The Kerala Story Box Office Collection: 'ଦି କେରଳ ଷ୍ଟୋରି' ପ୍ରଥମ ଦିନରେ ଭାଙ୍ଗିଲା ଅନେକ ରେକର୍ଡ; ରୋଜଗାର କଲା ଏତିକି କୋଟି ଟଙ୍କା
Advertisement
Article Detail0/zeeodisha/odisha1683268

The Kerala Story Box Office Collection: 'ଦି କେରଳ ଷ୍ଟୋରି' ପ୍ରଥମ ଦିନରେ ଭାଙ୍ଗିଲା ଅନେକ ରେକର୍ଡ; ରୋଜଗାର କଲା ଏତିକି କୋଟି ଟଙ୍କା

The Kerala Story Box Office Collection: 'ଦି କେରଳ ଷ୍ଟୋରି' ଶେଷରେ ପ୍ରେକ୍ଷାଳୟରେ ପହଞ୍ଚିଛି ଓ ଫିଲ୍ମଟି ପ୍ରଥମ ଦିନରେ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । କହିରଖୁଛୁ ଯେ 'ଦି କେରଳ ଷ୍ଟୋରି' ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ବହୁତ ବିବାଦ ଦେଖାଦେଇଥିଲା ।

ସୌ: ସୋସିଆଲ ମିଡିଆ

The Kerala Story 1st Day Collections: ସମସ୍ତ ବିବାଦ ମଧ୍ୟରେ ରିଲିଜ ହୋଇଥିବା ଫିଲ୍ମ 'ଦି କେରଳ ଷ୍ଟୋରି' (The Kerala Story) ପ୍ରଥମ ଦିନରେ ୮.୩ କୋଟି ଟଙ୍କା ରୋଜଗାର କରିଛି । ପ୍ରାୟ ୨୮ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମର ଆରମ୍ଭ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଇପାରେ । ଫିଲ୍ମ ରିଲିଜକୁ ନେଇ ହାଇକୋର୍ଟରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, କିନ୍ତୁ କୋର୍ଟ ଏହି ପିଟିସନକୁ ପ୍ରତ୍ୟାଖ୍ୟାନ କରିଥିଲେ । ବର୍ତ୍ତମାନ ଏହି ଫିଲ୍ମ ରିଲିଜ୍ ହେବା ସହିତ ଏକ ଜବରଦସ୍ତ ରୋଜଗାର ମଧ୍ୟ କରିଛି । ପ୍ରଥମ ଦିନ ସଂଗ୍ରହ କଲେକ୍ସନରେ ମଧ୍ୟ ଏହା ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟଙ୍କ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଛି ।

ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ଅଫିସିଆଲ୍ କଲେକ୍ସନ୍ ଆକଳନ କରିଛନ୍ତି, ଯାହା ଅନୁଯାୟୀ 'ଦି କେରଳ ଷ୍ଟୋରୀ' ଏହାର ଉଦଘାଟନୀ ଦିବସରେ ଭାରତୀୟ ବକ୍ସ ଅଫିସରେ ୮.୩ କୋଟି ଟଙ୍କା ଆୟ କରିଛି ।

'ଦି କେରଳ ଷ୍ଟୋରି'ର କାହାଣୀ
'ଦି କେରଳ ଷ୍ଟୋରି'ର କାହାଣୀ କେରଳର ତିନି ଝିଅଙ୍କୁ ନେଇ ତିଆରି ହୋଇଛି । ଫିଲ୍ମରେ ଦର୍ଶାଯାଇଛି ସେମାନଙ୍କ କିପରି ଧର୍ମ ପରିବର୍ତ୍ତନ, ବ୍ରେନ ୱାସ ଓ ପରେ ଆଇଏସ୍ ଭଳି ଆତଙ୍କବାଦୀ ସଂଗଠନରେ ଆତଙ୍କବାଦୀ ହେବାକୁ ପଠାଯାଇଛି । ଫିଲ୍ମରେ ଝିଅମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମର ଏପରି ଅନେକ ଦୃଶ୍ୟ ଅଛି, ଯାହା ଦର୍ଶକଙ୍କୁ ବିଚଳିତ କରୁଛି । ଅବଶ୍ୟ, ଏହିପରି ଅନେକ ଜିନିଷ ଏହି ଦୁଃଖଦ କାହାଣୀରେ ମଧ୍ୟ ପ୍ରଦର୍ଶିତ ହୋଇଛି, ଯାହାକୁ ଅନେକ ମଧ୍ୟ ବିଶ୍ୱାସ କରିପାରୁ ନାହାଁନ୍ତି ।

 
 
 
 

 
 
 
 
 
 
 
 
 
 
 

A post shared by Taran Adarsh (@taranadarsh)

ଟ୍ରେଲରରେ କରାଯାଇଛି ପରିବର୍ତ୍ତନ
ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମ ସ୍କାନରରେ ଥିଲା । ଏହା ପରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିବା ସହ ଆକ୍ରୋଶ ଓ ବିରୋଧ ଆରମ୍ଭ ହୋଇଥିଲା । ତେବେ ଫିଲ୍ମର ଟ୍ରେଲର ନିକଟରେ '୩୨,୦୦୦ ମହିଳାଙ୍କ କାହାଣୀ'ରୁ ତିନିଜଣ ମହିଳାଙ୍କ କାହାଣୀରେ ପରିବର୍ତ୍ତନ ହୋଇଛି । ଏହା ଏନି ମଧ୍ୟ ଆଉ ଏକ ରାଉଣ୍ଡ ବିତର୍କ ଆରମ୍ଭ ହୋଇଛି ।

'ଦି କେରଳ ଷ୍ଟୋରି'ର 'ଷ୍ଟାର୍ କାଷ୍ଟ୍ 
'ଦି କେରଳ ଷ୍ଟୋରି'ରେ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶିତ ଓ ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ଆଲୋଚନା କଲେ ଏଥିରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନାନୀ ଓ ସୋନିଆ ବାଲାନି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ପିଲ୍ମରେ ଅଦା ଶର୍ମାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି ।

ଏହା ବି ପଢ଼ନ୍ତୁ: Post Office Scheme: ୯୫ ଟଙ୍କା ନିବେଶ କରି ପାଇପାରିବେ ୧୪ ଲକ୍ଷ ଟଙ୍କା, ଜାଣନ୍ତୁ ପୋଷ୍ଟାଲର ଏହି ଚମତ୍କାରୀ ସ୍କିମ୍ ବିଷୟରେ

ଏହା ବି ପଢ଼ନ୍ତୁ: IPL 2023 Points Table: ପ୍ଲେ ଅଫ୍ ନିକଟତର ହେଲା ଗୁଜୁରାଟ, ଟପ୍-4 ରୁ ବାଦ ପଡିପାରେ ରାଜସ୍ଥାନ, ଦେଖନ୍ତୁ ବର୍ତ୍ତମାନ ପଏଣ୍ଟ ଟେବୁଲର ସ୍ଥିତି