Sushant Singh Rajput Death Anniversary: ମୃତ୍ୟୁ ପୂର୍ବରୁ ଏହାଥିଲା ସୁଶାନ୍ତ ସିଂଙ୍କ ୫୦ଟି ଇଚ୍ଛା, ଅଧାରେ ରହିଗଲା ୩୯ଟି.....
Advertisement
Article Detail0/zeeodisha/odisha1736933

Sushant Singh Rajput Death Anniversary: ମୃତ୍ୟୁ ପୂର୍ବରୁ ଏହାଥିଲା ସୁଶାନ୍ତ ସିଂଙ୍କ ୫୦ଟି ଇଚ୍ଛା, ଅଧାରେ ରହିଗଲା ୩୯ଟି.....

Sushant Singh Rajput: ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ  ନିଜର ୫୦ଟି ଇଚ୍ଛାକୁ ଏଭଳି ଭାବେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଅଭିନେତା । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ସୁଶାନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ସେହି ୫୦ଟି ଇଚ୍ଛା ।

ସୌ(ସୋସିଆଲ ମିଡିଆ)

Sushant Singh Rajput Death Anniversary: ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଆଜି ଆମ ଗ୍ରହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଚତ୍ମକାର ଅଭିନୟକୁ ଆଜି ମଧ୍ୟ ଭୁଲି ପାରିନାହାନ୍ତି ଦର୍ଶକ । ସେ ଏପରି ଜଣେ ଅଭିନେତା ଥିଲେ ଯିଏ ଖୁବ୍ କମ୍ ସମୟ ମଧ୍ୟରେ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୨୦୨୦ ମସିହାରେ ଏହି ଯୁବ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁରେ ସ୍ବବ୍ଧ ହୋଇଯାଇଥିଲା ସାରା ଦେଶ । ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ବଡ଼ ପରଦାରେ ଦର୍ଶକଙ୍କୁ ଭେଟି ଦେଇଥିଲେ ଅନେକ ହିଟ୍ ଫିଲ୍ମ । ମୃତ୍ୟୁର ଆଠ ନଅ ମାସ ପୂର୍ବରୁ ନିଜର ୫୦ଟି ଆଶା ପୂରଣ ଲାଗି ସ୍ବପ୍ନ ଦେଖୁଥିବା ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ତେବେ ମୃତ୍ୟୁ ପୂର୍ବରୁ ନିଜର ୫୦ଟି ଇଚ୍ଛାକୁ ଏଭଳି ଭାବେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଅଭିନେତା । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ସୁଶାନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ସେହି ୫୦ଟି ଇଚ୍ଛା ।

ଏହିସବୁ ଥିଲା ସୁଶାନ୍ତ ସିଂ ରାଜପୁତ ସ୍ବପ୍ନ

ଅଭିନେତାଙ୍କ ବିୟୋଗ ପରେ ମୃତ୍ୟୁ ପୂର୍ବରୁ ସେ ତିଆରି କରିଥିବା ତାଙ୍କ ସ୍ୱପ୍ନର ତାଲିକା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ସେହି ତାଲିକାରେ ବିମାନ ଉଡ଼ାଣଠାରୁ ଆରମ୍ଭ କରି ଦୃଷ୍ଟିହୀନ ମାନଙ୍କୁ କମ୍ପ୍ୟୁଟର କୋଡିଂ ଶିଖାଇବା ନେଇ ଇଚ୍ଛା ସାମିଲ ରହିଥିଲା। ଏହା ବ୍ୟତୀତ ଗାଡ଼ି ପ୍ରତି ବେଶ ରୁଚି ରଖୁଥିବା ସୁଶାନ୍ତ ସବୁବେଳେ ଲମ୍ବୋର୍ଗିନି କାର କିଣିବାକୁ ଚାହୁଁଥିଲେ ।

ଏକ ନୋଟ୍ ବୁକରେ ନିଜ ସ୍ବପ୍ନକୁ ବଖାଣି ଥିଲେ ଅଭିନେତା

ସୁଶାନ୍ତ ଏକ ନୋଟ୍ ବୁକ୍ ଓ କିଛି ରଙ୍ଗୀନ କଲମରେ ନିଜର ଇଚ୍ଛାର ଏକ ତାଲିକା ପ୍ରସ୍ତୁତ କରିଥିଲେ । ଲେଖାଯାଇଥିବା ସ୍ୱପ୍ନ ପୂରଣ ହେବା ପରେ ସେ ଏନେଇ ସୂଚନା ଦେଉଥିଲେ । ଏଇ ଯେମିତି ୨୫ଟି ସ୍ୱପ୍ନ ପୂରଣ ହେବା ପରେ ସେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଡ଼ିଜନିଲ୍ୟାଣ୍ତ ଭିତରରୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ନିଜର ୨୫ଟି ଇଚ୍ଛା ପୂରଣ ପରେ ସେୟାର କରିଥିବା ଏହି ଭିଡ଼ିଓରେ ସୁଶାନ୍ତ ବେଶ ଖୁସି ଥିବା ଜଣାପଡୁଛନ୍ତି ।

ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କର ଏହି ପୋଷ୍ଟ ପୁଣି ଭାଇରାଲ ହେବାରେ ଲାଗିଛି। ମଣିଷ ପାଇଁ ସ୍ୱପ୍ନ ଦେଖିବା ଏକାନ୍ତ ଆବଶ୍ୟକ । ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମଧ୍ୟ ଏପରି ୫୦ଟି ଇଚ୍ଛା ଥିଲା, ଯାହା ସେ ନିଜ ହାତରେ ଲେଖି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ନିଜ ପାଇଁ ୧୫୦ଟି ଇଚ୍ଛାର ଏକ ତାଲିକା ତିଆରି କରିଥିଲେ । ଯେଉଁଥିରୁ କିଛି ଇଚ୍ଛା ପୂରଣ ହୋଇସାରିଥିବା ବେଳେ ଆଉ କେତେକ ଇଚ୍ଛା ଅଧୁରା ରହିଯାଇଛି । ସୁଶାନ୍ତଙ୍କ ଏହି ପୋଷ୍ଟ ଦେଖିଲେ ମନେ ହୁଏ ଜୀବନରେ କେତେ ପରିପୂର୍ଣ୍ଣ ଓ ଖୁସି ଥିଲେ ଏହି ଅଭିନେତା ।