Actor Nani: ସାଉଥଷ୍ଟାର ନାନୀଙ୍କ ଆସୁଛି ଆଉ ଏକ ଜବରଦସ୍ତ ଫିଲ୍ମ, ଆସିଲା ଭୟଙ୍କର ପୋଷ୍ଟର
Advertisement

Actor Nani: ସାଉଥଷ୍ଟାର ନାନୀଙ୍କ ଆସୁଛି ଆଉ ଏକ ଜବରଦସ୍ତ ଫିଲ୍ମ, ଆସିଲା ଭୟଙ୍କର ପୋଷ୍ଟର

Actor Nani: ଏଠାରେ କହିରଖୁଛୁ ଯେ, ଶ୍ରୀକାନ୍ତ ଦଶରା ଫିଲ୍ମର ସହ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ। 'ଦଶରା'ରେ ନାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ କିର୍ତ୍ତୀ ସୁରେଶ। ଏହି ଫିଲ୍ମରେ ଦୁହଁଙ୍କର ଖୁବ୍ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଥିଲା। 

 

Actor Nani: ସାଉଥଷ୍ଟାର ନାନୀଙ୍କ ଆସୁଛି ଆଉ ଏକ ଜବରଦସ୍ତ ଫିଲ୍ମ, ଆସିଲା ଭୟଙ୍କର ପୋଷ୍ଟର

Actor Nani: 'ଦଶରା', 'ଏମସିଏ','ଜର୍ସି' ସମେତ ଅନେକ ବ୍ଲକବଷ୍ଟର ଏବଂ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ନ୍ୟାଚୁରାଲ ଷ୍ଟାର ନାନୀଙ୍କ ନୂଆ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଡିସେମ୍ବରରେ ମୁକ୍ତିଲାଭ କରିଥିବା ମୃଣାଲ ଠାକୁରଙ୍କ ସହ ତାଙ୍କର ଚଳଚ୍ଚିତ୍ର ‘ହେ ନାନ୍ନା’ରେ ତାଙ୍କ ଅଭିନୟକୁ ବହୁ ପ୍ରଶଂସା କରାଯାଇଥିଲା। ଏବେ ସେ ପୁଣିଥରେ 'ଦସରା'ର ନିର୍ମାତାମାନଙ୍କ ସହିତ ହାତ ମିଳାଇଛନ୍ତି । ଗତବର୍ଷ ମାର୍ଚ୍ଚ ୨୯ ରେ ମୁକ୍ତିଲାଭ କରିଥିବା ‘ଦଶରା’ ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ଥିଲା। 

ଏହି ଚଳଚ୍ଚିତ୍ରଟି ହିନ୍ଦୀ ଦର୍ଶକଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା । ବର୍ତ୍ତମାନ ନିର୍ମାତା ଏବଂ ଅଭିନେତା ଏକ ନୂଆ ଚଳଚ୍ଚିତ୍ର ପାଇଁ ହାତ ମିଳାଇଛନ୍ତି। ଯାହାର ଏକ ପୋଷ୍ଟର ନାନୀ ନିଜେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ(Nanis Instagram Page) ସେୟାର କରିଛନ୍ତି। ନାନୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଶ୍ରୀକାନ୍ତ ଓଡେଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ ଏବଂ ସୁଧାକର ଚେରୁକୁରିଙ୍କ ଦ୍ୱାରା ନିର୍ମିତ ହେବ। ନାନୀ ଶନିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ନୂଆ ଫିଲ୍ମ ଘୋଷଣା କରିଛନ୍ତି। କେବଳ ଘୋଷଣା ସହିତ ପ୍ରଶଂସକଙ୍କ ଉତ୍ସାହ ହାଇ ଲେଭଲରେ ପହଞ୍ଚିଛି। କାରଣ ଏହି ଫଟୋରେ ଖୁବ ଭୟଙ୍କର ଦେଖାଯାଉଛନ୍ତି ନାନୀ।

 

 
 
 
 

 
 
 
 
 
 
 
 
 
 
 

A post shared by Nani (@nameisnani)

ଏକ୍ସ ରେ ଏହି ଘୋଷଣା କରି ନାନୀ ଆଗାମୀ ଚଳଚ୍ଚିତ୍ରକୁ ଭାଓଲେନ୍ସରେ(Violence Full Movie) ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ଏହାର କ୍ୟାପସନରେ ଲେଖା ଅଛି, “ଦଶରାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ... ନାନୀ 33ର ଘୋଷଣା କରିଛନ୍ତି। ପୁଣିଥରେ ଶ୍ରୀକାନ୍ତ ଓଡେଲାଙ୍କ ଭାଓଲେନ୍ସ ଭରା ଷ୍ଚୋରି ଦେଖିବାକୁ ମିଳିବ। ଏଠାରେ କହିରଖୁଛୁ ଯେ, ଶ୍ରୀକାନ୍ତ ଦଶରା ଫିଲ୍ମର ସହ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ। 'ଦଶରା'ରେ ନାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ କିର୍ତ୍ତୀ ସୁରେଶ। ଏହି ଫିଲ୍ମରେ ଦୁହଁଙ୍କର ଖୁବ୍ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଥିଲା। 

ଗତ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ‘ଦଶରା’( Dasara Film) ଅନ୍ୟତମ। ନାନୀ 33 ର ଘୋଷଣା ବିଷୟରେ କହିବାକୁ ଗଲେ ଏହା ଗାଢ ଲାଲ ରଙ୍ଗରେ ଦେଖିବାକୁ ମିଳିଥିଲା, ଯାହା ଦର୍ଶାଏ ଯେ ଫିଲ୍ମରେ ହିଂସାତ୍ମକ ଖୁବ ଦେଖିବାକୁ ମିଳିଛି। ତେବେ ଏହି ପୋଷ୍ଟରରେ ନାନୀଙ୍କୁ ଖୁବ ଭୟଙ୍କର ରୂପରେ ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସେ ଚଷମା ପିନ୍ଧିଥିବା ବେଳେ ସେ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି। ପୋଷ୍ଟରରେ ଏହା ଲେଖାଯାଇଛି, 'ନେତା ହେବା ପାଇଁ ତୁମର କୌଣସି ପରିଚୟ ଦରକାର ନାହିଁ। 

Also Read: Shocking News: ଅନଲାଇନ ଅର୍ଡର କେକ୍ ଖାଇ ଗଲା ଦଶ ବର୍ଷୀୟ ନାବାଳିକାର ଜୀବନ

Also Read: Chiranjib Biswal: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ

Also Read: Shani Prabhav: ସୂର୍ଯ୍ୟଗ୍ରହଣ ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ଏହିରାଶିଙ୍କର ବଦଳିବ ଭାଗ୍ୟ