Sushant Singh Rajput: କାହିଁକି ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ଦେଖିନାହାଁନ୍ତି ନିର୍ଦ୍ଦେଶକ Mukesh Chhabra, ସାକ୍ଷାତକାରରେ କଲେ ବଡ ଖୁଲାସା
Advertisement
Article Detail0/zeeodisha/odisha1500568

Sushant Singh Rajput: କାହିଁକି ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ଦେଖିନାହାଁନ୍ତି ନିର୍ଦ୍ଦେଶକ Mukesh Chhabra, ସାକ୍ଷାତକାରରେ କଲେ ବଡ ଖୁଲାସା

Sushant Singh Rajput:ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଏହି ଅଭିନେତା ଦୁନିଆରେ ନାହାଁନ୍ତି ସତ । ହେଲେ ତାଙ୍କ ଅଭିନୟର ଛାପ ଆଜବି ଜୀବନ୍ତ ହୋଇ ରହିଛି । କେହିବି ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସାଥି କଳାକାର ଠାରୁ ଆରମ୍ଭ କରି ପରିବାର, ବନ୍ଧୁ, ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ । ସୁଶାନ୍ତ ଅନେକ ଫିଲ୍ମ ନିର୍ମାତାଙ୍କ ସହ କାମ କରିଛନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ

Sushant Singh Rajput: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ।  ଏହି ଅଭିନେତା ଦୁନିଆରେ ନାହାଁନ୍ତି ସତ । ହେଲେ ତାଙ୍କ ଅଭିନୟର ଛାପ ଆଜବି ଜୀବନ୍ତ ହୋଇ ରହିଛି । କେହିବି ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସାଥି କଳାକାର ଠାରୁ ଆରମ୍ଭ କରି ପରିବାର, ବନ୍ଧୁ, ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ । ସୁଶାନ୍ତ ଅନେକ ଫିଲ୍ମ ନିର୍ମାତାଙ୍କ ସହ କାମ କରିଛନ୍ତି । ଏବଂ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ହେଲେ ତାଙ୍କୁ ଆଜିବି ଭୁଲି ପାରି ନାହାନ୍ତି ମୁକେଶ ଚନ୍ଦ୍ରା (film director mukesh chhabra) । ନିକଟରେ ମୁକେଶ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ବିଷୟରେ ଅନେକ ରୋଚକପୁର୍ଣ୍ଣ କଥା କହିଛନ୍ତି । 

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମୁକେଶ ଚନ୍ଦ୍ରା । ନିକଟରେ ନିର୍ଦ୍ଦେଶକ ମୁକେଶ ଚନ୍ଦ୍ରା ଇଟାଇମସକୁ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଥିଲା 'ଦିଲ୍ ବେଚାରା' । ଏହି ଫିଲ୍ମକୁ ୨୦୨୦ ମସିହାରେ ନିର୍ଦ୍ଦେଶନା ଦେଇଥିଲି। ସୁଶାନ୍ତଙ୍କ ସହ ମୋର ଏହା ଥିଲା ଶେଷ କାମ।   
 ଏହି ଚଳଚ୍ଚିତ୍ରକୁ ମନେ ପକାଇ ଚେତନ ଭାଗବତଙ୍କ ପୋଡକାଷ୍ଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ 'ଯେତେବେଳେ ମୁଁ' ଦିଲ ବେଚାରା 'ତିଆରି କରିବାକୁ ଚିନ୍ତା କଲି, ସେତେବେଳେ ତାଙ୍କୁ ଫିଲ୍ମରେ ଲିଡ୍ ରୋଲରେ ନେବା ପାଇଁ ଚିନ୍ତା କରିଥିଲି। 

ଯେତେବେଳେ ମୁକେଶ ଛାବ୍ରାଙ୍କୁ ପଚରାଗଲା ଯେ ସୁଶାନ୍ତ ସିଂ ରାଜପୁତଙ୍କୁ ତୁମେ କାହିଁକି ଲିଡ୍ ରୋଲରେ ନେବାକୁ ଚାହୁଁଥିଲ । ସେ ଏହାର ଉତ୍ତରରେ ଅତି ଧିରସ୍ଥିର ଭାବରେ  କହିଥିଲେ, ଯେ ଆମ ମଧ୍ୟରେ ଭଲ ବଣ୍ତିଂ ଏବଂ ଉତ୍ତମ ବୁଝାବଣା ସହ ସଂଯୋଗ ହେତୁ ସେ ମୋର ପ୍ରଥମ ପସନ୍ଦ ଥିଲେ।  ଏବଂ ଯଦି ସେ ଫିଲ୍ମରେ କାମ କରିନ ଥାନ୍ତେ, ତେବେ, ମୁଁ ରାଜକୁମାର ରାଓଙ୍କୁ ଦସ୍ତଖତ କରିଥାନ୍ତି । 

କାହିଁକି ନିର୍ଦ୍ଦେଶକ ସେହି ଫିଲ୍ମ ଦେଖିନଥିଲେ:

ତେବେ, ସେହି ସାକ୍ଷାତକାରରେ ମୁକେଶ କହିଛନ୍ତି ଯେ, 'ମୁଁ ଏହି ଚଳଚ୍ଚିତ୍ର ପାଇଁ ଏକ ଭଲ ଟିମ୍ ପାଇଥିଲି, କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ବୋଧହୁଏ ଏହି କାରଣରୁ ମୁଁ ଆଜି ପର୍ଯ୍ୟନ୍ତ ସେହି ଫିଲ୍ମ ଦେଖି ନାହିଁ।'

ଏହାବି ପଢନ୍ତୁ : Malaika Arora Troll: ପୁଅ Arhaan ସହ ଫଟୋ ସେୟାର କରି ହଟାହଟା ହେଲେ ମଲାଇକା, ଟ୍ରୋଲର୍ସ କହିଲେ କିଛି ଏମିତି

ସୂଚନା ଅନୁସାରେ, ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଥିଲା ପୁରା ବଲିଉଡ୍ । ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର, ବନ୍ଧୁବାନ୍ଧବ, ଫ୍ୟାନ୍ସ ଏବଂ ସାଥୀ କଳାକାର। ପରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ  ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। ପୋଲିସ ମାମଲାର ଯାଞ୍ଚ କରିବା ପରେ ସାମ୍ନାକୁ ଆସିଥିଲା ବଲିଉଡରେ  ଡ୍ରାଗ୍ସ  ଓ ଗଞ୍ଜେଇ କାରବାର ଲିଙ୍କ୍। ପରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ତ  ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଥିଲା ଏନସିବି। ରିୟା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅନେକ ଥର ଡ୍ରାଗ୍ସ କ୍ରୟ କରିବା ସହ ତାଙ୍କୁ ନିୟମିତ ଡ୍ରଗ୍ସ ଯୋଗାଇ ଆସୁଥିବା ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଏହି ମାମଲାରେ ୩୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୋଟ ୩୮ଟି ମାମଲା ଦାଏର କରାଯାଇଥିଲା । ଏଥିରେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିଲେ ।