Mind Game Odia Film: ପାଟଣାଗଡ଼ ନୁହେଁ ମାଣିକଗଡ଼, ଏମିତି ଥିଲା ପାର୍ସଲ ପଛର କାହାଣୀ
Advertisement
Article Detail0/zeeodisha/odisha1450124

Mind Game Odia Film: ପାଟଣାଗଡ଼ ନୁହେଁ ମାଣିକଗଡ଼, ଏମିତି ଥିଲା ପାର୍ସଲ ପଛର କାହାଣୀ

ଯାହାଫଳରେ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇ Mind Game ରଖାଯାଇଛି। ଆଉ ଆଜି ଏହାର ୫୯ ସେକେଣ୍ଡର Teaser ରିଲିଜ ହୋଇଛି। 

 

Mind Game Odia Film: ପାଟଣାଗଡ଼ ନୁହେଁ ମାଣିକଗଡ଼, ଏମିତି ଥିଲା ପାର୍ସଲ ପଛର କାହାଣୀ

Mind Game Odia Film: ପୁରା ରାଜ୍ୟ ସହ ଦେଶକୁ ଦୋହଲାଇ ଦେଇଥିଲା ସେହି ଛାତିଥରା କାହାଣୀ । ବିବାହ ଉତ୍ସବରେ ଆସିଥିବା ପାର୍ସଲକୁ ଖୋଲିବା ମାତ୍ରେ ହୋଇଥିଲା ବିସ୍ଫୋରଣ । ଆଉ ଏଣେ ତେଣେ ଛିଟିକି ପଡ଼ିଥିଲା ମାଂସ ପିଣ୍ଡୁଳା । ୨୦୧୮ ଫେବୃଆରି ୨୩ ରେ ଘଟିଥିଲା ଏହି ଘଟଣା । ଘରେ ଥିଲା ବିବାହ ଉତ୍ସବର ମାହୋଲ । ନୂଆ କରି ବିବାହ କରିଥିବା ପୁଅ ସୌମ୍ୟ ଶେଖର, ବୋହୂ ରୀମାରାଣୀ ଓ ସଂପର୍କୀୟ ଜେଜେ ମା ଜେମାମଣି ଥିଲେ। ଏହି ପାର୍ସଲ ବୋମା ବିସ୍ଫୋରଣରେ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା ବେଳେ ସୌମ୍ୟ ଶେଖରଙ୍କ ବି ପ୍ରାଣ ହାରିଥିଲେ। ହେଲେ ଗୁରୁତର ଅବସ୍ଥାରେ ରୀମାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିଲା । 

ତେବେ ଏହି କ୍ରୁର କାହାଣୀକୁ ନେଇ ଆରମ୍ଭ ହୋଇଥିଲା ଓଡ଼ିଆ ଫିଲ୍ମ (Odia Film)। ଯାହାର ନାଁ ଥିଲା ପାଟଣାଗଡ (Patnagarh) । ମାତ୍ର ଏହାକୁ ନେଇ ଦେଖାଦେଇଥିଲା ବିବାଦ । ଅଧ୍ୟାପକରୁ ଅଭିଯୁକ୍ତ ପାଲଟିଥିବା ପ୍ରାଣଘାତୀ ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲ୍‌ମେହେରଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଉଥିଲା। ମାତ୍ର ଏହି କାହାଣୀକୁ ନେଇ ଫିଲ୍ମ କରିବା ଦିଗରେ ଅନେକ ବାଧାବିଘ୍ନ ଦେଖିବାକୁ ମିଳିଥିଲା । ଯାହାଫଳରେ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇ Mind Game ରଖାଯାଇଛି। ଆଉ ଆଜି ଏହାର ୫୯ ସେକେଣ୍ଡର Teaser ରିଲିଜ ହୋଇଛି। 

Also Read:  Entertainment News: ରାଜ୍ୟରେ ପଡ଼ିଲା କାନ୍ଦ ବୋବାଳି ମାତ୍ର ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ

ଟିଜରରେ କୌଣସି Dialouge ନଥିବା ବେଳେ ପ୍ରତିଟି ସିନରେ ମାଇଣ୍ଡ ଗେମର ଛବି ଦେଖିବାକୁ ମିଳିଛି । ଏହି କାହାଣୀ ପାଟଣାଗଡ଼ ପାର୍ସଲ ବୋମା (Parcel Bomb) କାହାଣୀ ଉପରେ ଆଧାରିତ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଓଡିଆ ଅଭିନେତା ମନୋଜ ମିଶ୍ରା ଙ୍କ ସହ ଅଭିନେତ୍ରୀ ଅନୁ ଚୌଧୁରୀ, ହିନ୍ଦୀ କଳାକାର Atul Kulkarni, ୟଶପାଲ ଶର୍ମା, ତେଲୁଗୁ କଳାକାର ତାନିକେଲା ଭରାନୀ ପ୍ରମୁଖ ଦମଦାର ଅଭିନୟ କରିଛନ୍ତି।  ଫିଲ୍ମର ପ୍ରଯୋଜନା ଶ୍ରୀଧର ମାର୍ଥା ଦେଇଥିବା ବେଳେ ତେବେ ଫିଲ୍ମଟି ପରଦାରେ କେବେ ରିଲିଜ ହେବ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ।