରେ ପହଞ୍ଚିଥିଲେ । 

ରବିବାର ଅନୁଷ୍ଠିତ ଫାଇନାଲରେ ଶୋ'ର ପୂର୍ବ ପ୍ରତିଯୋଗୀଙ୍କ ସମେତ ଅଭିନେତା ରଣବୀର ସିଂ,ପୂଜା ହେଗଡେ ଏବଂ ଜନି ଲିବର ଉପସ୍ଥିତ ଥିଲେ । ସିଜିନରେ ତୁଷାର ସବୁ ଷ୍ଟଣ୍ଡରେ ଶତ ପ୍ରତିଶତ ପ୍ରଦର୍ଶନ କରିଥିଲେ । ସେ ହିଁ ବିଜେତା ହେବେ ବୋଲି ଆକଳନ କରାଯାଉଥିଲା । ଚଳିତ ବର୍ଷ ଶୋ'ଟି ବହୁତ ଲୋକପ୍ରିୟତା ହାସଲ କରିଛି । ଦକ୍ଷିଣ ଆଫ୍ରିକାର କେପଟାଉନରେ ଏହାର ସୁଟିଂ ହେଉଥିଲା । ପ୍ରତିଯୋଗୀଙ୍କୁ ଦୁଃସାହାସିକ ଷ୍ଟଣ୍ଟ କରିବାକୁ ପଡିଥିଲା । ପ୍ରଦର୍ଶନ ଆଧାରରେ ମୂଲ୍ୟାୟନ କରାଯାଉଥିଲା । ସାମର୍ଥ୍ୟ ବଳରେ ପ୍ରତିଯୋଗୀ ନିଜର ଦମ ଦେଖାଉଥିଲେ ।  

ଏହାବି ପଢନ୍ତୁ : 200 Crore Extortion Case : ଜେଲ ଯିବା ପୂର୍ବରୁ ମୁକୁଳିଲେ ଜ୍ୟାକଲିନ୍

ତୁଷାର କାଳିଆ ଜଣେ କୋରିଓ ଗ୍ରାଫିର, ଡ୍ୟାନସର ଓ ଆକ୍ଟର ଭାବେ ବେଶ ଜଣାଶୁଣା । କରନ ଜୋହରଙ୍କ ଫିଲ୍ମ ଏ ଦିଲ୍ ହେ ମୁସକିଲରେ ପ୍ରଥମ କରି ସେ ବଲିଉଡରେ କାମ ଆରମ୍ଭ କରିଥିଲେ। ସେହିଦିନ ଠାରୁ  ସେ କୋରିଓଗ୍ରାଫର ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ତୁଷାର ହାପ୍ ଗାର୍ଲଫ୍ରଣ୍ତ, ଓ୍ବାର, ଦ ଜୋୟ ଫ୍ୟାକ୍ଟର, ଜଙ୍ଗଲ, ହେଟ ଷ୍ଟୋରୀ ୪ ଓ ଧଡକରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି । ଏପରିକି ସେ ଡ୍ୟାନ୍ସ ଦିଓ୍ବାନେ ରିଏଲିଟି ଶୋ ଓ ଝଲକ ଦିଖ୍‌ଲାଜାରେ ବିଚାରକ ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି। ତୁଷାର ବର୍ଷେ ହେବ ସେ ନିଜ ଗାର୍ଲଫ୍ରେଣ୍ତ ତ୍ରିବେଣୀ ବର୍ମନଙ୍କୁ ଡେଟ କରି ଆସୁଥିଲେ। ପରେ ତାଙ୍କ ସହ ଏନଗେଜମେଣ୍ଟ ମଧ୍ୟ ଶେଷ ହୋଇଛି । ଚଳିତ ବର୍ଷ କି ଆସନ୍ତା ବର୍ଷ ତାଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତୁଷାର ନିଜ ରିଲେସନସିପକୁ ନେଇ ବହୁତ ସିରିୟସ । ତୁଷାର କହିଥିଲେ ଯେ “ତ୍ରିବେଣୀ ଓ ମୁଁ ଏକ ବର୍ଷ ହେଲା ଏକାଠି ରହିଛୁ। ମୁଁ ଭାବୁଛି ଆମ ପାଇଁ ଏହା ଉପଯୁକ୍ତ ସମୟ । କାରଣ ମୁଁ ମାନସିକ ସ୍ତରରେ ଜୀବନର ଠିକ୍ ସ୍ଥାନରେ ଅଛି, ମୁଁ ଅନୁଭବ କରୁଛି ଆମେ ଏକାଠି ଖୁସି ଅଛୁ " । ଖତରୋଁ କେ ଖିଲାଡି ସିଜନ ୧୧ର ବିଜେତା ହୋଇଥିଲେ ଲୋକପ୍ରିୟ ଟେଲିଭିଜନ ତାରକା ଅର୍ଜୁନ ବିଜଲାନୀ । ସିଜିନ 10ର ବିଜେତା ହୋଇଥିଲେ କରସ୍ମା ତନ୍ନା ଓ ସିଜିନ୍ 9ରେ ଆଉ ଜଣେ ଡ୍ୟାନ୍ସ କୋରିଓ ଗ୍ରାଫର ପୁନୀତ ପାଠକ ଟ୍ରଫି ଜିତିଥିଲେ ।